Advertisment

ପରର ମନ୍ଦ ପାଞ୍ଚି ନିଜେ ଫସିଲେ ଥାନା ବାବୁ, ଡ୍ରଗ୍ସ ରଖିବା ବେଳେ ଧରା ପଡ଼ିଲେ

ଭିଡିଓ ଭାଇରାଲ ହେବା ପରେ ୪ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି।

ଅଦ୍ୟତନ ହୋଇଛି
Cops Seen Planting Drugs

Cops Seen Planting Drugs

Advertisment

ଫସେଇବାକୁ ଯାଇ ନିଜେ ଫଶିଗଲେ ପୁଲିସ ବାବୁ। ତଲାସି ବେଳେ ଜଣେ ବ୍ୟକ୍ତିଙ୍କ ପକେଟ୍‌ରେ ପୁଲିସ ବାବୁ ଜଣଙ୍କ ଡ୍ରଗ୍ସ ରଖୁଥିଲେ। ଶେଷରେ ଧରାପଡିଲେ। ଏକାଥରକେ ସସ୍‌ପେଣ୍ଡ ହୋଲେ ୪ ଜଣ ପୁଲସ କର୍ମୀ।

Advertisment

ଯାଞ୍ଚ ନାଁରେ ଫସାଇବାକୁ ଚେଷ୍ଟା କରୁଛି ପୁଲିସ। ଜଣେ ବ୍ୟକ୍ତିଙ୍କ ପକେଟରେ ଜାଣିଶୁଣି ରଖି ଦେଉଛି ଡ୍ରଗ୍ସ। ଏଭଳି କିଛି ଭିଡିଓ ମହାରାଷ୍ଟ୍ରର ମୁମ୍ବାଇରୁ ସାମ୍ନାକୁ ଆସିଛି। ଯାହା ସମସ୍ତଙ୍କୁ ଚିକତ କରିଦେଇଛି। ଏହି ଭିଡିଓରେ ଦୁଇ ଜଣ ପୁଲିସ କର୍ମଚାରୀ ଜଣେ ବ୍ୟକ୍ତିଙ୍କୁ ଯାଞ୍ଚ କରୁଥିବା ବେଳେ ଅନ୍ୟ ଦୁଇ ଜଣ କିଛି ଦୂରରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି।

ଏହାର କିଛି କ୍ଷଣ ପରେ ଜଣେ ପୁଲିସ କର୍ମଚାରୀ ସନ୍ଦିଗ୍ଧଙ୍କ ପକେଟରେ କିଛି ରଖୁଥିବା ଭାଇରାଲ ଭିଡିରେ ଦେଖିବାକୁ ମିଳିଛି। ଏହାପରେ ୨୦ ଗ୍ରାମ୍ ମେଫେଡ୍ରୋନ୍ ରଖିବା ଅଭିଯୋଗରେ ୪ ଜଣ ପୁଲିସ କର୍ମଚାରୀ ତାଙ୍କୁ ଗିରଫ କରିଛନ୍ତି। ଏହି ପୂରା ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଏହାପରେ ପୁଲିସର ମୁଖା ଖୋଲିଛି। ମୁମ୍ବାଇରେ ୪ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି।

Advertisment

ଭିଡିଓରେ ଦେଖାଯାଉଥିବା ଚାରି ଜଣ ବ୍ୟକ୍ତି ମୁମ୍ବାଇର ଖାର ଥାନାର କର୍ମଚାରୀ ବୋଲି ଜଣାପଡିଛି। ନିଲମ୍ବିତ ପୁଲିସ କର୍ମଚାରୀଙ୍କ ମଧ୍ୟରେ ଜଣେ ପୁଲିସ ସବ୍ ଇନ୍ସପେକ୍ଟର ଓ ୩ ଜଣ କନଷ୍ଟେବଳ ଅଛନ୍ତି। ଜୋନ୍ ୧୧ ଡେପୁଟି କମିସନର ରାଜତିଲକ ରୋଶନ ଏହି ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଖାର ଥାନାର ଆତଙ୍କବାଦ ନିରୋଧୀ ସେଲ୍‌ରେ ନିୟୋଜିତ ୪ ଜଣ ପୁଲିସ କର୍ମଚାରୀ ଶୁକ୍ରବାର ସନ୍ଧ୍ୟାରେ ସହରର କାଳିନା ଅଞ୍ଚଳରେ ଥିବା ଏକ ଖୋଲା ପ୍ଲଟ୍ ଉପରେ ଚଢ଼ାଉ କରି ଡାନିଏଲ ନାମକ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଥିଲେ। ଏହାପରେ ଯାଞ୍ଚ ବେଳେ ତାଙ୍କ ପକେଟରେ ପୁଲିସ କର୍ମଚାରୀ ଡ୍ରଗ୍ସ ରଖି ଦେଇଥିଲେ।

ଏକ ସ୍ଥାନୀୟ ନ୍ୟୁଜ୍ ଚ୍ୟାନେଲକୁ ସାକ୍ଷାତକାର ଦେଇ ଡାନିଏଲ କହିଛନ୍ତି ଯେ ପୁଲିସ କର୍ମଚାରୀମାନେ ପ୍ରଥମେ ତାଙ୍କୁ ଡ୍ରଗ୍ସ ମାମଲାରେ ଫସାଇବାକୁ ଧମକ ଦେଇଥିଲେ। କିନ୍ତୁ ଯେତେବେଳେ ସେ ଅନୁଭବ କଲେ ଯେ ତାଙ୍କ କାର୍ଯ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି, ସେତେବେଳେ ତାଙ୍କୁ ଛାଡ଼ି ଦିଆଯାଇଥିଲା।

ଡିସିପି ରାଜତିଲକ ରୋଶନ କହିଛନ୍ତି ଯେ ୪ ଜଣ ପୁଲିସ କର୍ମଚାରୀଙ୍କ ଭାଇରାଲ ଭିଡିଓରେ ସନ୍ଦେହଜନକ କାର୍ଯ୍ୟ ଦେଖି ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏବଂ ତଦନ୍ତ ଶେଷ ହେବା ଯାଏ ସେମାନଙ୍କୁ ନିଲମ୍ବିତ କରାଯାଇଛି।

Cops Seen Planting Drugs Mumbai Police Drugs Seize Viral Video
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe