Advertisment

ସହିଦ ହେବା ପୂର୍ବରୁ ପାକିସ୍ତାନୀ ଆତଙ୍କୀକୁ ମାରିଥିଲେ ହେଡ କନଷ୍ଟେବଳ

ଜମ୍ମୁ-କଶ୍ମୀରର କଠୁଆ ଜିଲ୍ଲାରେ ଗତକାଲି ରାତିରୁ ଆରମ୍ଭ ହୋଇଥିବା ଏନକାଉଣ୍ଟରରେ ଆହତ କନଷ୍ଟେବଳ ଅହମଦ ଆଜି ଆଖି ବୁଜିଛନ୍ତି।

Jammu

Jammu

Advertisment

ଦେହରେ ଗୁଳି ବାଜି ଥିଲା। ତଥାପି ହାର ମାନି ନଥିଲେ। ଆହତ ଅବସ୍ଥାରେ ମଧ୍ୟ ପାକିସ୍ତାନର ଜଣେ କୁଖ୍ୟାତ ଆତଙ୍କବାଦୀଙ୍କ ଉପରକୁ ଚଳାଇଥିଲେ। ଆହତ କନଷ୍ଟେବଳଙ୍କ ଗୁଳି ମାଡ଼ରେ ଆତଙ୍କବାଦୀର ମୃତ୍ୟୁ ହୋଇଥିଲା। ହେଲେ ହେଡ କନଷ୍ଟେବଳ ବଶିର ଅହମଦ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ସହିଦ ହୋଇଛନ୍ତି।

Advertisment

ଜମ୍ମୁ-କଶ୍ମୀରର କଠୁଆ ଜିଲ୍ଲାରେ ଗତକାଲି ରାତିରୁ ଆରମ୍ଭ ହୋଇଥିବା ଏନକାଉଣ୍ଟରରେ ଆହତ କନଷ୍ଟେବଳ ଅହମଦ ଆଜି ଆଖି ବୁଜିଛନ୍ତି। ଏବେ ବି ଆଉ ଦୁଇ ଜଣ ପୁଲିସ୍‌ ଅଧିକାରୀ ଗୁଳି ମାଡ଼ରେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି।

ଜମ୍ମୁ ଜୋନର ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଆନନ୍ଦ ଜୈନ କହିଛନ୍ତି, “କଠୁଆ ଜିଲ୍ଲାର କୋଗ ଗାଁରେ ଚାଲିଥିବା ଅପରେସନରେ ପୁଲିସ୍‌ ହେଡ କନଷ୍ଟେବଳ ବଶିର ଅହମଦ ବଳିଦାନ ଦେଇଛନ୍ତି। ସେ ବେଶ ସାହାସର ଜଣେ ଆତଙ୍କବାଦୀକୁ ନିପାତ କରିବା ପରେ ଦେଶ ପାଇଁ ସହିଦ ହୋଇଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଡେପୁଟି ଏସ୍‌ପି ସୁଖବୀର ଓ ଏଏସଆଇ ନୈଜଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି।”

Advertisment

ବରିଷ୍ଠ ଅଧିକାରୀଙ୍କ କହିବା କଥା ଯେ ଗାଁରେ ୩ରୁ ୪ ଜଣ ଆତଙ୍କବାଦୀ ରହିଥିବା ଖବର ମିଳିବା ପରେ ପୁଲିସ ପକ୍ଷରୁ ଗତକାଲି ରାତିରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ପୁଲିସ୍‌ ଓ ସେନା ମିଳିତ ଭାବେ ଗାଁକୁ ଯାଉଥିବା ବେଳେ ଆତଙ୍କବାଦୀମାନେ ଗୁଳିମାଡ଼ ଆରମ୍ଭ କରି ଦେଇଥିଲେ।

ଫଳରେ ଦୁଇ ପକ୍ଷ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଯାଇଥିଲା। ଏତିକି ବେଳେ କନଷ୍ଟେବଳ ବଶିରଙ୍କ ଦେହରେ ଗୁଳି ମାଡ଼ ହୋଇଥିଲା। ସେ ଏପରି ଅବସ୍ଥାରେ ମଧ୍ୟ ଜଣେ ଆତଙ୍କବାଦୀକୁ ଗୁଳି କରି ଖତମ କରିଥିଲେ। ଏନକାଉଣ୍ଟରେ ମୋଟ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏବେ ବି ପୂରା ଅଞ୍ଚଳକୁ କର୍ଡନ କରି ରଖାଯାଇଛି ଓ ସର୍ଚ୍ଚ ଅପରେସନ ଜାରି ରହିଛି।

Jammu Kashmir Encounter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe