Advertisment

ପ୍ରେମିକାଙ୍କ ଘରେ ରକ୍ତର ହୋଲି ଖେଳିବା ପରେ ଟ୍ରେନ ଆଗକୁ ଡେଇଁ ପଡ଼ିଲେ ପୁଲିସ କର୍ମଚାରୀ

ପ୍ରେମିକାଙ୍କ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରେମିକା ଓ ତାଙ୍କ ଭାଇଙ୍କ ଅବସ୍ଥା ଗୁରୁତର ଅଛି।

ଅଦ୍ୟତନ ହୋଇଛି
Dead Accused

Dead Accused

Advertisment

ପ୍ରେମକୁ ନେଇ ଘଟିଛି ଏକ ଭୟଙ୍କର ଘଟଣା। ଜଣେ ପୁଲିସ କର୍ମଚାରୀ ତାଙ୍କ ପ୍ରେମିକା, ପ୍ରେମିକାଙ୍କ ବାପା ଓ ଭାଇଙ୍କୁ ଗୁଳି କରି ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ତାଙ୍କ ଗୁଳିମାଡ଼ରେ ତାଙ୍କ ପ୍ରେମିକାଙ୍କ ବାପାଙ୍କ ମୃତ୍ୟୁ ଘଟିଛି। ତାଙ୍କ ପ୍ରେମିକା ଓ ପ୍ରେମିକାଙ୍କ ଭାଇ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

Advertisment

ଘଟଣାଟି ଘଟିଛି ମଧ୍ୟ ପ୍ରଦେଶର ଦେୱାସ ସହରରେ। ମୃତ ପୁଲିସ କର୍ମଚାରୀଙ୍କ ନାଁ ସୁଭାଷ ଖରଡ଼ି (୨୬)। ସେ ପୁଲିସ୍‌ ବିଭାଗରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ।

ଗତ ରବିବାର ରାତିରେ ସୁଭାଷ ତାଙ୍କ ପ୍ରେମିକା ଶିବାନୀଙ୍କ ଘରକୁ ଯାଇଥିଲେ। ଆଉ କେହି କିଛି ବୁଝିବା ଆଗରୁ ସୁଭାଷ ଏକ ଦେଶୀ ବନ୍ଧୁକରୁ ଗୁଳି ଚଳାଇଥିଲେ। ସେ ତାଙ୍କ ପ୍ରେମିକା ଶିବାନୀ (୨୫), ତାଙ୍କ ବାପା ଜାକିର ଖାନ (୫୫) ଓ ଭାଇଙ୍କୁ ଗୁଳି କରିଥିଲେ। ଗୁଳି କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ସୁଭାଷ।

Advertisment

ଜାକିର ଖାନଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଶିବାନୀ ଓ ତାଙ୍କ ଭାଇଙ୍କୁ ପ୍ରଥମେ ପାଖରେ ଥିବା ଏକ ଡାକ୍ତରଖାନାକୁ ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଇନ୍ଦୋର ସ୍ଥାନାନ୍ତର କରାଯାଇଥିଲା। ସେମାନଙ୍କ ଅବସ୍ଥା ଗୁରୁତର ଥିବା ପୁଲିସ କହିଛି।

ଅନ୍ୟପକ୍ଷରେ ଘଟଣାସ୍ଥଳରୁ ଫେରାର ହେବା ପରେ ସୁଭାଷ ତାଙ୍କ ଫେସବୁକ୍ ପେଜରେ ଏକ ପୋଷ୍ଟ କରିଥିଲେ। ସେ ଶିବାନୀଙ୍କ ସହିତ ତାଙ୍କର କିଛି ଫଟୋ ପୋଷ୍ଟ କରିଥିଲେ। ଆଉ ସେଥିରେ ସେ ଲେଖିଥିଲେ, ପ୍ରେମରେ ଧୋକା ଦେବାରୁ ଗୁଳି କରି ଦେଲି। ପୁଣି ତାକୁ ନୁହେଁ। ତାକୁ ତ ଏମିତି ଯନ୍ତ୍ରଣା ଦେଇଛି ଯେ ଜୀବନରେ କେବେ ବି ଭୁଲି ପାରିବ ନାହିଁ।

ଫେସବୁକରେ ଏହି ପୋଷ୍ଟ କରିବାର କିଛି ସମୟ ପରେ ସୁଭାଷଙ୍କ ମୃତଦେହ ସ୍ଥାନୀୟ ରେଳ ଧାରଣାରୁ ମିଳିଥିଲା। ସେ ଟ୍ରେନ୍ ସାମ୍ନାକୁ ଡେଇଁ ପଡ଼ିଥିଲେ। ଟ୍ରେନ ଧକ୍କାରେ ତାଙ୍କ ଶରୀର ଖଣ୍ଡ ଖଣ୍ଡ ହୋଇଯାଇଥିଲା।

ସ୍ଥାନୀୟ ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।

Love Betrayal Crime Madhya Pradesh Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe