Advertisment

କାର୍‌ରେ ଭୟଙ୍କର ରେସିଂ କରୁଥିଲେ ପୁଲିସ୍‌ ବାବୁଙ୍କ ପୁଅ, ୨ ଜଣଙ୍କୁ ଗାଡ଼ି ଚଢ଼ାଇ ମାରିଦେଲେ

ଘଟଣା ସମ୍ପର୍କରେ ଖବର ପାଇ ହର୍ଷରାଜଙ୍କ ବାପା ଅନିରୁଦ୍ଧ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସେ ସର୍ବସମ୍ମୁଖରେ ପୁଅକୁ ମାଡ଼ ମାରିବା ସହ ନିଲାମବାଗ ପୁଲିସ୍‌କୁ ହସ୍ତାନ୍ତର କରିଛନ୍ତି।

Accident

Accident

Advertisment

ପୁଲିସ୍‌ର ପୁଅ ବୋଲି ଆଇନକୁ ଖାତିର ନାହିଁ। ଜନଗହଳୀପୂର୍ଣ୍ଣ ସ୍ଥାନରେ ଗୁଜରାଟର ଭାବନଗର ଠାରେ ଜଣେ ପୁଲିସ୍‌ ବାବୁଙ୍କ ପୁଅ ସାଙ୍ଗଙ୍କ ସହ କାର୍‌ ରେସିଂ କରୁଥିଲେ। ହେଲେ ଭାରସାମ୍ୟ ହରାଇ ସେ ୪ ଜଣଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଛନ୍ତି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଜଣ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି।

Advertisment

ଏପରି କାଣ୍ଡ ଘଟାଇଥିବା ଅଭିଯୁକ୍ତ ଜଣଙ୍କ ହେଲେ ୨୦ ବର୍ଷୀୟ ହର୍ଷରାଜ ସିଂହ ଗୋହିଲ। ଅପରାହ୍ନ ପ୍ରାୟ ୪ଟା ବେଳେ ସେ ନିଜର ଜଣେ ସାଙ୍ଗଙ୍କ ସହ କାଲିୟାବିଡ ସ୍ଥିତ ଗୋଟିଏ ଜନଗହଳୀପୂର୍ଣ୍ଣ ସ୍ଥାନରେ କାର୍‌ ରେସିଂ କରିଥିଲେ। ସେ କ୍ରେଟା ଚଳାଉଥିବା ବେଳେ ତାଙ୍କ ସାଙ୍ଗ ବ୍ରେଜା କାର ଚଳାଉଥିଲେ। ରାସ୍ତାରେ ସାଧାରଣ ଲୋକଙ୍କ ଭିଡ଼ ରହିଥିଲେ ହେଁ ଦୁଇ ଜଣ ଯାକ କାର୍‌ ରେସିଂ ଆରମ୍ଭ କରିଥିଲେ।

ସାମ୍ନାକୁ ଆସିଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳୁଛି ଯେ ଧଳା ରଙ୍ଗର କ୍ରେଟା ଅତ୍ୟନ୍ତ ଭୟଙ୍କର ଗତିରେ ପ୍ରଥମେ ଚାଲିଚାଲି ଯାଉଥିବା ଦୁଇ ଜଣଙ୍କୁ ଧକ୍କା ଦେଇଥିଲା। ଏହାପରେ ସ୍କୁଟିରେ ଯାଉଥିବା ଦୁଇ ଜଣଙ୍କ ସହ ପିଟି ହୋଇଯାଇଥିଲା। ଦୁର୍ଘଟଣା ଯୋଗୁ ୨ ପାଦ ଚଳାଳିଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ୨ ସ୍କୁଟି ଚାଳକ ଏବେ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

Advertisment

ହର୍ଷରାଜ ହେଉଛନ୍ତି ସ୍ଥାନୀୟ କ୍ରାଇମବ୍ରାଞ୍ଚରେ ଏଏସ୍‌ଆଇ ଭାବେ କାମ କରୁଥିବା ଅନିରୁଦ୍ଧ ସିଂହ ଗୋହିଲଙ୍କ ପୁଅ। ଦୁର୍ଘଟଣା ବେଳେ ହର୍ଷରାଜ ଗାଡ଼ିକୁ ଘଣ୍ଟା ପ୍ରତି ୧୨୦ରୁ ୧୫୦ କିମି ବେଗରେ ଚଳାଉଥିଲେ। ରେସିଂ ଆରମ୍ଭରୁ ସେ ଗାଡ଼ିର ବେଗ ବଢ଼ାଇ ଦେବାରୁ ନିୟନ୍ତ୍ରଣ ହରାଇଥିଲେ। ଫଳରେ ଏତେ ବଡ଼ ଦୁର୍ଘଟଣା ଘଟିଥିଲା। ରାସ୍ତାରେ ରଖାଯାଇଥିବା ଏକାଧିକ ଗାଡ଼ି ମଧ୍ୟ ଏହି ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଛି।

ପୁଲିସ୍‌ କହିଛି ଯେ ଦୁର୍ଘଟଣା ଯୋଗୁ ଘଟଣା ସ୍ଥଳରେ ୩୦ ବର୍ଷୀୟ ଭାର୍ଗବ ଭଟ୍ଟ ଓ ୬୫ ବର୍ଷୀୟ ଚମ୍ପାବେବ ବଚାନିଙ୍କ ମୃତ୍ୟୁ ହୋଇଛି। ଆହତମାନଙ୍କୁ ତୁରନ୍ତ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ସାର ଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସବୁଠାରୁ ଦୁଃଖର କଥା ହେଲା ଭାର୍ଗବ ଭଟ୍ଟ ଗତବର୍ଷ ହିଁ ବିବାହ କରିଥିଲେ। ସେ କାମକୁ ଯାଉଥିବା ବେଳେ ପ୍ରାଣ ହରାଇଛନ୍ତି। ମଧୁ ସିଲିକା କମ୍ପାନୀରେ ଭାର୍ଗବ କାମ କରନ୍ତି।

ଘଟଣା ସମ୍ପର୍କରେ ଖବର ପାଇ ହର୍ଷରାଜଙ୍କ ବାପା ଅନିରୁଦ୍ଧ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସେ ସର୍ବସମ୍ମୁଖରେ ପୁଅକୁ ମାଡ଼ ମାରିବା ସହ ନିଲାମବାଗ ପୁଲିସ୍‌କୁ ହସ୍ତାନ୍ତର କରିଛନ୍ତି।

Accident Gujarat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe