Advertisment

ୟୁପି ଉପ ନିର୍ବାଚନ: ଭିଡିଓ ଭାଇରାଲ ପରେ ୭ ପୁଲିସ ଅଫିସରଙ୍କୁ ନିଲମ୍ବନ କଲେ ଇସିଆଇ

ନିଲମ୍ବିତ ହୋଇଥିବା ୭ ଜଣ ପୁଲିସ୍‌ ଅଫିସରଙ୍କ ମଧ୍ୟରୁ କାନପୁର ଓ ମୁଜାଫରନଗରରୁ ୨ ଜଣ ଲେଖାଏ ରହିଛନ୍ତି। ସେହିପରି ମୋରଦାବାଦରେ ୩ ଜଣ ପୁଲିସ୍‌ ଅଫିସରଙ୍କୁ ଡ୍ୟୁଟିରୁ ହଟାଯାଇଛି।

UP

UP

Advertisment

ଉତ୍ତର ପ୍ରଦେଶରେ ୯ଟି ବିଧାନସଭା ଆସନ ପାଇଁ ଅନୁଷ୍ଠିତ ଉପ ନିର୍ବାଚନରେ ବ୍ୟାପକ ଅନିୟମିତତା ଦେଖାଯାଇଛି। ବିଭିନ୍ନ ସ୍ଥାନରେ ପୁଲିସ୍‌ ନିର୍ଦ୍ଦିଷ୍ଟ ଭୋଟରଙ୍କୁ ଭୋଟଦାନରୁ ଦୂରେଇ ରଖିଥିବା ବେଳେ ସେମାନଙ୍କୁ ଭୟଭୀତ କରିବାର ଏକାଧିକ ଭିଡିଓ ସାମ୍ନାକୁ ଆସିଛି। ସେହିପରି କିଛି ସ୍ଥାନରେ ପୁଲିସ୍‌ ଜାଣିଶୁଣି ଭୋଟରଙ୍କ ପରିଚୟ ମଧ୍ୟ ଯାଞ୍ଚ କରିଛି।

Advertisment

ଏନେଇ ବିରୋଧୀ ସମାଜବାଦୀ ପାର୍ଟି ଭିଡିଓ ଜାରି କରିବା ସହ ଭାରତୀୟ ନିର୍ବାଚନ କମିଶନ ଇସିଆଇଙ୍କ ନିକଟରେ ଅଭିଯୋଗ କରିଛି। ଅଭିଯୋଗ ପରେ ଇସିଆଇ ଉତ୍ତର ପ୍ରଦେଶର ୭ ପୁଲିସ୍‌ ଅ‍ଫିସରଙ୍କୁ ନିଲମ୍ବନ କରିଛନ୍ତି।

ଇସିଆଇ ଗୋଟିଏ ବିବୃତିରେ କହିଛନ୍ତି, “ଭୋଟିଂରୁ କୌଣସି ଯୋଗ୍ୟ ଭୋଟରଙ୍କୁ ରୋକା ଯାଇପାରିବ ନାହିଁ। ଭୋଟିଂ ବେଳେ କୌଣସି ପ୍ରକାରର ପକ୍ଷପାତିତାକୁ ଗ୍ରହଣ କରାଯିବନି। ଅଭିଯୋଗ ମିଳିବା ମାତ୍ରେ ତଦନ୍ତ ହେଉଛି। ଯଦି କେହି ଦୋଷୀ ସାବ୍ୟସ୍ତ ହୁଅନ୍ତି, ତା’ହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

Advertisment

ନିଲମ୍ବିତ ହୋଇଥିବା ୭ ଜଣ ପୁଲିସ୍‌ ଅଫିସରଙ୍କ ମଧ୍ୟରୁ କାନପୁର ଓ ମୁଜାଫରନଗରରୁ ୨ ଜଣ ଲେଖାଏ ରହିଛନ୍ତି। ସେହିପରି ମୋରଦାବାଦରେ ୩ ଜଣ ପୁଲିସ୍‌ ଅଫିସରଙ୍କୁ କାର୍ଯ୍ୟାନ୍ତର କରାଯାଇଛି।

ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ରାଜ୍ୟ ନିର୍ବାଚନ ଅଧିକାରୀ, ଜିଲ୍ଲା ନିର୍ବାଚନ ଅଧିକାରୀ ଓ ରିଟର୍ଣ୍ଣିଂ ଅଫିସରଙ୍କୁ ଭୋଟ ପ୍ରକ୍ରିୟାକୁ ନିରପେକ୍ଷ ଓ ସ୍ୱଚ୍ଛ ରଖିବାକୁ କହିଛନ୍ତି। ଅଭିଯୋଗକୁ ତୁରନ୍ତ ବିଚାରକୁ ନିଅନ୍ତୁ ଓ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଅଭିଯୋଗକାରୀଙ୍କୁ ସୋଶାଲ ମିଡିଆରେ ଟ୍ୟାଗ କରି ଏ ସମ୍ପର୍କରେ ମଧ୍ୟ ଜଣାଇବାକୁ ନିର୍ବାଚନ କମିଶନର ରାଜୀବନ କୁମାର କହିଛନ୍ତି।

By-Election Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe