Advertisment

ବାହଘରର କିଛି ଘଣ୍ଟା ପୂର୍ବରୁ କନ୍ୟାଙ୍କୁ ଗୁଳି କଲେ ପୁଲିସ୍‌ କର୍ମଚାରୀ

ଅଭିଯୁକ୍ତ ଜଣଙ୍କ ହେଲେ ପାଟନା ପୁଲିସ୍‌ରେ କାର୍ଯ୍ୟ କରୁଥିବା ଅମନ କୁମାର। ରବିବାର ରାତିରେ ବାହାଘର ପାଇଁ କନ୍ୟା ଜଣଙ୍କ ବିୟୁଟି ପାର୍ରଲ ଯାଇଥିଲେ।

author-image
Hemant Lenka
Bride

Bride

ବାହଘରର କିଛି ଘଣ୍ଟା ପୂର୍ବରୁ ଜଣେ କନ୍ୟାଙ୍କୁ ବିହାର ପୁଲିସ୍‌ର ଜଣେ କର୍ମଚାରୀ ଗୁଳି କରିଛନ୍ତି। ଏହାପରେ ପୁଲିସ୍‌ କର୍ମଚାରୀ ଜଣଙ୍କ ନିଜେ ମଧ୍ୟ ଆତ୍ମହତ୍ୟା କରିବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି। ରବିବାର ମୁଙ୍ଗେର ସହରରେ ଏପରି ଅଭାବନୀୟ ଘଟଣା ଘଟିଛି।

Advertisment

ଅଭିଯୁକ୍ତ ଜଣଙ୍କ ହେଲେ ପାଟନା ପୁଲିସ୍‌ରେ କାର୍ଯ୍ୟ କରୁଥିବା ଅମନ କୁମାର। ରବିବାର ରାତିରେ ବାହାଘର ପାଇଁ କନ୍ୟା ଜଣଙ୍କ ବିୟୁଟି ପାର୍ରଲ ଯାଇଥିଲେ। ସେ ପାର୍ଲରରେ ଥିବା ବେଳେ ଅମନ ତାଙ୍କୁ ଗୁଳି କରିଛନ୍ତି। ଗୁଳି ମାଡ଼ରେ ଗୁରୁତର ଆହତ ହୋଇଥିବା କନ୍ୟା ଜଣଙ୍କ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଗୁଳିମାଡ଼ର ଶିକାର ହୋଇଥିବା ଯୁବତୀ ଜଣଙ୍କ ହେଲେ ଜିତେନ୍ଦ୍ର କୁମାରଙ୍କ ୨୬ ବର୍ଷୀୟ ଝିଅ ଅର୍ପୂବା କୁମାରୀ। ରବିବାର ସେ ହାତକୁ ଦି’ ହାତ ହୋଇଥାଆନ୍ତେ। ଏଥିପାଇଁ ସବୁ ପ୍ରକାରର ପ୍ରସ୍ତୁତି ଶେଷ ହୋଇଥିଲା। ବାହାଘର ପାଇଁ ଅର୍ପୂବା କସ୍ତୁରବା ୱାଟର ୱାର୍କସ ଅଞ୍ଚଳରେ ଥିବା ଗୋଟିଏ ବିୟୁଟି ପାର୍ଲରକୁ ଯାଇଥିଲେ।

Advertisment

ଏହି ସମୟରେ ଅମନ କୁମାର ତାଙ୍କ ପାଖରେ ପହଞ୍ଚିଥିଲେ। କେହି କିଛି ବୁଝିବା ଆଗରୁ ସେ ଅପୂର୍ବାଙ୍କ ଉପରକୁ ଗୁଳି କରିଥିଲେ। ଗୁଳିଟି ପଛ ପଟୁ ତାଙ୍କ ବାମ କାନ୍ଧ ଦେଇ ଡାହାଣ ପଟ ଛାତି ପଟେ ବାହାରି ଯାଇଥିଲା। ବିୟୁଟି ପାର୍ଲରର କର୍ମଚାରୀମାନେ ତାଙ୍କୁ ତୁରନ୍ତ ହସ୍ପିଟାଲ ନେବାରୁ ସେଠାରେ ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଥିଲା। ସିଟି ସ୍କାନ ସହ ବିଭିନ୍ନ ପରୀକ୍ଷା କରାଯାଇଛି। ଏବେ ବି ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି।

ବିୟୁଟି ପାର୍ଲର କର୍ମଚାରୀ କହିଛନ୍ତି, “ପୂର୍ବରୁ ଅନେକ ଥର ଅପୂର୍ବାଙ୍କ ସହ ଯୁବକ ଜଣଙ୍କ( ଅମନ) ଏଠାକୁ ଆସୁଥିଲେ। ରବିବାର ମଧ୍ୟ ଅପୂର୍ବାଙ୍କ ପଛେପଛେ ସେ ଏଠାରେ ପହଞ୍ଚିଥିଲେ। ଅପୂର୍ବା ଡ୍ରେସ ପିନ୍ଧୁଥିବା ବେଳେ ଯୁବକ ଜଣଙ୍କ ତାଙ୍କୁ ପଛ ପଟୁ ଗୁଳି କରିଥିଲେ।

ଅପୂର୍ବା ତଳେ ପଡ଼ିଯିବା ପରେ ଯୁବକ ଜଣଙ୍କ ନିଜକୁ ନିଜେ ମଧ୍ୟ ଗୁଳି କରିବାକୁ ଚେଷ୍ଟା କରିଥିଲେ। ବୋଧେ ସେ ସାହାସ କରି ପାରି ନଥିଲେ। କର୍ମଚାରୀମାନେ ତାଙ୍କୁ ଧରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଖସିଯିବାକୁ ସକ୍ଷମ ହୋଇଥିଲେ।”

ଘଟଣା ସମ୍ପର୍କରେ ଖବର ପାଇ ସଦର ଏସଡିପିଓ ରାଜେଶ କୁମାର ଓ ପୁଲିସ୍‌ ଟିମ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲେ। ସିସିଟିଭି ଫୁଟେଜ ଓ ପରିବାର ଲୋକଙ୍କ ବୟାନ ଆଧାରରେ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ରେଡ୍‌ କରାଯାଉଛି।

ପୁଲିସ୍‌ କହିଛି ଯେ ଯୁବତୀ ଜଣଙ୍କ ଏବେ ସଦର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ଚିକିତ୍ସା ଗୋଟିଏ ସ୍ୱତନ୍ତ୍ର ଟିମ ଦ୍ୱାରା କରାଯାଉଛି। ପୁଲିସ୍ ଘଟଣା ସ୍ଥଳରୁ ଗୋଟିଏ ପିସ୍ତଲ ଓ ଦୁଇଟି ଜୀବନ୍ତ କାଟ୍ରିଜ୍‌ ଜବତ କରିଛି। ତେବେ କ’ଣ ପାଇଁ ଅମନ ଗୁଳି କରିଛନ୍ତି, ତା’ର ତଦନ୍ତ କରାଯାଉଛି।

Bihar Bride Case