Advertisment

ପାର୍କିଂକୁ ନେଇ ତୁମୁଳ କାଣ୍ଡ, ଲାଠି ମାଡ଼ ସହ ଚୌକି ଫିଙ୍ଗାଫିଙ୍ଗି

ମାର୍କେଟ୍‌ରେ ଥିବା ଏକ ଦୋକାନ ଆଗରେ କାର୍ ପାର୍କିଂକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ପ୍ରଥମେ ଦୋକାନ ମାଲିକ ଓ କାର୍ ଡ୍ରାଇଭରଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଏହା ଉଗ୍ର ରୂପ ନେଇଥିଲା।

Controversy over parking

ପାର୍କିଂକୁ ନେଇ ତୁମୁଳ କାଣ୍ଡ, ଲାଠି ମାଡ଼ ସହ ଚୌକି ଫିଙ୍ଗାଫିଙ୍ଗି

Advertisment

କାର୍ ପାର୍କିଂକୁ ନେଇ ତୁମୁଳ କାଣ୍ଡ। ମୁହାଁମୁହିଁ ହେଲେ ଦୁଇ ଗୋଷ୍ଠୀ। ଚାଲିଲା ଲାଠି, ପିଙ୍ଗାଫିଙ୍ଗି ହେଲେ ଚୌକି। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ନଏଡା ସେକ୍ଟର-୪୬ ଗ୍ଲୋରୀ ମାର୍କେଟ୍ ଅଞ୍ଚଳରେ। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

Advertisment

ସୂଚନ ମୁତାବକ, ଗୁରୁବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ନଏଡା ଗ୍ଲୋରୀ ମାର୍କେଟ୍‌ରେ ଥିବା ଏକ ଦୋକାନ ଆଗରେ କାର୍ ପାର୍କିଂକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ପ୍ରଥମେ ଦୋକାନ ମାଲିକ ଓ କାର୍ ଡ୍ରାଇଭରଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଏହା ଉଗ୍ର ରୂପ ନେଇଥିଲା।

ପୁଲିସ ସୂଚନା ମୁତାବକ, ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଲାଠି ମାଡ ହୋଇଥିଲା। ଉଭୟ ପରସ୍ପରକୁ ଚୌକି ଫିଙ୍ଗାଫିଙ୍ଗି ହୋଇଥିଲେ। ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି। ଏହି ପୂରା ଘଟଣାର ଭିଡିଓ ସିସିଟିଭିରେ କଏଦ୍ ହୋଇଛି। ବର୍ତ୍ତମାନ ପୁଲିସ ଏହି ମାମଲାର ଯାଞ୍ଚ କରୁଛି। ଏହି ମାମଲାରେ ଯିଏ ବି ଦୋଷୀ ପ୍ରମାଣିତ ହେବେ ତାଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ଅଧିକାରୀ କହିଛନ୍ତି।      

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe