Advertisment

ବିଡ଼ାବିଡ଼ା ୫୦୦ ଟଙ୍କିଆ ନୋଟ ସହ ସେଲଫି ନେଲେ ପତ୍ନୀ ଓ ଦୁଇ ପିଲା, ପରିଣାମ ଭୋଗିଲେ ପୁଲିସ ବାବୁ

ଏହି ସେଲଫି ସାମ୍ନାକୁ ଆସିବା ପରେ ଏହାର ପରିଣାମ ଉତ୍ତର ପ୍ରଦେଶ ପୁଲିସ୍‌ରେ କାମ କରୁଥିବା ଜଣେ ଅଧିକାରୀଙ୍କୁ ଭୋଗିବାକୁ ପଡ଼ିଛି। ପତ୍ନୀ ଓ ପିଲାଙ୍କ ସେଲିଫ ପାଇଁ ଉନ୍ନାଓରେ କାର୍ଯ୍ୟ କରୁଥିବା ପୁଲିସ୍‌ ବାବୁଙ୍କୁ ତୁରନ୍ତ ବଦଳି କରି ଦିଆଯାଇଛି।

Police

Police

Advertisment

ବେଡ୍‌ ଉପରେ ରଖା ଯାଇଛି ବିଡ଼ା ବିଡ଼ା ୫୦୦ ଟଙ୍କିଆ ନୋଟ। ଏତେ ପରିମାଣର ନୋଟ ସହ ପୁଲିସ୍‌ ବାବୁଙ୍କ ପତ୍ନୀ ଓ ଦୁଇ ପିଲା ସେଲଫି ପରେ ସେଲଫି ମଧ୍ୟ ନେବାରେ ଲାଗିଛନ୍ତି।

Advertisment

କିନ୍ତୁ ଏହି ସେଲଫି ସାମ୍ନାକୁ ଆସିବା ପରେ ଏହାର ପରିଣାମ ଉତ୍ତର ପ୍ରଦେଶ ପୁଲିସ୍‌ରେ କାମ କରୁଥିବା ଜଣେ ଅଧିକାରୀଙ୍କୁ ଭୋଗିବାକୁ ପଡ଼ିଛି। ପତ୍ନୀ ଓ ପିଲାଙ୍କ ସେଲିଫ ପାଇଁ ଉନ୍ନାଓରେ କାର୍ଯ୍ୟ କରୁଥିବା ପୁଲିସ୍‌ ବାବୁଙ୍କୁ ତୁରନ୍ତ ବଦଳି କରି ଦିଆଯାଇଛି।

ପୁଲିସ୍‌ ବାବୁ ଜଣଙ୍କ ଏତେ ପରିମାଣର ଟଙ୍କା କେଉଁଠି ଆଣିଲେ ଓ ଏହାକୁ ବେଡ୍‌ ଉପରେ ରଖି ପ୍ରଦର୍ଶନ କରିବା ପଛର କାରଣ କ’ଣ, ସେକଥା ଜାଣିବା ପାଇଁ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି। ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଫଟୋକୁ ଅନେକ ଲୋକ ଶେୟାର କରି ପୁଲିସ ବାବୁ ଜଣଙ୍କ ବେଆଇନ ଭାବେ ଏତେ ଟଙ୍କା ରଖିଥିବା କହୁଛନ୍ତି।

Advertisment

ବେଡ୍‌ ଉପରେ ମୋଟ ୧୪ ଲକ୍ଷ ଟଙ୍କା ରହିଥିଲା। ଏଗୁଡ଼ିକ ସବୁ ୫୦୦ ଟଙ୍କିଆ ନୋଟର ବିଡ଼ା। ଏହି ବିପୁଳ ପରିମାଣର ଟଙ୍କାକୁ ଦେଖି ପୁଲିସ୍‌ ବାବୁଙ୍କ ଦୁଇ ପିଲା ଓ ପତ୍ନୀ ବେଶ ଉତ୍ସାହିତ ହୋଇ ପଡ଼ିଥିଲେ। ସେମାନେ ଏହାକୁ ବେଡ୍‌ ଉପରେ ରଖି ସେଲିଫି ନେଇଥିଲେ।

Policeପୁଲିସ୍‌ ବାବୁ ରମେଶ ଚନ୍ଦ୍ର

ଫଟୋ ଭାଇରାଲ ହେବା ପରେ ଉନ୍ନାଓର ଷ୍ଟେସନ ଇନ ଚାର୍ଜ ରମେଶ ଚନ୍ଦ୍ର ଶାହାଣୀଙ୍କୁ ପୁଲିସ୍‌ ଲାଇନ୍ସକୁ ବଦଳି କରାଯାଇଛି। ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ତାଙ୍କ ବିରୋଧରେ ତଦନ୍ତ ମଧ୍ୟ ଆରମ୍ଭ କରିଛନ୍ତି। ଏହା ପଛରେ କୌଣସି ବେଆଇନ କାରବାର ଥିବା କୁହାଯାଉଛି।

ତେବେ ରମେଶ ଚନ୍ଦ୍ର ସଫେଇ ଦେଇ କହିଛନ୍ତି ଯେ ଏହି ଫଟୋଗୁଡ଼ିକ ୨୦୨୧ ମସିହା ନଭେମ୍ବର ୧୪ ତାରିଖର। ସେ ନିଜର ପାରିବାରିକ ସମ୍ପତ୍ତି ବିକ୍ରି କରି ଏତେ ପରିମାଣର ଟଙ୍କା ପାଇଥିଲେ। ଏହାକୁ ଘରକୁ ଆଣିବା ପରେ ପିଲା ଓ ପତ୍ନୀ ବିଡ଼ାବିଡ଼ା ଟଙ୍କା ସହ ସେଲଫି ନେଇଥିଲେ ବୋଲି ସେ କହିଛନ୍ତି।

Uttar Pradesh Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe