Advertisment

ମୁମ୍ବାଇ ହର୍‌ର: ମୋବାଇଲରେ କ’ଣ ସବୁ ସର୍ଚ୍ଚ କରୁଥିଲା ମନୋଜ?

ମନୋଜଙ୍କ ପାଖରେ ପୂର୍ବରୁ ହିଁ ଟାଇଲ କଟର ମେସିନ ରହିଥିଲା। ସେ ଏଥିରେ ପ୍ଲାଏଉଡ କାଟୁଥିଲେ। କିନ୍ତୁ ଏଥରେ ସେ ସରସ୍ୱତୀଙ୍କ ମୃତଦେକୁ କାଟିବା ପାଇଁ ଏହାକୁ ବ୍ୟବହାର କରିଥିଲେ।

Mumbai

Mumbai

Advertisment

ନିଜର ୩୨ ବର୍ଷୀୟ ଲିଭ ଇନ୍‌ ପାର୍ଟନରଙ୍କୁ ହତ୍ୟା କରେ ମୃତଦେହକୁ ଟିକଟିକ କରି କାଟି ଦେବା ଅଭିଯୋଗରେ ଗିରଫ ହୋଇଥିବା ୫୬ ବର୍ଷୀୟ ମନୋଜ ସାଣେଙ୍କୁ ନେଇ ଗୋଟିଏ ବଡ଼ ତଥ୍ୟ ସାମ୍ନାକୁ ଆସିଛି।

Advertisment

ମନୋଜ ସବୁବେଳେ ମୃତଦେହକୁ କେମିତି ନଷ୍ଟ କରାଯିବ ଓ ଏଥିରୁ ବାହାରୁ ଥିବା ଦୁର୍ଗନ୍ଧକୁ କେମିତି ମୁକାବିଲା କରାଯିବ, ସେ ବିଷୟରେ ସବୁବେଳେ ମୋବାଇଲରେ ସର୍ଚ୍ଚ କରୁଥିଲେ। ପୁଲିସ୍‌ ମନୋଜର ମୋବାଇଲ ଇଣ୍ଟରନେଟ ହିଷ୍ଟ୍ରୀକୁ ଯାଞ୍ଚ କରିବା ପରେ ଏପରି ତଥ୍ୟ ହାସଲ କରିଛି।

ବୁଧବାର ସନ୍ଧ୍ୟାରେ ମୀରା ରୋଡ ସ୍ଥିତ ଆକାଶଦୀପ ବିଲଡିଂରୁ ୩୨ ବର୍ଷୀୟ ସରସ୍ୱତୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହକୁ ପୁଲିସ୍‌ ଜବତ କରିଥିଲା। ଏଠାରେ ମନୋଜ ଓ ସରସ୍ୱତୀ ଲିଭ ଇନରେ ରହୁଥିଲେ। ସରସ୍ୱତୀଙ୍କୁ ହତ୍ୟା କରିବା ପରେ ମନୋଜ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟି ଦେଇଥିଲା।

Advertisment

ଏହାପରେ ଏହାକୁ ପ୍ରେସ କୁକର୍‌ରେ ସିଝା ନଷ୍ଟ କରିବାକୁ ଚେଷ୍ଟା କରିଥିଲା ବୋଲି ଅଭିଯୋଗ ହୋଇଛି। ପୁଲିସ୍‌ ସରସ୍ୱତୀଙ୍କ ମୃତଦେହର କିଛି ଅଂଶ ଠାବ କରିଥିବା ବେଳେ ଆଉ କିଛିକୁ ଏଯାଏ ଜବତ କରିବାକୁ ସକ୍ଷମ ହୋଇନି। ସମ୍ଭବତଃ ମନୋଜ ଏହାକୁ କେଉଁଠି ଫିଙ୍ଗି ଦେଇଥିବା ପୁଲିସ୍‌ ସନ୍ଦେହ କରୁଛି।

ମନୋଜଙ୍କ ପାଖରେ ପୂର୍ବରୁ ହିଁ ଟାଇଲ କଟର ମେସିନ ରହିଥିଲା। ସେ ଏଥିରେ ପ୍ଲାଏଉଡ କାଟୁଥିଲେ। କିନ୍ତୁ ଏଥରେ ସେ ସରସ୍ୱତୀଙ୍କ ମୃତଦେକୁ କାଟିବା ପାଇଁ ଏହାକୁ ବ୍ୟବହାର କରିଥିଲେ। ପୁଲିସ୍‌ ସୂତ୍ରରୁ ଜଣାପଡ଼ିଛି ଯେ ମୃତଦେହରୁ ବାହାରୁଥିବା ଦୁର୍ଗନ୍ଧକୁ ବନ୍ଦ କରିବା ପାଇଁ ମନୋଜ ସ୍ୱତନ୍ତ୍ର ତେଲର ମଧ୍ୟ ବ୍ୟବହାର କରିଥିଲେ।

ଏଥିପାଇଁ ସେ ୫ ବୋତଲ ତେଲ କିଣିଥିଲେ। ପୁଲିସ୍‌ ମନୋଜଙ୍କ ଆପାର୍ଟମେଣ୍ଟରୁ କଟର ମେସିନ, ତେଲ ବୋତଲ, ଚାମଚ, ବାଲଟି, ବ୍ରାସ ପଟ ଓ ଗୋଟିଏ ପ୍ରେସ କୁକର୍‌ ଜବତ କରିଛି। ଏହି ମାମଲାରେ ପୁଲିସ୍‌ ୮ରୁ ୧୦ ଜଣଙ୍କୁ ମଧ୍ୟ ପଚରା ଉଚରା କରିଛି।

ସରସ୍ୱତୀଙ୍କ ଗୋଟିଏ ଫଟୋ ମନୋଜଙ୍କ ମୋବାଇଲରୁ ପୁଲିସ୍‌ ଜବତ କରିଛି। ସରସ୍ୱତୀଙ୍କ ଶରୀରରେ ଏକାଧିକ କ୍ଷତଚିହ୍ନ ଥିବା ଏହି ଫଟୋରେ ଦେଖିବାକୁ ମିଳିଛି। ତେବେ ଏପରି ଫଟୋ କାହିଁକି ମନୋଜ ଉଠାଇଥିଲା, ସେକଥା ପୁଲିସ୍‌ ଜାଣିବାକୁ ସକ୍ଷମ ହୋଇନି। ପୁଲିସ୍‌ ୧୬ ତାରିଖ ଯାଏ ମନୋଜଙ୍କୁ ରିମାଣ୍ଡରେ ନେଇ ଅଧିକରୁ ଅଧିକ ତଥ୍ୟ ହାସଲ କରିବାରେ ଲାଗିଛି।

Mumbai Live In Relation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe