Advertisment

ଭଡ଼ାରେ କାର ନେଇ ବିକ୍ରି କରି ଦେଉଥିବା ମହାଠକ ମହିଳାଙ୍କୁ ବାନ୍ଧିଲା ପୁଲିସ୍‌

ଯଶୋଦା ଦେବୀଙ୍କ ଠାରୁ ମୋବାଇଲ ଫୋନ, ଲ୍ୟାପଟପ, ବିଭିନ୍ନ କାଗଜପତ୍ର ସମେତ ପ୍ରମାଣ ଭାବେ ୧୦୫ଟି ଜିନିଷ ଜବତ କରାଯାଇଛି।

Conwoman

Conwoman

Advertisment

କାର୍ ମାଲିକଙ୍କୁ ଅଧିକ ପରିମାଣର ଭଡ଼ା ଦେବାର ଲୋଭ ଦେଖାଇ ପ୍ରଥମେ ଗାଡ଼ି ଆଣୁଥିଲେ। ଏହାପରେ ଉକ୍ତ ଭଡ଼ା କାର୍‌ଗୁଡ଼ିକୁ ବିକ୍ରି କରି ଦେଉଥିଲେ। ଟଙ୍କା ହାତେଇବା ପରେ ସେ କାର ମାଲିକଙ୍କୁ କିଛି ନ ଦେଇ ସବୁ କିଛି ଏକାକୀ ଚଳୁ କରି ଦେଉଥିଲେ। ଏଭଳି କାମ କରୁଥିବା ଜଣେ ମହାଠକ ମହିଳାଙ୍କୁ ପୁଲିସ୍‌ ତାମିଲନାଡୁର କୋଏମ୍ବାଟୁରରୁ ଗିରଫ କରିଛି।

Advertisment

ଗିରଫ ମହିଳା ଜଣଙ୍କ ହେଲେ ୩୯ ବର୍ଷୀୟ ଯଶୋଦା ଦେବୀ। ତାଙ୍କ ଘର ଚିନ୍ନା ମେଟ୍ଟୁପାଲାୟମର ସ୍ୱସ୍ତିକା ଆଭିନ୍ୟୁରେ। ତାଙ୍କୁ ସିସିବି ଇନ୍ସପେକ୍ଟର ପି ରେଣୁଗାଦେବୀଙ୍କ ନେତୃତ୍ୱାଧୀନ ଗୋଟିଏ ଟିମ ଗିରଫ କରିଛି। ସେ ସହରରେ ୧ କୋଟି ଟଙ୍କା ଦେଇ ଗୋଟିଏ ଘର କିଣିବାକୁ ଡିଲ୍‌ କରୁଥିବା ବେଳେ ପୁଲିସ୍‌ ତାଙ୍କୁ ଗିରଫ କରିଛି। ପୁଲିସ ତାଙ୍କ ଠାରୁ ୭ଟି କାର ଜବତ କରିଥିବା ବେଳେ ବାକି ୧୩ଟି କାରକୁ ଠାବ କରିବାକୁ ପ୍ରୟାସ ଆରମ୍ଭ କରିଛି।

ଯଶୋଦା ଦେବୀଙ୍କ ଠାରୁ ମୋବାଇଲ ଫୋନ, ଲ୍ୟାପଟପ, ବିଭିନ୍ନ କାଗଜପତ୍ର ସମେତ ପ୍ରମାଣ ଭାବେ ୧୦୫ଟି ଜିନିଷ ଜବତ କରାଯାଇଛି। ପୁଲିସ୍‌ ଆକଳନ କରିଛି ଯେ ସେ ବିଭିନ୍ନ ଲୋକଙ୍କୁ ଠକି ପ୍ରାୟ ୧.୫ କୋଟି ଟଙ୍କା ହାତେଇଥିଲେ। ୨୦୨୦ ମସିହାରେ କେ ରଙ୍ଗନାଥନ(୪୨) ପ୍ରଥମେ ଖବରକାଗଜରେ ବାହାରିଥିବା ଗୋଟିଏ ବିଜ୍ଞାପନକୁ ଦେଖିଥିଲେ।

Advertisment

ଏହି ବିଜ୍ଞାପନଟି ଯଶୋଦା ଦେବୀଙ୍କ ପକ୍ଷରୁ ଅନୁ ଆଦିତ୍ୟା ଟ୍ରାନ୍ସପୋର୍ଟ ଓ ଲଜିଷ୍ଟିକ ପ୍ରାଇଭେଟ ଲିଃରେ ବାହାରିଥିଲା। ଏଥିରେ କାର ମାଲିକମାନଙ୍କୁ ସେମାନଙ୍କ ଗାଡ଼ିକୁ ମାସିକ ଭଡ଼ାରେ ଦେବାକୁ ନିମନ୍ତ୍ରଣ କରାଯାଇଥିଲା। ଏହାଦ୍ୱାରା ବିପୁଳ ପରିମାଣର ଟଙ୍କା ମଧ୍ୟ ମିଳିବ ବୋଲି ଯଶୋଦା ଦେବୀ ବିଜ୍ଞାପନ ଜରିଆରେ ପ୍ରତିଶ୍ରୁତି ଦେଇଥିଲେ।

ବିଜ୍ଞାପନ ଦେଖି ରଙ୍ଗନାଥନ ସିଧା ତୁଡିୟାଲୁରରେ ଥିବା ଯଶୋଦା ଦେବୀଙ୍କ ଭଡ଼ା ଘରେ ପହଞ୍ଚି ଏ ବିଷୟରେ ଆଲୋଚନା କରିଥିଲେ। ସେ ୨୦୨୦ ଅକ୍ଟୋବର ୧ରୁ ୨୦୨୧ ଅକ୍ଟୋବର ୧ ଯାଏ ତାଙ୍କ କାର ଯଶୋଦାଙ୍କୁ ଭଡ଼ାରେ ଦେବା ପାଇଁ ଚୁକ୍ତି କରିଥିଲେ। ଏ ବାବଦରେ ମାସିକ ୨୨ ହଜାର ଟଙ୍କା ଲେଖାଏ ମିଳିବ ବୋଲି ଚୁକ୍ତି ହୋଇଥିଲା।

ରଙ୍ଗନାଥନ କାର ଯଶୋଦାଙ୍କୁ ଦେଇଥିଲେ ଓ ୨ ମାସର ଭଡ଼ା ବାବଦ ଟଙ୍କା ମଧ୍ୟ ପାଇଥିଲେ। ତେବେ ଦୁଇ ମାସ ପରେ ଯଶୋଦା ଦେବୀ ଫୋନ ସୁଇଚଅଫ କରି ଦେଇଥିଲେ ଓ ତୁଡିୟାଲୁର ଘର ଛାଡ଼ି ଚାଲି ଯାଇଥିଲେ। ସେବେଠାରୁ ରଙ୍ଗନାଥନ ମହଠକ ଯଶୋଦାଙ୍କ ବିଷୟରେ ଅଧିକ ତଥ୍ୟ ଯୋଗାଡ଼ କରିବା କାମରେ ଲାଗି ପଡ଼ିଥିଲେ।

ଏହି ସମୟରେ ନରେନ କୁମାର ନାମକ ଜଣେ ବ୍ୟକ୍ତି ମଧ୍ୟ ଯଶୋଦାଙ୍କ ଜାଲରେ ଫସି ତାଙ୍କ ମଲ୍ଟି ପ୍ରପୋଜ ଗାଡ଼ି ଓ ଗୋଟିଏ ସେଡାନ କାର ଦେଇଥିବା ଜାଣିବାକୁ ପାଇଥିଲେ। ସେହିପରି ମୁଥୁ କୁମାର ଓ ହରିହରନ ମଧ୍ୟ ନିଜ ନିଜର ଏକାଧିକ ଗାଡ଼ି ଭଡ଼ାରେ ଯଶୋଦାଙ୍କୁ ଦେଇଥିବା ଜଣାପଡ଼ିଥିଲା। କିଛି ମହିଳା ମଧ୍ୟ ଯଶୋଦାଙ୍କ ଜାଲରେ ଫସି ଠକାମୀର ଶିକାର ହୋଇଥିଲେ।

ତଦନ୍ତରୁ ଜଣାପଡ଼ିଥିଲା ଯେ ଯଶୋଦା ଦେବୀ କାର ନେବା ପରେ ସମସ୍ତଙ୍କୁ ୨ ମାସ ଯାଏ ଟଙ୍କା ଦେଉଥିଲେ। ଏହାପରେ ସେ ଉକ୍ତ କାର ଗୁଡ଼ିକୁ ଆଇନଜୀବୀ ଓ ରାଜନେତାଙ୍କୁ ୩ରୁ ୫ ଲକ୍ଷ ଟଙ୍କାରେ ବିକ୍ରି କରି ଦେଉଥିଲେ। ତାମିଲନାଡୁର ବିଭିନ୍ନ ଜାଲରେ ତାଙ୍କର ନେଟୱର୍କ ରହିଛି। ପୁଲିସ ତାଙ୍କୁ ଶୁକ୍ରବାର ଗିରଫ କରିବା ପରେ କୋର୍ଟରେ ହାଜର କରିଥିଲା। ଏହାପରେ ତାଙ୍କୁ ରିମାଣ୍ତରେ ଆଣି ଏବେ ଅଧିକ ତଦନ୍ତ କରୁଛି।

Tamilnadu Fraud
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe