Advertisment

ସମ୍ବିଧାନ ବଡ଼ ନା ସଂସଦ? ପ୍ରଧାନ ବିଚାରପତି ଦେଲେ ଉତ୍ତର

ନ୍ୟାୟପାଳିକା ଓ କାର୍ଯ୍ୟପାଳିକା ମଧ୍ୟରେ ବିବାଦ ତୀବ୍ର ହେଉଥିବା ବେଳେ ସମ୍ବିଧାନ ବଡ଼ ନା ସଂସଦ, ତା’କୁ ନେଇ ମଧ୍ୟ ବତର୍କ ଅନେକ ସମୟରେ ଦେଖିବାକୁ ମିଳୁଛି। ଏହି ବିତର୍କ ଓ ବିବାଦ ମଧ୍ୟରେ ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ବିଆର ଗବାଇ ଏହା ଉତ୍ତର ରଖିଛନ୍ତି।

author-image
Hemant Lenka
SC

SC

ନ୍ୟାୟପାଳିକା ଓ କାର୍ଯ୍ୟପାଳିକା ମଧ୍ୟରେ ବିବାଦ ତୀବ୍ର ହେଉଥିବା ବେଳେ ସମ୍ବିଧାନ ବଡ଼ ନା ସଂସଦ, ତା’କୁ ନେଇ ମଧ୍ୟ ବତର୍କ ଅନେକ ସମୟରେ ଦେଖିବାକୁ ମିଳୁଛି। ଏହି ବିତର୍କ ଓ ବିବାଦ ମଧ୍ୟରେ ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ବିଆର ଗବାଇ ଏହା ଉତ୍ତର ରଖିଛନ୍ତି। ସେ ନିଶ୍ଚିତ କରିଛି ଯେ ସଂସଦ ନୁହେଁ, ବରଂ ସମ୍ବିଧାନ ହିଁ ସୁପ୍ରିମ।

Advertisment

ଅମରାବତୀ ବାର ଆସୋସିଏସନ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସିଜେଆଇ ଜଷ୍ଟିସ ଗବାଇ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ ଗଣତନ୍ତ୍ରର ୩ ପକ୍ଷ ହେଉଛନ୍ତି କାର୍ଯ୍ୟପାଳିକା, ବ୍ୟବସ୍ଥାପିକା ଓ ନ୍ୟାୟପାଳିକା। ଏ ୩ ସଂସ୍ଥା ସମ୍ବିଧାନ ଅଧୀନରେ ହିଁ କାମ କରନ୍ତି। ଅନେକ କହୁଛନ୍ତି ଓ ବିଶ୍ୱାସ କରୁଛନ୍ତି ଯେ ସଂସଦ ହେଉଛି ସବୁଠାରୁ ବଡ଼ ବା ସୁପ୍ରିମ। କିନ୍ତୁ ମୋ ମତରେ ଭାରତର ସମ୍ବିଧାନ ଠାରୁ ବଡ଼ କିଛି ନୁହେଁ। ସମ୍ବିଧାନ ହିଁ ସୁପ୍ରିମ। ଗଣତନ୍ତ୍ରର ୩ଟି ଯାକ ୱିଙ୍ଗ ସମ୍ବିଧାନ ଅଧୀନରେ କାମ କରନ୍ତି ବୋଲି ସେ କହିଛନ୍ତି।

ନିଜ ମତରେ ସ୍ପଷ୍ଟତା ଆଣିବା ପାଇଁ ଜଷ୍ଟିସ ଗବାଇ କହିଛନ୍ତି ଯେ ସଂସଦ ପାଖରେ କେବଳ ସଂଶୋଧନ କରିବାର କ୍ଷମତା ରହିଛି। କିନ୍ତୁ ଏହା ସମ୍ବିଧାନର ମୂଳ ଢାଞ୍ଚାକୁ କେବେ ହେଲେ ବଦଳାଇ ପାରିବ ନାହିଁ।

Advertisment

ମୂଳ ଢାଞ୍ଚାର ସିଦ୍ଧାନ୍ତ ସୁପ୍ରିମକୋର୍ଟ ୧୯୭୩ ମସିହାରେ କେସବାନନ୍ଦ ଭାରତୀ ବନାମ ଷ୍ଟେଟ ଅଫ କେରଳ ମାମଲାରେ ଦେଇଥିବା ରାୟ ସହ ଜଡ଼ିତ। ଏହି ମାମଲାରେ ସୁପ୍ରିମକୋର୍ଟର ୧୩ ଜଣିଆ ଖଣ୍ଡପୀଠ କହିଥିଲେ ଯେ ସମ୍ବିଧାନର ମୂଳ ଢାଞ୍ଚାକୁ କେହି ବି ଉଲ୍ଲଙ୍ଘନ କରିପାରିବେ ନାହିଁ ଓ ଏହାକୁ ସଂସଦ ମଧ୍ୟ ସଂଶୋଧନ କରିପାରିବ ନାହିଁ।

ପ୍ରଧାନ ବିଚାରପତି ଜଷ୍ଟିସ ଗବାଇଙ୍କ କହିବା କଥା ଯେ ସମ୍ବିଧାନ ବିଚାରପତିଙ୍କୁ କର୍ତ୍ତବ୍ୟ କରିବାକୁ ଅଧିକାର ଦେଇଛି। କେହି ବି କେବଳ ସରକାରଙ୍କ ବିରୋଧରେ ରାୟ ପ୍ରକାଶ କରି ସ୍ୱାଧୀନ ହୋଇପାରନ୍ତି ନାହିଁ। ସରକାରଙ୍କ ବିରୋଧରେ ରାୟ ପ୍ରକାଶ କରିବା ସ୍ୱାଧୀନତା ନୁହେଁ। ବିଚାରପତିମାନେ ସାଧାରଣ ନାଗରିକଙ୍କ ଅଧିକାର ଓ ସମ୍ବିଧାନର ମୂଳବୋଧ ଏବଂ ନୀତିର ସଂରକ୍ଷକ। ଆମେ କେବଳ କ୍ଷମତାର ଅଧିକାରୀ ନୁହନ୍ତି, ଆମ ଉପରେ ବଡ଼ ଦାୟିତ୍ୱ ଓ କର୍ତ୍ତବ୍ୟ ରହିଛି ବୋଲି ସେ କହିଛନ୍ତି।

ଲୋକମାନେ ରାୟରେ କ’ଣ କହିବେ କିମ୍ବା ଭାବିବେ, ତା’ ଉପରେ ବିଚାରପତିମାନେ ଆଦୌ ଫୋକସ କରିବା କଥା ନୁହେଁ ବୋଲି ଜଷ୍ଟିସ ଗବାଇ କହିଛନ୍ତି। ସେ କହିଛନ୍ତି, “ଆମକୁ ସବୁ କିଛି ସ୍ୱାଧୀନ ଭାବେ ଚିନ୍ତା କରିବାକୁ ପଡ଼ିବ। ଆମ ନିଷ୍ପତ୍ତି ନେବା ପ୍ରକ୍ରିୟାରା ଲୋକମାନେ କ’ଣ କହିବେ, ସେକଥା ଅଂଶବିଶେଷ ହେବା କଥା ନୁହେଁ।”

Supreme Court Parliament Constitution