Advertisment

ଫେବୃଆରୀରେ ପଡ଼ିଥାଆନ୍ତା ହାତଗଣ୍ଠି, କିନ୍ତୁ ତା’ ପୂର୍ବରୁ ଟଳି ପଡ଼ିଲେ କନଷ୍ଟେବଳ

ଫେବୃଆରୀ ମାସରେ ବାହା ହେବାକୁ ଯାଉଥିବା ଯୁବ କନଷ୍ଟେବଳ ସଚିନ ରାଠି ଆଉ ନାହାନ୍ତି। ଉତ୍ତର ପ୍ରଦେଶର କିଛି କୁଖ୍ୟାତ ଅପରାଧିକଙ୍କ ସହ ପୁଲିସ୍‌ର ହୋଇଥିବା ଲଢ଼େଇରେ ୩୦ ବର୍ଷୀୟ ସଚିନ ପ୍ରାଣ ହରାଇଛନ୍ତି।

sachin Rathi

sachin Rathi

Advertisment

ମାଡ଼ି ଆସିଛି ଦୁଃଖର ପାହାଡ଼। କ୍ଷଣିକେ ଚୂରମାର ହୋଇଯାଇଛି ସବୁ ସ୍ୱପ୍ନ। ଯେଉଁ ଘରେ ବାହାଘର ପାଇଁ ପ୍ରସ୍ତୁତି ଚାଲିଥିଲା, ସେଠି ଆଜି ସମସ୍ତେ କାନ୍ଦୁଛନ୍ତି। ବାହାଘର ବଦଳରେ ଶବ ସତ୍କାର ପାଇଁ ଚାଲିଛି ପ୍ରସ୍ତୁତି।

Advertisment

କାରଣ ଫେବୃଆରୀ ମାସରେ ବାହା ହେବାକୁ ଯାଉଥିବା ଯୁବ କନଷ୍ଟେବଳ ସଚିନ ରାଠି ଆଉ ନାହାନ୍ତି। ଉତ୍ତର ପ୍ରଦେଶର କିଛି କୁଖ୍ୟାତ ଅପରାଧିକଙ୍କ ସହ ପୁଲିସ୍‌ର ହୋଇଥିବା ଲଢ଼େଇରେ ୩୦ ବର୍ଷୀୟ ସଚିନ ପ୍ରାଣ ହରାଇଛନ୍ତି। ଗୁଳି ମାଡ଼ ପରେ ସଚିନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି।

ହତ୍ୟା ସହ ୨୦ଟି ମାମଲାର ମୋଷ୍ଟୱାଣ୍ଟେଡ ଅଶୋକ ଯାଦବକୁ ଧରିବା ପାଇଁ କନୌଜ ସ୍ଥିତ ତା’ ଘରକୁ ଯାଇଥିବା ୪ ଜଣ ପୁଲିସ୍‌ କର୍ମଚାରୀଙ୍କ ମଧ୍ୟରେ ସଚିନ ଥିଲେ। ସେମାନେ ସେଠାରେ ପହଞ୍ଚିବା କ୍ଷଣି ଅଶୋକ ଓ ତା’ ପୁଅ ଅଭୟ ହଠାତ୍ ପୁଲିସ ଉପରକୁ ଗୁଳି କରିଥିଲେ। ଗୋଟିଏ ଗୁଳି ସଚିନଙ୍କ ଜଙ୍ଘରେ ବାଜିଥିଲା।

Advertisment

ଗୁଳି ମାଡ଼ର ଖବର ପାଇ ୪ଟି ଷ୍ଟେସନର ପୁଲିସ୍‌ କର୍ମଚାରୀ କନୌଜ ସ୍ଥିତ ଅଶୋକର ଘରେ ପହଞ୍ଚି ଯାଇଥିଲେ। ଉଭୟ ପକ୍ଷ ମଧ୍ୟରେ ପ୍ରାୟ ଗୋଟିଏ ଘଣ୍ଟା ଧରି ଗୁଳି ବିନିମୟ ହୋଇଥିଲା। ଶେଷରେ ଯାଦବ ବାପ-ପୁଅକୁ ପୁଲିସ୍‌ ଗିରଫ କରିଥିଲା। ସେମାନେ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ୍‌ ସେମାନଙ୍କ ଗୋଡ଼କୁ ଗୁଳି କରି ଧରିଛି।

ଏନକାଉଣ୍ଟ ପରେ ସଚିନଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ହେଲେ ସେତେବେଳକୁ ତାଙ୍କ ଦେହରୁ ବହୁତ ରକ୍ତ ବୋହି ସାରିଥିଲା। ଡାକ୍ତରଙ୍କ ଶତ ଚେଷ୍ଟା କରିଥିଲେ ମଧ୍ୟ ସଚିନଙ୍କୁ ବଞ୍ଚାଇ ପାରି ନଥିଲେ। ଏହି ଖବର ତାଙ୍କ ଘରେ ପହଞ୍ଚିବା ପରେ ସମସ୍ତେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। କାରଣ ଆଉ ମାସକ ପରେ ଯେଉଁ ସଚିନ ବାହା ହୋଇଥାଆନ୍ତେ, ଏବେ ତାଙ୍କର ଚିତା ଜଳିଛି।

ମୁଜାଫରନଗରର ମୂଳବାସିନ୍ଦା ସଚିନ ୨୦୧୯ରେ ପୁଲିସ୍‌ ଫୋର୍ସରେ ଜଏନ କରିଥିଲେ। ଫେବୃଆରୀ ୫ରେ ସେ ଜଣେ ମହିଳା କନଷ୍ଟେବଳଙ୍କୁ ବିବାହ କରି ଥାଆନ୍ତେ। ଉଭୟ ପରିବାର ବାହାଘର ପାଇଁ ପ୍ରସ୍ତୁତ ହେଉଥିବା ବେଳେ ସଚିନ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି। ତୋପ ସଲାମୀ ସହ ସଚିନଙ୍କୁ ପୁଲିସ ଫୋର୍ସ ପକ୍ଷରୁ ଶେଷ ବିଦାୟ ଜଣାଯାଇଛି।

Uttar Pradesh Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe