SI
ଗୋଟିଏ ବୁଲା କୁକରର ଜୀବନ ବଞ୍ଚାଇବାକୁ ଯାଇ ପ୍ରାଣ ହରାଇଛନ୍ତି ଜଣେ ମହିଳା ସବ ଇନସପେକ୍ଟର। ଯୁବ ମହିଳା ଏସ୍ଆଇ ଜଣଙ୍କ ନିକଟରେ ଚାକିରି ପାଇଥିଲେ। ଜୀବନକୁ ଆଦୌ ଉପଭୋଗ କରି ନଥିଲେ। ଅନ୍ୟମାନଙ୍କ ଭଳି ସେ ମଧ୍ୟ ଅନେକ ସ୍ୱପ୍ନ ନିଜ ପାଇଁ ଓ ନିଜ ପରିବାର ପାଇଁ ଦେଖିଥିଲେ। ପରିବାର ଲୋକ ତାଙ୍କ ବାହା ଘର ପାଇଁ ମଧ୍ୟ ବୁଝାବୁଝି କରୁଥିଲେ। ହେଲେ ରାସ୍ତାରେ ବୁଲୁ ଥିବା ଗୋଟିଏ ବୁଲା କୁକୁରକୁ ରକ୍ଷା କରିବାକୁ ଯାଇ ତାଙ୍କର ଦୁଃଖଦ ମୃତ୍ୟୁ ହୋଇଛି।
ବୁଲା କୁକୁରକୁ ବଞ୍ଚାଇବାକୁ ଯାଇ ସେ ସ୍କୁଟିରୁ ପଡ଼ି ଯାଇଥିଲେ। ଏହି ସମୟରେ ପଛରୁ ଆସୁଥିବା ଗୋଟିଏ କାର ତାଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ଗାଜିଆବାଦର ଯୁବ ଏସ୍ଆଇଙ୍କ ମୃତ୍ୟୁ ହୋଇଛି। ପୂରା ଘଟଣା ସୋମବାର ଦିନ ୨ଟାରେ ଘଟିଛି।
୨୫ ବର୍ଷୀୟ ଏସ୍ଆଇ ରିଚା ସାଚନ କବି ନଗର ପୁଲିସ ଷ୍ଟେସନରୁ ନିଜର ଡ୍ୟୁଟି ସାରି ସ୍କୁଟିରେ ଘରକୁ ଫେରୁଥିଲେ। ଏହି ସମୟରେ ହଠାତ୍ ତାଙ୍କ ସାମ୍ନାକୁ ଗୋଟିଏ ବୁଲା କୁକୁର ଚାଲି ଆସିଥିଲା। ସେ କୁକୁରକୁ ବଞ୍ଚାଇବାକୁ ଯାଇ ବ୍ରେକ ମାରି ଦେଇଥିଲା। ଏଥିଯୋଗୁ ସ୍କୁଟିର ଚକା ସ୍ଲିପ କରାଯାଇଥିଲା ଓ ରିଚା ନିୟନ୍ତ୍ରଣ ହରାଇ ରାସ୍ତା ଉପରେ ପଡ଼ି ଯାଇଥିଲେ। ଏତିକି ବେଳେ ପଛରୁ ଆସୁଥିବା ଗୋଟିଏ ଦ୍ରୁତଗାମୀ କାର ତାଙ୍କ ଉପରେ ମାଡ଼ି ଯାଇଥିଲା। ସେ ହେଲମେଟ ପିନ୍ଧିଥିଲେ ହେଁ ଦୁର୍ଘଟଣା ଯୋଗୁ ଗୁରୁତର ଆହତ ହୋଇଥିଲେ।
ଏସମ୍ପର୍କରେ ଖବର ପାଇ ଗୋଟିଏ ପୁଲିସ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ରିଚାଙ୍କୁ ସର୍ବୋଦୟ ହସ୍ପିଟାଲ ନେଇଥିଲା। ହେଲେ ହସ୍ପିଟାଲ ପକ୍ଷରୁ ରିଚାଙ୍କୁ ମୃତ ଘୋଷଣା କରାଯାଇଥିଲା।
ରିଚାଙ୍କ ଘର କାନପୁରରେ ଓ ସେ ୨୦୨୩ରେ ସବ ଇନସପେକ୍ଟର ଭାବେ ନିଯୁକ୍ତି ପାଇଥିଲେ। ଶାସ୍ତ୍ରୀ ନଗର ଆଉଟ ପୋଷ୍ଟ ଦାୟିତ୍ୱରେ ଥିବା ରିଚା ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। ପରିବାର ଲୋକ ଆସନ୍ତା ବର୍ଷ ତାଙ୍କ ବାହାଘର କରିବାକୁ ମଧ୍ୟ ଯୋଜନା କରୁଥିଲେ। ହେଲେ ଏବେ ସବୁ କିଛି ଅଧାରେ ରହିଗଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/SI_1755594412.jpg)