Advertisment

‘୫ କେଜି ଆଳୁ’ ଲାଞ୍ଚ ମାଗି ନିଲମ୍ବିତ ହେଲେ SI

୫ କେଜି ଆଳୁ ଲାଞ୍ଚ ମାଗି ଚାକିରି ହରାଇଛନ୍ତି ଜଣେ ପୁଲିସ୍ ସବ ଇନସପେକ୍ଟର।

Potatoes

Potatoes

Advertisment

ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଦ୍ୱନ୍ଦ୍ୱରେ ପଡ଼ୁଥିବେ। ଆଳୁ ନାଁରେ କେମିତି ଲାଞ୍ଚ କାରବାର ହେଉଛି? କ’ଣ ଏବେ ଆଳୁର ଦାମ ଆକାଶ ଛୁଆଁ ଥିବାରୁ ଲାଞ୍ଚ କାରବାର ପାଇଁ ଏହାକୁ ବ୍ୟବହାର କରାଯାଉଛି କି? ଅଧିକ ଦ୍ୱନ୍ଦ୍ୱରେ ରୁହନ୍ତୁ ନାହିଁ। ଆମେ ଏଠାରେ ଆପଣଙ୍କ ଦ୍ୱନ୍ଦ୍ୱ ଦୂର କରିବୁ। ୫ କେଜି ଆଳୁ ଲାଞ୍ଚ ମାଗି ଚାକିରି ହରାଇଛନ୍ତି ଜଣେ ପୁଲିସ୍ ସବ ଇନସପେକ୍ଟର। ଉତ୍ତର ପ୍ରଦେଶର କନୌଜରେ ଏପରି ଘଟଣା ଘଟିଛି।

Advertisment

ତଦନ୍ତରୁ ଜଣାପଡ଼ିଛି ଯେ ଜଣେ ପୁଲିସ୍‌ ସବ ଇନସପେକ୍ଟର ଲାଞ୍ଚ ଭାବେ ଆଳୁ ଦାବି କରିଥିଲେ। ବାସ୍ତବରେ ଲାଞ୍ଚ କାରବାର ପାଇଁ ଆଳୁ ଥିଲା କୋଡ ୱାର୍ଡ। ଗୋଟିଏ ମାମଲାର ରଫାଦଫା କରିବା ପାଇଁ ନିଲମ୍ବିତ ପୁଲିସ୍‌ ସବ ଇନସପେକ୍ଟର ରାମ କ୍ରିପାଲ ସିଂହ ୫ କେଜି ଆଳୁ ମାଗିଥିଲେ। ଏହାର ଅଡିଓ ଭାଇରାଲ ହେବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।

କନୌଜ ଏସ୍‌ପି ଅମିତ କୁମାର ଆନନ୍ଦ ସବ ଇନସପେକ୍ଟର ସୌରିଖ ପୁଲିସ୍‌ ଷ୍ଟେସନ ଅଧୀନରେ ଥିବା ଭାୱାଲପୁର ଚାପୁନ୍ନା ଚୌକରେ ନିୟୋଜିତ ରାମ କ୍ରିପାଲ ସିଂହଙ୍କୁ ନିଲମ୍ବିତ କରିଛନ୍ତି। ଏଥିସହ ତାଙ୍କ ବିରୋଧରେ ବିଚାର ବିଭାଗୀୟ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି।

Advertisment

ଭାଇରାଲ ଅଡିଓ କ୍ଲିପରେ ଶୁଣିବାକୁ ମିଳୁଛି ଯେ ଅଭିଯୁକ୍ତ ରାମ କ୍ରିପାଲ ଫୋନରେ ଜଣେ ଚାଷୀଙ୍କୁ ୫ କେଜି ଆଳୁ ମାଗୁଛନ୍ତି। ହେଲେ ଚାଷୀ ଜଣଙ୍କ ଏହି ଡିମାଣ୍ଡକୁ ଗ୍ରହଣ କରିବାକୁ ଅରାଜି ହେଉଛନ୍ତି। ସେ ୫ କେଜି ଆଳୁ ବଦଳରେ ୨ କେଜି ଦେଇ ପାରିବେ ବୋଲି କହୁଛନ୍ତି। ଏହା ଶୁଣି ରାମ କ୍ରିପାଲ ରାଗି ଯାଇଥିଲେ ଓ ୫ କେଜି ଆଳ ଦେବାକୁ କହିଥିଲେ। ତଥାପି ଡିଲ ଫାଇନାଲ ହୋଇ ନଥିଲା। ବହୁ ସମୟର କଥାବାର୍ତ୍ତା ପରେ ୩ କେଜି ଆଳୁରେ ଡିଲ ‍ଫାଇନାଲ ହୋଇଥିଲା।

କନୌଜ ପୁଲିସ୍‌ ପକ୍ଷରୁ ଗୋଟିଲ ବିବୃତିରେ ଏହାର ସୂଚନା ଦିଆଯାଇଛି। ଏଥିସହ ରାମ କ୍ରିପାଲଙ୍କୁ ତତ୍କାଳ ଭାବେ କାର୍ଯ୍ୟାରୁ ନିଲମ୍ବିତ କରାଯାଇଛି ବୋଲି କୁହାଯାଇଛି। କନୌଜର ସର୍କଲ ଅଫିସର କମଲେଶ କୁମାର ଘଟଣାର ତଦନ୍ତ ଦାୟିତ୍ୱ ହାତକୁ ନେଇଛନ୍ତି।

କୁହାଯାଉଛି ଯେ ବାସ୍ତବରେ ରାମ କ୍ରିପାଲ ଲାଞ୍ଚ ପାଇଁ ଆଳୁକୁ କୋଡ ୱାର୍ଡ ଭାବେ ବ୍ୟବହାର କରିଥିଲେ। ଗୋଟିଏ ମାମଲାକୁ ରଫାଦଫା କରିବା ପାଇଁ ସେ ୫ କେଜି ଆଳୁ ଅର୍ଥାତ ୫ ଲକ୍ଷ ଟଙ୍କା ମାଗୁଥିଲେ। ତାଙ୍କ ସହ କଥାବାର୍ତ୍ତା ହେଉଥିବା ବ୍ୟକ୍ତି ପ୍ରକୃତରେ ଜଣେ ଚାଷୀ କି ନୁହେଁ, ସେକଥା ମଧ୍ୟ ସ୍ପଷ୍ଟ ହୋଇନି। 

Uttar Pradesh Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe