Advertisment

ବିଜେପିକୁ ବଡ଼ ଝଟକା: ଦଳ ଛାଡ଼ିଲେ ବିଧାୟକ ଟି ରାଜା

ବର୍ତ୍ତମାନ ତେଲଙ୍ଗାନା ବିଜେପି ମୁଖ୍ୟ ଭାବେ କାମ କରୁଥିବା ଜି କିଷନ ରେଡ୍ଡୀଙ୍କ ନିକଟକୁ ଟି ରାଜା ନିଜର ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ବିଜେପି ହାଇକମାଣ୍ଡ ଲକ୍ଷଲକ୍ଷ କାର୍ଯ୍ୟକର୍ତ୍ତାଙ୍କ ସହ ଧୋକା କରିଥିବା ସେ ବେଶ କ୍ଷୋଭର ସହ କହିଛନ୍ତି।

author-image
Hemant Lenka
T Raja

T Raja

ତେଲଙ୍ଗାନାରେ ବିଜେପିକୁ ବଡ଼ ଝଟକା ଲାଗିଛି। ଗୋଶମହଲ ବିଧାୟକ ଟି ରାଜା ସିଂହ ଆଜି ବିଜେପିକୁ ବାଏବାଏ କହିଛନ୍ତି। ତେଲଙ୍ଗାନା ବିଜେପି ସଭାପତି ଭାବେ ରାମଚନ୍ଦ୍ର ରାଓଙ୍କୁ ଦଳ ନିଯୁକ୍ତି ଦେବାକୁ ଯାଉଥିବାରୁ ଏଥିରେ ଅସନ୍ତୋଷ ପ୍ରକାଶ କରି ଟି ରାଜା ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି। ବର୍ତ୍ତମାନ ତେଲଙ୍ଗାନା ବିଜେପି ମୁଖ୍ୟ ଭାବେ କାମ କରୁଥିବା ଜି କିଷନ ରେଡ୍ଡୀଙ୍କ ନିକଟକୁ ଟି ରାଜା ନିଜର ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ବିଜେପି ହାଇକମାଣ୍ଡ ଲକ୍ଷଲକ୍ଷ କାର୍ଯ୍ୟକର୍ତ୍ତାଙ୍କ ସହ ଧୋକା କରିଥିବା ସେ ବେଶ କ୍ଷୋଭର ସହ କହିଛନ୍ତି।

Advertisment

ଟି ରାଜା କହିଛନ୍ତି, “ଏପରି ନିଷ୍ପତ୍ତି ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ଏହା କେବଳ ମୋ ପାଇଁ ନୁହେଁ, ବରଂ ଲକ୍ଷ ଲକ୍ଷ କାର୍ଯ୍ୟକର୍ତ୍ତା, ନେତା ଓ ବିଜେପିକୁ ଭୋଟ ଦେଇଥିବା ଲୋକଙ୍କ ପାଇଁ ଗୋଟିଏ ଅପ୍ରତ୍ୟାଶିତ ଘଟଣା। ବିଜେପିର ପ୍ରଥମ ସରକାର ଗଠନ ପାଇଁ ତେଲଙ୍ଗାନା ପ୍ରସ୍ତୁତ ହୋଇ ରହିଥିଲା। କିନ୍ତୁ ଭୁଲ ନେତୃତ୍ୱ ଚୟନ ଏହାକୁ ଏବେ ଅନିଶ୍ଚିତତା ମଧ୍ୟକୁ ଠେଲି ଦେଇଛି।”

ସେ ଆହୁରି କହିଛନ୍ତି, ପଛରେ ରହି କିଛି ଲୋକ ସବୁ କିଛି କରିବା ସହ ନିଜ ଇଚ୍ଛାକୁ ଲଦି ଦେବାକୁ ଚାହୁଁଛନ୍ତି। ତେଲଙ୍ଗାନାରେ ଦଳ ଅପେକ୍ଷା ବ୍ୟକ୍ତିଗତ ସ୍ୱାର୍ଥକୁ ଗୁରୁତ୍ୱ ଦିଆଯାଉଛି। ମୁଁ ନୀରବ ରହିପାରିବି ନାହିଁ କିମ୍ବା ସବୁ କିଛି ଠିକ ଚାଲିଛି ବୋଲି ଦେଖାଇ ପାରିବି ନାହିଁ।”

Advertisment

ନିଜର ଇସ୍ତଫାପତ୍ରରେ ରାଜା ସିଂହ ସ୍ପଷ୍ଟ କରିଛନ୍ତି ଯେ ଯଦିଓ ସେ ବିଜେପି ଠାରୁ ଅଲଗା ହେଉଛନ୍ତି, କିନ୍ତୁ ହିନ୍ଦୁତ୍ୱ ଆଦର୍ଶ ଓ ଧର୍ମ ପାଇଁ ସେବା ନୀତି ଅପରିବର୍ତ୍ତିତ ରହିବ ବୋଲି କହିଛନ୍ତି। ସେ କହିଛନ୍ତି, “ମୁଁ ହିନ୍ଦୁ ସଂପ୍ରଦାୟ ପାଇଁ ମୋର ସ୍ୱର ଉଠାଇବା ଜାରି ରଖିଛି। ଆଗକୁ ଏହି ସ୍ୱର ଆହୁରି ଶାଣିତ ହେବ।”

ଇସ୍ତଫା ଦେବା କଷ୍ଟକର ହୋଇଥିଲେ ହେଁ ଏହାର ଆବଶ୍ୟକତା ରହିଥିବା ସେ କହିଛନ୍ତି। ରାଜା ସିଂହ କହିଛନ୍ତି “ଅନେକ ଲୋକଙ୍କ ନୀରବତାକୁ କେହି ବି ସହମତି ବୋଲି ଆଦୌ ଭାବନ୍ତୁ ନାହିଁ। ମୁଁ କେବଳ ମୋ ପାଇଁ ନୁହେଁ,ବରଂ ଅଗଣିତ କାର୍ଯ୍ୟକର୍ତ୍ତା ପାଇଁ ମୁହଁ ଖୋଲିଛି।”

ରାଜା ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ମନ୍ତ୍ରୀ ଅମିତ ଶାହ ଓ ସାଧାରଣ ସମ୍ପାଦକ ବିଏଲ ସନ୍ତୋଷଙ୍କୁ ତେଲଙ୍ଗାନାରେ ସୃଷ୍ଟି ହୋଇଥିବା ନେତୃତ୍ୱ ପ୍ରସଙ୍ଗରେ ପୁନଃ ଚିନ୍ତା କରିବାକୁ କହିଛନ୍ତି।

Hyderabad Telangana T Raja Singh