/odisha-reporter/media/post_attachments/uploadimage/library/16_9/16_9_0/IMAGE_1676274996.jpg)
Man drag car
ଥମୁନି ହିଟ୍ ଆଣ୍ଡ ରନ୍ ମାମଲା। କେତେବେଳେ ସ୍କୁଟିକୁ କାର୍ ଘୋଷାଡ଼ି ନେଉଛି ତ ଆଉ କେତେବେଳେ କାର୍କୁ ଟ୍ରକ୍। ଏଥିରେ ଅନେକ ଲୋକଙ୍କ ଜୀବନ ଯାଉଛନ୍ତି। ଠିକ୍ ଏଭଳି ହିଁ ପୁଣିଥରେ ଏକ ସମାନ ଘଟଣା ସାମ୍ନାକୁ ଆସିଛି। ମଦ ନିଶାରେ କାର୍କୁ ଫିଲ୍ମ ଷ୍ଟାଇଲ୍ରେ ଦେଢ଼ କିଲୋମିଟର ଯାଏଁ ଘୋଷାଡ଼ି ନେଇଛି କଣ୍ଟେନର୍। ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଉତ୍ତରପ୍ରଦେଶ ମେରଠର ପ୍ରତାପୁର ଅଞ୍ଚଳରେ ଘଟିଛି ଏହି ହିଟ୍ ଆଣ୍ଡ ରନ୍ ମାମଲା। ଏଠାରେ ଏକ ନିଶାଶକ୍ତ କଣ୍ଟେନର ଡ୍ରାଇଭର ଫିଲ୍ମ ଷ୍ଟାଇଲ୍ରେ କାର୍କୁ ବିଚ୍ ରାସ୍ତା ଉପରେ ଘୋଷାଡି ନେଇଛି। ପ୍ରାୟ ଦେଢ଼ କିଲୋମିଟର ଯାଏଁ କାର୍କୁ କଣ୍ଟେନର ଘୋଷାଡ଼ିଛି। ଯେଉଁ କାର୍କୁ ଅଭିଯୁକ୍ତ ଡ୍ରାଇଭର ଘୋଷାଡି ନେଇଥିଲା ସେଥିରେ ୪ ଜଣ ବ୍ୟକ୍ତ ବସିଥିଲେ। ଏହି ଦୃଶ୍ୟ ଦେଖି ରାସ୍ତାରେ ଉପରେ ଥିବା ଲୋକେ ଚିତ୍କାର କରୁଥିଲେ ମଧ୍ୟ ଅଭିଯୁକ୍ତ ଡ୍ରାଇଭର ଗାଡ଼ି ଅଟକାଉନାହିଁ।
ତେବେ କାର୍ରେ ଥିବା ୪ ଜଣ ବ୍ୟକ୍ତିଙ୍କ ଜୀବନ ବଞ୍ଚି ଯାଇଛି। ସେମାନେ ଯେଣତେନ କରି ନିଜ ଜୀବନକୁ ବଞ୍ଚାଇ ନେଇଛନ୍ତି। ଏହି ଘଟଣା ପରେ ତୁରନ୍ତ ପୁଲିସ ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୁଲିସ ଉକ୍ତ କଣ୍ଟେନରକୁ ଅଟକାଇ ଡ୍ରାଇଭରକୁ ଗିରଫ କରିଛି।
ଏହି ଦୃଶ୍ୟ ଦେଖିବା ପରେ ରାସ୍ତା ଉପରେ ଥିବା ଲୋକେ ପୁଲିସକୁ ସୂଚନା ଦେଇଥିଲେ। ଏହା ପରେ ପୁଲିସ ପହଞ୍ଚି କଣ୍ଟେନରକୁ ଅଟକାଇ ଡ୍ରାଇଭରକୁ ଗିରଫ କରିଥିବା କୁହାଯାଉଛି। ସେପଟେ କାର୍ ଭିତରେ ଥିବା ୪ ଜଣ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନିଶାଶକ୍ତ ଅବସ୍ଥାରେ ଡ୍ରାଇଭର କଣ୍ଟେନର ଚଳାଉଥିବା ପୁଲିସ କହିଛି।
नशे में धुत कंटेनर ड्राइवर ने कार को कई किलोमीटर तक घसीटा#Meerut#UPNewspic.twitter.com/wCEHoXNPVq
— NDTV India (@ndtvindia) February 13, 2023
ନିକଟରେ ଉତ୍ତରପ୍ରଦେଶର ମଥୁରା ଜିଲ୍ଲାରୁ ମଧ୍ୟ ଏଭଳି ଏକ ମାମଲା ସାମ୍ନାକୁ ଆସିଥିଲା। ମଥୁରାର ଥାନା ମଣ୍ଟ ଅଞ୍ଚଳରେ ଥିବା ଯମୁନା ଏକ୍ସପ୍ରେସୱେରେ ଏକ ମୃତଦେହ ଅନେକ କିଲୋମିଟର ପର୍ଯ୍ୟନ୍ତ ଗାଡିରେ ଫସି ରହିଥିଲା। କାରଟି ମଣ୍ଟ ଟୋଲ ପ୍ଲାଜାରେ ପହଞ୍ଚିବା ପରେ ଏକ୍ସପ୍ରେସୱେର ସୁରକ୍ଷା କର୍ମୀମାନେ କାର ତଳେ ଫସି ରହିଥିବା ମୃତଦେହକୁ ଦେଖିଥିଲେ। କୁହାଯାଉଛି ଯେ କାରରେ ଫସି ରହିଥିବା ମୃତଦେହକୁ ପ୍ରାୟ ୧୧କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ି ନିଆଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
