Police
ସବୁ ସୀମା ଟପିଛନ୍ତି ଦିଲ୍ଲୀ ପୁଲିସର ଜଣେ ବାବୁ। ସେ ରାସ୍ତାରେ ନମାଜ ପାଠ କରୁଥିବା ମୁସଲିମ ଲୋକମାନଙ୍କୁ ଶଜଦା ବେଳେ ହିଁ ଗୋଇଠା ମାରିଛନ୍ତି। ମୁସଲିମ ବ୍ୟକ୍ତିମାନେ ଶଜଦା କରୁଥିବା ବେଳେ ପୁଲିସ ବାବୁ ଜଣଙ୍କ ସେମାନଙ୍କ ପଛ ପଟୁ ଗୋଇଠା ମାରି ଥିବା ବେଳର ଭିଡିଓ ସାମ୍ନାକୁ ଆସିଛି।
ଭିଡିଓ ସାମ୍ନାକୁ ଆସିବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସେହିପରି ଲଜ୍ଜାଜନକ ଭାବେ ମୁସଲିମମାନଙ୍କୁ ଗୋଇଠା ମାରିଥିବା ପୁଲିସ୍ ବାବୁଙ୍କ ତୁରନ୍ତ ନିଲମ୍ବନ କରି ତଦନ୍ତ ଆରମ୍ଭ କରାଯାଇଛି।
ଆଜି ଜୁମ୍ମା ହୋଇଥିବାରୁ ଦିଲ୍ଲୀର ଇନ୍ଦ୍ରଲୋକ ଅଞ୍ଚଳରେ ଥିବା ମସଜିଦ ନିକଟରେ ନମାଜ ପାଇଁ ଅନେକ ମୁସଲିମ ଲୋକ ଏକାଠି ହୋଇଥିଲେ। ମସଜିଦ ଭିତରେ ପ୍ରବଳ ଭିଡ଼ ହେବାରୁ କିଛି ଲୋକ ରାସ୍ତା ଉପରେ ମ୍ୟାଟ୍ ଲଗାଇ ଶଦଜା କରିବା ଆରମ୍ଭ କରିଥିଲେ।
ସେମାନେ ପ୍ରାର୍ଥନା କରୁଥିବା ବେଳେ ଦିଲ୍ଲୀ ପୁଲିସର କିଛି ଅଧିକାରୀ ସେଠାରେ ପହଞ୍ଚିଥିଲେ। ସେମାନେ ଭିଡ଼ ନିୟନ୍ତ୍ରଣ କରିବା ସହ ମୁସଲିମମାନଙ୍କୁ ସେଠାରୁ ହଟାଇବାକୁ ଚେଷ୍ଟା କରିଥିଲେ। ଏତିକି ବେଳେ ଜଣେ ପୁଲିସ୍ ବାବୁ ଆଣ୍ଠେଇବା ଅବସ୍ଥାରେ ରହି ପ୍ରାର୍ଥନା କରୁଥିବା ମୁସଲିମ ବ୍ୟକ୍ତିମାନଙ୍କୁ ଗୋଇଠା ଓ ହାତରେ ଚାପୁଡ଼ା ମାରିବା ଆରମ୍ଭ କରି ଦେଇଥିଲେ।
ପୁଲିସ୍ ବାବୁଙ୍କ ଏପରି ଆଚରଣକୁ ସେଠାରେ ଉପସ୍ଥିତ ଲୋକମାନେ ବିରୋଧ କରିଥିଲେ। ପ୍ରାର୍ଥନା ବେଳେ ଏପରି ହରକତ କରିବା ଉଚିତ ନୁହେଁ ବୋଲି ସେମାନେ କହିଛନ୍ତି। ଏଥିସହ ମୁସଲିମ ସଂପ୍ରଦାୟର ଲୋକମାନେ ଘଟଣାକୁ ବିରୋଧ କରି ସ୍ଥାନୀୟ ଥାନା ମଧ୍ୟ ଘେରାଉ କରିଛନ୍ତି।
ଘଟଣା ଉପରେ ପ୍ରତିକ୍ରିୟା ଦେଇ ଡେପୁଟି କମିଶନର ଅଫ ପୁଲିସ୍(ଉତ୍ତର) ଏମକେ ମୀନା କହିଛନ୍ତି ଯେ ଘଟଣା ପରେ ପୁଲିସ୍ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ସେହିପରି ଘଟଣାର ତଦନ୍ତ ମଧ୍ୟ ଆରମ୍ଭ ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Police_1709896563.jpg)