Advertisment

ସ୍କୁଲ ନିକଟରୁ ଜବତ ହେଲା ବିପୁଳ ବିସ୍ଫୋରକ ସାମଗ୍ରୀ, ହାଇ ଆଲର୍ଟ

ସର୍ଚ୍ଚ ବେଳେ ସ୍କୁଲ ନିକଟରେ ଠିଆ ହୋଇଥିବା ଏକ ଟ୍ରାକ୍ଟରର କମ୍ପ୍ରୋସର ଭିତରୁ ଜିଲେଟିନ ଛଡ, ଡିଟୋନେଟର୍ସ ଓ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି।

author-image
Madhupriya Mistry
explosives seize

explosives seize

ସ୍କୁଲ ନିକଟରୁ ଜବତ ହେଲା ବିପୁଅ ବିସ୍ଫୋରକ ସାମଗ୍ରୀ। ଏକ ଟ୍ରାକ୍ଟର ଭିତରୁ ଜିଲେଟିନ୍‌ ଛଡ ଓ ଡେଟୋନେଟର୍ସ ଜବତ ହୋଇଛି। ଏହାକୁ ନେଇ ଆକ୍ସନ ମୁଡ୍‌କୁ ଆସିଛି ପୁଲିସ। ଚାରିଆଡେ ହାଇ ଆଲର୍ଟ ଜାରି ହୋଇଛି।

Advertisment

ରବିବାର ରାତିରେ ଏହି ଘଟଣା ଘଟିଛି। ବେଙ୍ଗାଲୁରୁର ଏକ ଘରୋଇ ସ୍କୁଲ ନିକଟରୁ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ରାମେଶ୍ୱରମ୍‌ କାଫେରେ ବିସ୍ଫୋରଣ ହେବା ପରଠାରୁ ଆକ୍ସନ ମୁଡରେ ରହିଛି ପୁଲିସ। ଚାରିଆଡେ ସର୍ଚ୍ଚ ଜାରି ରଖିଛି। ଏହି କ୍ରମରେ ରବିବାର ରାତିରେ  ରୁଟିନ୍‌ ପାଟ୍ରୋଲିଂ ବେଳେ ପୁଲିସ ସ୍କୁଲ ନିକଟରେ ଏକ ଟ୍ରାକ୍ଟର ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। ଟ୍ରାକ୍ଟରରେ ବିପୁଳ ସାମଗ୍ରୀ ଲଦା ହୋଇଥିଲା। ସନ୍ଦେହ ହେବାରୁ ଏହାକୁ ଅଟକାଇ ଚେକିଂ କରିଥିଲା ପୁଲିସ। ତେବେ ସର୍ଚ୍ଚ ବେଳେ ଟ୍ରାକ୍ଟରର କମ୍ପ୍ରୋସର ଭିତରୁ ଜିଲେଟିନ ଛଡ, ଡିଟୋନେଟର୍ସ ଓ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି।

କେବଳ ସେତିକି ନୁହେଁ ଉକ୍ତ ଟ୍ରାକ୍ଟରର ଲାଇସେନ୍ସ ଓ ଉପଯୁକ୍ତ କାଗଜପତ୍ର ମଧ୍ୟ ନଥିଲା। ଏହା ପରେ ପୁଲିସ ଟ୍ରାକ୍ଟର ମାଲିକଙ୍କ ବିରୋଧରେ ଏକ ଏଫ୍‌ଆଇଆର୍‌ ରୁଜୁ କରିବା ସହ ଡ୍ରାଇଭରକୁ ଗିରଫ କରିଛି। ପୁଲିସ ଏହି ମାମଲାର ତଦନ୍ତ ଜାରି ରଖିଛି।

Advertisment

କହିରଖୁ ଯେ, ମାର୍ଚ୍ଚ ୧ ତାରିଖରେ ବେଙ୍ଗାଲୁରୁର ପ୍ରସିଦ୍ଧ ରାମେଶ୍ୱରମ କାଫେରେ ଏକ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏଥିରେ ୧୦ ଜଣ ଆହତ ହୋଇଥିଲା। ପ୍ରଥମେ ସିଲିଣ୍ଡରରେ ନିଆଁ ଲାଗି ଏଠି ବିସ୍ଫୋରଣ ଘଟିଥିବା କୁହାଯାଉଥିଲା। କିନ୍ତୁ ତଦନ୍ତ ପରେ ପୁଲିସ ଓ ଏନ୍‌ଆଇଏ ଏଠାରେ ଆଇଇଡି ଜରିଆରେ ଜାଣିଶୁଣି ବିସ୍ଫୋରଣ କରାଯାଇଥିବା ଜାଣିବାକୁ ପାଇଥିଲେ। କର୍ଣ୍ଣାଟକ ପୁଲିସ ୟୁଏପିଏ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରିବା ଏହାର ତଦନ୍ତ ଭାର ଏନ୍‌ଆଇଏକୁ ଦିଆଯାଇଥିଲା। ଗତ ସପ୍ତାହରେ ଏନ୍‌ଆଇଏ ଏହି ମାମଲାରେ ଜଣଙ୍କୁ ଗିରଫ କରିଛି। ତେବେ ମୁଖ୍ୟ ଅଭିଯୁକ୍ତ ଏବେବି ଫେରାର ଅଛି।

Rameshwaram Cafe Blast Case Bengaluru Private School Seize Explosives