Advertisment

ବେଶ ବଦଳାଇ ବୁଲୁଛି ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହ! ଜାରି ହେଲା ଫଟୋ

ଏପରି ଫଟୋ ଜାରି କରି ପୁଲିସ୍‌ ଅମ୍ରିତପାଲର ସୂଚନା ଲୋକଙ୍କ ଠାରୁ ହାସଲ କରିବାକୁ ଲକ୍ଷ୍ୟ ରଖିଛି। ପୁଲିସ୍‌ ପକ୍ଷରୁ ଅମ୍ରିତପାଲର ରୂପକୁ ନେଇ ୭ଟି ଫଟୋ ଜାରି କରାଯାଇଛି।

Amritpal Singh

Amritpal Singh

Advertisment

ଦୀର୍ଘ ୪ ଦିନ ହେଲା ପଞ୍ଜାବ ପୁଲିସ୍‌ ଓ କେନ୍ଦ୍ରୀୟ ସୁରକ୍ଷାକର୍ମୀଙ୍କ ନିଜ ହଜାଇ ସାରିଲାଣି ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହ। ପଞ୍ଜାବ ଠାରୁ ଆରମ୍ଭ କରି ପଡ଼ୋଶୀ ହରିଆଣା ଓ ଅନ୍ୟାନ୍ୟ ସ୍ଥାନରେ ପୁଲିସ୍‌ ସର୍ଚ୍ଚ ଅପରେସନ କରୁଥିଲେ ହେଁ ଏଯାଏ ଅମ୍ରିତପାଲ ସିଂହର ପତ୍ତା ମିଳିନି। ସେ ଜଲନ୍ଧରଠାରୁ ପୁଲିସ୍‌କୁ ଚକମା ଦେଇ ଫେରାର ହୋଇଯାଇଥିଲା।

Advertisment

ଏବେ ସେ କେମିତି କାର୍‌ ଓ ବାଇକରେ ବସି ଫେରାର ହୋଇଥିଲା, ତା’ର ଫଟୋ ସାମ୍ନାକୁ ଆସିଛି। ଏଥିସହ ପଳାତକ ଘୋଷିତ ଅମ୍ରିତପାଲ ବେଶ ବଦଳାଇ ଖସିଯିବାକୁ ଲକ୍ଷ୍ୟ ରଖିଥିବା ପୁଲିସ୍‌ ସନ୍ଦେହ କରୁଛି। ଏଥିପାଇଁ ପୁଲିସ ତା’ର ଭିନ୍ନଭିନ୍ନ ବେଶକୁ ନେଇ କିଛି ଫଟୋ ଜାରି କରିଛି। କେଉଁ ଫଟୋରେ ସେ କ୍ଲିନସେଭ ହୋଇଛି ତ ଆଉ କେଉଁ ଫଟୋରେ ପଗଡ଼ି ଖୋଲିଦେଲେ କେମିତି ଦେଖାଯିବ, ତା’ର ଦୃଶ୍ୟ ରହିଛି।

ଏପରି ଫଟୋ ଜାରି କରି ପୁଲିସ୍‌ ଅମ୍ରିତପାଲର ସୂଚନା ଲୋକଙ୍କ ଠାରୁ ହାସଲ କରିବାକୁ ଲକ୍ଷ୍ୟ ରଖିଛି। ପୁଲିସ୍‌ ପକ୍ଷରୁ ଅମ୍ରିତପାଲର ରୂପକୁ ନେଇ ୭ଟି ଫଟୋ ଜାରି କରାଯାଇଛି। ଏଥିରେ ତାକୁ ଭିନ୍ନଭିନ୍ନ ଅବତାରରେ ଦେଖିବାକୁ ମିଳିଛି। 

Advertisment

ଅନ୍ୟପକ୍ଷରେ ୩୦ ବର୍ଷୀୟ ଅମ୍ରିତପାଲ କେମିତି କାର ଓ ସହଯୋଗୀଙ୍କ ସହ ବାଇକରେ ଖସି ଯାଉଛି, ତା’ର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏହି ସବୁ ତଥ୍ୟକୁ ଆଧାର କାରି ପୁଲିସ ତଦନ୍ତ ଆଗକୁ ନେଉଛି। ଏହାପୂର୍ବରୁ ଅମ୍ରିତପାଲ ପୁଲିସ୍‌ ହାତରୁ କେମିତି ଖସିଲା, ତା’କୁ ନେଇ ପଞ୍ଜାବ-ହରିଆଣା ହାଇକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ।

୮୦ ହଜାର ପୁଲିସ୍‌ କର୍ମଚାରୀ ଅଛନ୍ତି। ସେମାନେ କ’ଣ କରୁଛନ୍ତି? କେମିତି ଅମ୍ରିତପାଲ ସିଂହ ଖସିଗଲା ବୋଲି ହାଇକୋର୍ଟ ପ୍ରଶ୍ନ କରିଥିଲେ। ଏଥିସହ ପଞ୍ଜାବ ସରକାରଙ୍କ ଗୁଇନ୍ଦା ଫେଲ ମାରିଛି ବୋଲି ମଧ୍ୟ କୋର୍ଟ କହିଥିଲେ।

Punjab Amritpal Singh Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe