Advertisment

ସଡ଼କ ଦୁର୍ଘଟଣାରେ ଲେଡି ସିଂହମଙ୍କ ମୃତ୍ୟୁ

ଦୁର୍ଘଟଣା ବେଳେ ଜୁନମୋନି ସିଭିଲ ଡ୍ରେସରେ ଏକାକୀ କାର୍‌ରେ ଯାଉଥିଲେ। ଦୁର୍ଘଟଣାଟି ସୌରଭୁଗିଆ ଗାଁ ନିକଟ ଜାତୀୟ ରାଜପଥରେ ହୋଇଛି। ଆଜି ଅପରାହ୍ନ ୨.୩୦ରେ ପୁଲିସ୍‌ ପ୍ୟାଟ୍ରୋଲିଂ ଟିମ ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ।

author-image
Hemant Lenka
Junmoni Rabha

Junmoni Rabha

ଆସାମ ପୁଲିସ୍‌ର ଲେଡି ସିଂହମ ଭାବେ ପରିଚିତ ସବ-ଇନସପେକ୍ଟର ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଆସାମର ନାଗାଓଁ ଜିଲ୍ଲାରେ ତାଙ୍କ କାର ଓ ଗୋଟିଏ କଣ୍ଟେନର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ସବ ଇନସପେକ୍ଟର ଜୁନମୋନି ରାବହାଙ୍କ ମୃତ୍ୟୁ ହୋଇଛି।

Advertisment

ଦୁର୍ଘଟଣା ବେଳେ ଜୁନମୋନି ସିଭିଲ ଡ୍ରେସରେ ଏକାକୀ କାର୍‌ରେ ଯାଉଥିଲେ। ଦୁର୍ଘଟଣାଟି ସୌରଭୁଗିଆ ଗାଁ ନିକଟ ଜାତୀୟ ରାଜପଥରେ ହୋଇଛି। ଆଜି ଅପରାହ୍ନ ୨.୩୦ରେ ପୁଲିସ୍‌ ପ୍ୟାଟ୍ରୋଲିଂ ଟିମ ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଏହାପରେ ଦୁର୍ଘଟଣାଗ୍ରସ୍ତ କାର୍‌ରୁ ଜୁନମୋନିଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କଣ୍ଟେନରଟି ଉତ୍ତର ପ୍ରଦେଶରୁ ଆସୁଥିବା ବେଳେ ସାମ୍ନା ପଟୁ ହିଁ କାର ସହ ଧକ୍କା ହୋଇଥିଲା। ଦୁର୍ଘଟଣାଗ୍ରସ୍ତ କାର ଓ କଣ୍ଟେନରକୁ ପୁଲିସ୍‌ ଜବତ କରିଛି। ହେଲେ କଣ୍ଟେନର ଡ୍ରାଇଭର ଘଟଣାସ୍ଥଳରରୁ ଫେରାର ହୋଇଯାଇଛନ୍ତି।

Advertisment

ତେବେ ଲେଡି ଏସ୍‌ଆଇ ସିଭିଲ ଡ୍ରେସରେ କାହିଁକି ଉପର ଆସାମ ଆଡ଼କୁ ଯାଉଥିଲେ, ସେକଥା ଜଣାପଡ଼ିନି। ଜୁନମୋନିଙ୍କ ଘର ଲୋକ ମଧ୍ୟ ତାଙ୍କ ଗସ୍ତ ବିଷୟରେ କିଛି ଜାଣି ନଥିବା କହିଛନ୍ତି।

ଜୁନମୋନି ମୋରିକୋଲୋଙ୍ଗ ପୁଲିସ୍‌ ଆଉଟପୋଷ୍ଟର ଇନଚାର୍ଜ ଥିଲେ। ସେ ଅପରାଧୀମାନଙ୍କ ବିରୋଧରେ ବେଧଡ଼କ କାର୍ଯ୍ୟାନୁଷ୍ଠାନ ନେଇ ବେଶ ପରିଚୟ ହାସଲ କରିଥିଲେ। ତେବେ ଏକଦା ସେ ଆର୍ଥିକ ଅନିୟମିତତା ମାମଲାରେ ମଧ୍ୟ ଫସିଥିଲେ।

ଗତବର୍ଷ ଜୁନ ମାସରେ ସେ ତାଙ୍କ ବୟଫ୍ରେଣ୍ଡଙ୍କ ସହ ମିଶି ଲୋକଙ୍କୁ ଠକିଥିବା ଅଭିଯୋଗ ଗିରଫ ହୋଇଥିଲେ। ତାଙ୍କୁ କୋର୍ଟ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲା। ତାଙ୍କୁ ନିଲମ୍ବିତ କରାଯାଇଥିଲା। ତେବେ ପରବର୍ତ୍ତୀ ଅବସ୍ଥାରେ ନିଲମ୍ବନ ଆଦେଶ ହଟିଥିଲା ଓ ସେ ପୁଣି ଡ୍ୟୁଟିରେ ଯୋଗ ଦେଇଥିଲେ।

Assam