Advertisment

ଅଭିନେତା ଦର୍ଶନ ରହୁଥିବା ଜେଲରୁ ମିଳିଲା ୧୫ଟି ଫୋନ, ଛୁରୀ ଓ ଏହି ସବୁ ଜିନିଷ

ଗୋଟିଏ ବାରାକ ଭିତରୁ ୧.୩ ଲକ୍ଷ ଟଙ୍କାର ସାମସଙ୍ଗ ଫୋନ ସହ ୧୫ଟି ମୋବାଇଲ, ୭ଟି ବିଦ୍ୟୁତ ଚାଳିତ ଷ୍ଟୋଭ, ୫ଟି ଛୁରୀ, ୩ଟି ମୋବାଇଲ ଚାରଜର୍ସ, ୨ଟି ପେନ ଡ୍ରାଇଭ, ନଗଦ ୩୬ ହଜାର ଟଙ୍କା, ସିଗାରେଟ, ଚିଲମ, ବିଡି ପ୍ୟାକେଟ ଓ ଦିଆସିଲି ମିଳିଛି।

Darshan

Darshan

Advertisment

ନିଜର ଜଣେ ଫ୍ୟାନଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା କନ୍ନଡ ଅଭିନେତା ଦର୍ଶନଙ୍କୁ ନେଇ ବଡ଼ ଖବର ଆସିଛି। ବେଙ୍ଗାଲୁରୁର ଯେଉଁ କେନ୍ଦ୍ରୀୟ ଜେଲରେ ଦର୍ଶନ ରହିଥିଲେ ସେଠାରେ ପୁଲିସ ପକ୍ଷରୁ ରେଡ୍‌ କରାଯାଇଛି।

Advertisment

ଏହି ସମୟରେ ଗୋଟିଏ ବାରାକ ଭିତରୁ ୧.୩ ଲକ୍ଷ ଟଙ୍କାର ସାମସଙ୍ଗ ଫୋନ ସହ ୧୫ଟି ମୋବାଇଲ, ୭ଟି ବିଦ୍ୟୁତ ଚାଳିତ ଷ୍ଟୋଭ, ୫ଟି ଛୁରୀ, ୩ଟି ମୋବାଇଲ ଚାରଜର୍ସ, ୨ଟି ପେନ ଡ୍ରାଇଭ, ନଗଦ ୩୬ ହଜାର ଟଙ୍କା, ସିଗାରେଟ, ଚିଲମ, ବିଡି ପ୍ୟାକେଟ ଓ ଦିଆସିଲି ମିଳିଛି।

କିଛି ଦିନ ତଳେ ଉକ୍ତ ଜେଲରେ ଅଭିନେତା ଦର୍ଶନ ଓ ଆଉ କିଛି କୁଖ୍ୟାତ ଅପରାଧୀ ଗାର୍ଡେନରେ ବସି ମଉଜ କରୁଥିବା ବେଳର ଫଟୋ ସାମ୍ନାକୁ ଆସିଥିଲା। ଏହାପରେ ସାଉଥ ଡିଭିଜନ ପୁଲିସ ପକ୍ଷରୁ ରେଡ କରାଯାଇଛି। ଦର୍ଶନଙ୍କ ମଉଜ ଫଟୋ ଭାରଇରାଲ ହେବା ପରେ ଜେଲର ୧୨ ଜଣ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିଲା।

Advertisment

ଦର୍ଶନ ଓ ଆଉ କିଛି ଅଭିଯୁକ୍ତଙ୍କୁ ଅନ୍ୟ ଏକ ଜେଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଶନିବାର ଦର୍ଶନଙ୍କ ସେଦିନ ଗାର୍ଡେନରେ ବସିଥିବା କୁଖ୍ୟାତ ଅପରାଧୀ ନାଗାର ବାରାକରେ ରେଡ କରାଯାଇ ଏତେ ସବୁ ଜିନିଷ ଠାବ କରାଯାଇଛି।

ଦର୍ଶନଙ୍କ ଘଟଣା ପରେ ଅଧିକାରୀମାନେ ନିଲମ୍ବନ ହୋଇଥିଲେ ହେଁ ଜେଲରେ ବେଆଇନ କାମକୁ ନିୟନ୍ତ୍ରଣ କରାଯାଇ ପାରି ନଥିଲା। ଜେଲରେ ବ୍ୟାନ ସାମଗ୍ରୀ ବେଶ ଆରାମରେ କଏଦୀଙ୍କୁ ମିଳୁଥିଲା। ଏହାର ପ୍ରମାଣ ରେଡ ପରେ ସ୍ପଷ୍ଟ ହୋଇଛି।

ଅପରାହ୍ନ ପ୍ରାୟ ୪.୩୦ରେ ଡିସିପି(ଦକ୍ଷିଣପୂର୍ବ) ସାରା ଫାତିମାଙ୍କ ନେତୃତ୍ୱରେ ୪୦ ଜଣିଆ ଟିମ ଜେଲରେ ରେଡ କରିବାକୁ ପହଞ୍ଚିଥିଲେ। କଏଦୀମାନଙ୍କୁ ବାହାର କରାଯାଇ ନାଗାର ବାରାକୁ ସର୍ଚ୍ଚ କରାଯାଇଥିଲା।

ସର୍ଚ୍ଚ ବେଳେ ୪ଟି ମୋବାଇଲ ଖାଲି ପଡ଼ିଥିବା ପାୱାର କଣ୍ଟ୍ରୋଲ ରୁମର ସୁଇଚବୋର୍ଡରୁ ମିଳିଥିଲା। ସେହିପରି ଆଉ ୧୧ଟି ଫୋନ ଗୋଟିଏ ସେଲର ବାଥରୁମ ପାଣି ପାଇପ ଭିତରୁ ଠାବ ହୋଇଥିଲା। ଜବତ ହୋଇଥିବା ଷ୍ଟୋଭ ଗୁଡ଼ିକରେ ଚା’, ଓମଲେଟ ଓ ଅନ୍ୟାନ୍ୟ ଜିନିଷ ରନ୍ଧା ଯାଉଥିଲା।

୪.୩୦ରୁ ଆରମ୍ଭ ହୋଇଥିବା ରେଡ ରାତି ୮ଟା ଯାଏ ଚାଲିଥିଲା। ତେବେ ସମୟ ଅଭାବରୁ ଦର୍ଶନ ରହୁଥିବା ବାରାକରେ ସର୍ଚ୍ଚ ହୋଇପାରିନି।

Jail Kannada Actor Darshan Kannada Actor Arrested
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe