Advertisment

ଦେବୀ ପାର୍ବତୀଙ୍କ ପର୍ବ ପୋଷ୍ଟରରେ ଆମେରିକା ପର୍ଣ୍ଣ ଷ୍ଟାରଙ୍କ ଫଟୋ

ଧାର୍ମିକ କାର୍ଯ୍ୟକ୍ରମ ପୋଷ୍ଟରରେ ଆମେରିକାର ପର୍ଣ୍ଣ ଷ୍ଟାରଙ୍କ ଫଟୋ ଲାଗିବାକୁ ନେଇ ବିବାଦ ସୃଷ୍ଟି ହୋଇଛି।

author-image
Debibandita Barick
Hoarding

Hoarding

ଧାର୍ମିକ କାର୍ଯ୍ୟକ୍ରମ ପୋଷ୍ଟରରେ ଆମେରିକାର ପର୍ଣ୍ଣ ଷ୍ଟାରଙ୍କ ଫଟୋ ଲାଗିବାକୁ ନେଇ ବିବାଦ। ଏହି କାରଣକୁ ନେଇ ତାମିଲନାଡୁର କାଞ୍ଚିପୁରମରେ ବିବାଦ ସୃଷ୍ଟି ହୋଇଛି। ଦେବୀ ପାର୍ବତୀଙ୍କ ପୂଜା ପାଇଁ ଆୟୋଜିତ ହୋଇଥିବା ଧାର୍ମିକ କାର୍ଯ୍ୟକ୍ରମ ପୋଷ୍ଟରରେ ଲାଗିଥିଲା ମିଆ ଖଲିଫାଙ୍କ ଫଟୋ।

Advertisment

ତାମିଲନାଡୁର ଏକ ପ୍ରସିଦ୍ଧ ପର୍ବ ହେଉଛି ଆଦି ପର୍ବ। ଶ୍ରାବଣ ମାସରେ ଏହି ପର୍ବ ପାଳନ କରାଯାଏ। ଆସନ୍ତାକାଲି(ଅଗଷ୍ଟ 9ରୁ) ବେଶ୍ ଧୂମଧାମରେ ଏହି ପର୍ବ ପାଳନ ହେବ।

ଏଥିପାଇଁ ବିଭିନ୍ନ ସ୍ଥାନରେ ସାଜ ସଜା ସାଙ୍ଗକୁ ବିଭିନ୍ନ ମନ୍ଦିର କମିଟି ପକ୍ଷରୁ ତୋରଣ ଓ ପୋଷ୍ଟର ଲଗାଯାଉଛି। ଏହି ପୂଜାରେ ଅମ୍ମନ(ଦେବୀ ପାର୍ବତୀ)ଙ୍କ ପୂଜାର୍ଚ୍ଚନା କରାଯାଏ। ଏହି ପର୍ବରେ ହଜାର ହଜାର ଭକ୍ତ ଯୋଗ ଦେଇଥାନ୍ତି। କିନ୍ତୁ ପୋଷ୍ଟରରେ ମିଆ ଖଲିଫାଙ୍କ ଫଟୋ ଲାଗିବାକୁ ନେଇ ବିବାଦ ହୋଇଛି।

Advertisment

ଯେଉଁ ପୋଷ୍ଟରରେ ଦେବୀ ପାର୍ବତୀଙ୍କ ଫଟୋ ଲାଗିଛି, ଠିକ୍ ସେହି ପୋଷ୍ଟରରେ ହିଁ ଆମେରିକାର ପର୍ଣ୍ଣ ଷ୍ଟାର୍ ମିଆ ଖଲିଫାଙ୍କ ଫଟୋ ଲାଗିଛି। ମିଆ ଖଲିଫା ଶାଢ଼ୀ ପିନ୍ଧି ମୁଣ୍ଡରେ କଳସୀ ମୁଣ୍ଡାଇଥିବାର ଫଟୋ ଉକ୍ତ ପୋଷ୍ଟରରେ ଲଗାଯାଇଛି। ଏହାକୁ ନେଇ କାଞ୍ଚିପୁରମ ଅଞ୍ଚଳରେ ବିବାଦ ଦେଖାଦେଇଛି।

ସ୍ଥାନୀୟ ଲୋକେ ପାଟିତୁଣ୍ଡ କରିବା ସହ ଏହା ବିରୁଦ୍ଧରେ ସ୍ୱର ଉଠାଇଥିଲେ। ପରିସ୍ଥିତି ଅଶାନ୍ତ ହେବାରୁ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି।ତେବେ ଏପରି ପୋଷ୍ଟର ପଛରେ କାହାର, କି ଉଦ୍ଦେଶ୍ୟ ରହିଛି ତାହା ତଦନ୍ତ ସାପେକ୍ଷ। 

ପ୍ରକାଶ ଥାଉକି, ମିଆ ଖଲିଫା ହେଉଛନ୍ତି ଆମେରିକାର ଜଣେ ପୂର୍ବତନ ପର୍ଣ୍ଣ ଷ୍ଟାର୍। ତାଙ୍କ ଘର ଲେବାନନରେ। ସେ ଲେବାନନରେ ଜନ୍ମ ହୋଇଥିଲେ ଏବଂ ବଢିଥିଲେ। 2001ରେ ମିଆଙ୍କ ପରିବାର ଆମେରିକାକୁ ସ୍ଥାନାନ୍ତର ହୋଇଥିଲେ। ସେ 2014ରେ ପର୍ଣ୍ଣୋଗ୍ରାଫି ଫିଲ୍ମରେ ପ୍ରବେଶ କରିଥିଲେ।

Tamil Nadu Festival Religious Festival Hoarding Mia Khalifa