Advertisment

ଗଲୱାନ ସହିଦଙ୍କ ବାପାଙ୍କୁ ରାସ୍ତାରେ ଘୋଷାଡ଼ିବା ପରେ ଗିରଫ କଲା ପୁଲିସ୍‌

ଏହି ଘଟଣାକୁ ନେଇ ସହିଦ ଯବାନଙ୍କ ଗାଁ ବୈଶାଳୀରେ ତୀବ୍ର ଉତ୍ତେଜନା ଓ ବିକ୍ଷୋଭ ଦେଖାଦେଇଛି।

Galwan

Galwan

Advertisment

ଚାଇନା ସହ ଗଲୱାନ ଘାଟିରେ ଲଢ଼େଇ କରି ଦେଶ ପାଇଁ ଜୀବନ ଦେଇଥିବା ଜଣେ ଯବାନଙ୍କ ବାପାଙ୍କୁ ପୁଲିସ୍‌ କେମିତି ସମ୍ମାନ ଦେଇଛି, ତା’ର ଚିତ୍ର ସାମ୍ନାକୁ ଆସିଛି। ଗଲୱାନ ସହିଦଙ୍କ ବାପାଙ୍କୁ ବିହାର ପୁଲିସ୍‌ ରାସ୍ତାରେ ଧକ୍କା ମାରିବା ସହ ତାଙ୍କୁ ଘୋଷାଡ଼ିଛି। ଏହାପରେ ତାଙ୍କୁ ଗିରଫ କରାଯାଇଛି। ସହିଦ ପୁଅର ସ୍ମାରକୀକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଯୋଗୁ ବାପାଙ୍କୁ ପୁଲିସ୍‌ର ଦୁର୍ବ୍ୟବହାର ଶିକାର ହେବାକୁ ପଡ଼ିଛି।

Advertisment

ଏହି ଘଟଣାକୁ ନେଇ ସହିଦ ଯବାନଙ୍କ ଗାଁ ବୈଶାଳୀରେ ତୀବ୍ର ଉତ୍ତେଜନା ଓ ବିକ୍ଷୋଭ ଦେଖାଦେଇଛି। ସାମ୍ନାକୁ ଆସିଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ଯେ ସହିଦ ଜୟ କିଶୋରଙ୍କ ବାପା ରାଜ କପୁର ସିଂହଙ୍କୁ ଗାଁରୁ ପୁଲିସ୍‌ ଘୋଷାଡ଼ି ଘୋଷାଡ଼ି ନେଉଛି। ପୁଲିସ୍‌ ତାଙ୍କୁ ଗିରଫ କରିବା ପୂର୍ବରୁ ମାଡ଼ ମଧ୍ୟ ମାରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

ରାଜ କପୁର ସିଂହଙ୍କ ବିରୋଧରେ ଅନୁସୂଚିତ ଜାତି ଓ ଜନଜାତି ନିରୋଧ ଆଇନ ଅନୁସାରେ ମାମଲା କରାଯାଇଛି। ଗାଁର ଜଣେ ଦଳିତ ପରିବାର ଶ୍ରୀ ସିଂହଙ୍କ ବିରୋଧରେ ଅଭିଯୋଗ କରିଥିଲେ। ସେ ନିୟମିତ ସରକାରୀ ଜମିକୁ ଦଖଲ କରି ଯିବା ଆସିବା ରାସ୍ତା ବନ୍ଦ କରୁଥିବା ଦଳିତ ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

Advertisment

ସିଂହଙ୍କ ଆଉ ଜଣେ ପୁଅ ନନ୍ଦ କିଶୋ ସିଂହ କହିଛନ୍ତି, “ପୁଲିସ୍‌ ଆମ ପାଖକୁ ଆସିଥିଲା ଓ ଭାଇର ସ୍ମାରକୀକୁ ୧୫ ଦିନ ମଧ୍ୟରେ ହଟାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲା। ତେବେ ଗତକାଲି ରାତିରେ ସେମାନେ ମୋ ବାପାଙ୍କୁ ଗିରଫ କରିଛନ୍ତି। ସେମାନେ ତାଙ୍କୁ ମାଡ଼ ମାରିବା ସହ ଦୁର୍ବ୍ୟବାହାର କରିଛନ୍ତି। ଏପରି କି ତାଙ୍କୁ ଘୋଷାଡ଼ି ଘୋଷାଡ଼ି ଗାଁରୁ ନେଇଥିଲେ। ସେମାନେ ଆତଙ୍କବାଦୀ ଭଳି ବିଳମ୍ବିତ ରାତିରେ ଆସି ମୋ ବାପାଙ୍କୁ ଉଠାଇ ନେଇଯାଇଛନ୍ତି।”

ଏହି ଖବର ଜଣାପଡ଼ିବା ପରେ ଶତାଧିକ ଲୋକ ସହିଦ ଜୟ କିଶୋରଙ୍କ ସ୍ମାରକୀ ପାଖକୁ ଆସି ପୁଲିସ୍‌ ବିରୋଧରେ ନାରାବାଜୀ କରିଛନ୍ତି।

ପୁଲିସ୍‌ ଅଧିକାରୀ ପୁନମ କେଶରୀ କହିଛନ୍ତି, ଗାଁ ଲୋକଙ୍କ ଅଭିଯୋଗକ୍ରମେ ଗିରଫ କରାଯାଇଛି। ସହିଦ ଯବାନଙ୍କ ସ୍ମାରକୀ ଯୋଗୁ ଗାଁ ଲୋକମାନେ ସେମାନଙ୍କ ଜମିକୁ ଯାଇ ପାରୁ ନାହାନ୍ତି। ସେମାନେ ଗୋଟିଏ ସ୍ମାରକୀ ତିଆରି କରିଥିଲେ।

ହେଲେ ରାତାରାତି ଏହାର ଚାରିପାଖରେ କାନ୍ଥ ବୁଲାଇ ଦେଇ ରାସ୍ତା ଅବରୋଧ କରିଛନ୍ତି। ସରକାରୀ ଜମିକୁ ଜବରଦଖଲ କରାଯାଇଛି। ତାଙ୍କୁ ବାରମ୍ବାର ଜବରଦଖଲ ଉଚ୍ଛେଦ କରିବାକୁ କୁହାଯାଇଥିଲେ ହେଁ ସେ କିଛି ବି ଶୁଣି ନଥିଲେ। ତେଣୁ ତାଙ୍କୁ ଗିରଫ କରାଯାଇଥିଲା ପୁନମ କହିଛନ୍ତି।

ଗତବର୍ଷ ଫେବୃଆରୀରେ ଜୟଙ୍କ ସ୍ମାରକୀ ସିଂହ ପରିବାର ପକ୍ଷରୁ ଘର ବାହାରେ ଥିବା ଜମିରେ ତିଆରି କରିଥିଲେ। ଅନେକ ସରକାରୀ ଅଧିକାରୀ ଓ ନେତା ମଧ୍ୟ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ତେବେ ସିଂହ ପରିବାରର ପଡ଼ୋଶୀ ହରିନାଥ ରାମ କହିଛନ୍ତି ଯେ ସ୍ମାରକୀଟି ବେଆଇନ ଭାବେ ସରକାରୀ ଜମିରେ ତିଆରି ହୋଇଛି। ଏଥିଯୋଗୁ ସେ ତାଙ୍କ ଜମିକୁ ଯାଇ ପାରୁ ନାହାନ୍ତି।

India-China Clash Police Bihar LOC & LAC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe