Advertisment

୪ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କଲା ପୁଲିସ, ଧରାଇ ଦେଲେ ମିଳିବ ୨୦ ଲକ୍ଷ ଟଙ୍କା

ଆତଙ୍କବାଦୀଙ୍କ କଠୁଆ ଅଞ୍ଚଳରେ ଲୁଚିଥିବା ପୁଲିସ ସନ୍ଦେହ କରୁଛି।

author-image
Debibandita Barick
ଅଦ୍ୟତନ ହୋଇଛି
Four Terrorist's Sketch

Four Terrorist's Sketch

ଆଜି ଜମ୍ମୁ କଶ୍ମୀର ପୁଲିସ ଚାରି ଜଣ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିଛି। ଏମାନେ କଠୁଆ ଅଞ୍ଚଳରେ ଲୁଚିଥିବା ପୁଲିସ ସନ୍ଦେହ କରୁଛି। ତେଣୁ ଏମାନଙ୍କୁ ଧରିବା ପାଇଁ ସ୍କେଚ୍ ଜାରି କରି ଲୋକଙ୍କୁ ସତର୍କ କରାଇଛି ପୁଲିସ।

Advertisment

ଏଥିସହ ଏମାନଙ୍କ ନାଁରେ ମଧ୍ୟ ୨୦ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଛି। ଯଦି କେହି ଏମାନଙ୍କୁ ଧରାଇ ଦିଅନ୍ତୁ, ତେବେ ତାଙ୍କୁ ୨୦ ଲକ୍ଷ ଟଙ୍କା ମିଳିବ। 

ଗତମାସ କଠୁଆ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଉପରେ ବଡ଼ ଧରଣର ଆତଙ୍କୀ ହମଲା ହୋଇଥିଲା। ଏଥିରେ ପାଞ୍ଚ ଜଣ ଯବାନ ଶହୀଦ ହୋଇଥିଲେ। ଆଖ ପାଖ ଜିଲ୍ଲାରେ ମଧ୍ୟ କିଛି ଦିନ ହେବ ଆତଙ୍କୀ କାର୍ଯ୍ୟକଳାପ ବଢିଯାଇଛି। ଆଜି ମଧ୍ୟ ଅନନ୍ତନାଗ ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି।

Advertisment

ଏଥିରେ ଦୁଇ ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି। ସେପଟେ କଠୁଆ ଜିଲ୍ଲାରେ ଆତଙ୍କବାଦୀ ଲୁଚିଥିବା ସନ୍ଦେହ କରୁଛି ପୁଲିସ। ସେମାନଙ୍କୁ ଧରିବା ପାଇଁ ପୁଲିସ ସ୍କେଚ୍ ଜାରି କରିଛି।  

Jammu And Kashmir Terrorists Sketch Jammu And Kashmir Police Jammu And Kashmir Terrorists