Advertisment

ନାକେଦମ କରୁଛନ୍ତି ହାଇୱେ ଲୁଟେରା; ଗଛ ଉପରେ ରାତି କାଟୁଛି ପୁଲିସ୍‌

ରାସ୍ତାରେ ମାତିଲେ ଲୁଟେରା। ଲୋକଙ୍କ ଗାଡ଼ି ଉପରକୁ ଟେକା ମାଡ଼ କରି ଲୁଟି ନେଲେ ଟଙ୍କା, ସୁନା। ଏପରି ଲୁଟ୍‌ ଘଟଣା ନେଇ ବାରମ୍ବାର ଅଭିଯୋଗ ହେବା ପରେ ଆକ୍ସନ ମୁଡ଼କୁ ଆସି ଯାଇଛି ପୁଲିସ୍‌।

author-image
Niharika Rout
Police

Police

ରାସ୍ତାରେ ମାତିଲେ ଲୁଟେରା। ଲୋକଙ୍କ ଗାଡ଼ି ଉପରକୁ ଟେକା ମାଡ଼ କରି ଲୁଟି ନେଲେ ଟଙ୍କା, ସୁନା। ଏପରି ଲୁଟ୍‌ ଘଟଣା ନେଇ ବାରମ୍ବାର ଅଭିଯୋଗ ହେବା ପରେ ଆକ୍ସନ ମୁଡ଼କୁ ଆସି ଯାଇଛି ପୁଲିସ୍‌। ଏପରିକି ଲୁଟେରାଙ୍କୁ ମାଡ଼ି ବସିବାକୁ ଏବେ ଗଛ ଉପରେ ରାତି କାଟୁଛି ପୁଲିସ୍‌ । ଏପରି ଏକ ଘଟଣା ଆଗ୍ରାରେ ଦେଖିବାକୁ ମିଳିଛି।

Advertisment

ଆଗ୍ରାର ଯମୁନା ଏକ୍ସପ୍ରେସ୍‌ ହାଇୱେରେ ଗତ କିଛି ଦିନ ହେବ ଲୁଟେରା ମାତିଛନ୍ତି। ଗତ ୨୯ ତାରିଖରେ ଜଣେ ଇଞ୍ଜିନିୟର ନିଜ ପତ୍ନୀ ଓ ଡ୍ରାଇଭରଙ୍କ ସହ କାର୍‌ରେ ଯାଉଥିବା ବେଳେ ଲୁଟେରାମାନେ ପ୍ରଥମେ ତାଙ୍କ କାର୍‌ ଉପରକୁ ଟେକାମାଡ଼ କରିଥିଲେ। ଏହାପରେ ଗାଡ଼ି ଅଟକିବାରୁ ସେମାନେ ଧମକାଇ ଟଙ୍କା, ସୁନା ନେଇ ଫେରାର ହୋଇ ଯାଇଥିଲେ।

ସେହିପରି ଗତ ୨ ତାରିଖରେ ଜଣେ ତେଜରାତି ହୋଲସଲର ନିଜ ୩ ବନ୍ଧୁଙ୍କ ସହ ଯାଉଥିବା ବେଳେ ଲୁଟ୍‌ର ଶିକାର ହୋଇଥିଲେ। ଏହାପରେ ଜଣେ ମହିଳା ନିଜ କାର୍‌ରେ ଯାଉଥିବା ବେଳେ ଟେକାମାଡ଼ ଯୋଗୁ ସେ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି।

Advertisment

ଏହି ସବୁ ଘଟଣା ବିଳମ୍ବିତ ରାତିରେ ଘଟିଛି। ଲୁଟେରାମାନେ ପ୍ରଥମେ ଗାଡ଼ିକୁ ଟାର୍ଗେଟ କରି ଆଖିବୁଜା ଟେକାମାଡ଼ କରୁଛନ୍ତି। ଏହାପରେ ସେଥିରୁ ଲୁଟ୍‌ କରି ଫେରାର ହୋଇ ଯାଉଛନ୍ତି।

ବାରମ୍ବାର ଏପରି ଘଟଣା ଘଟୁଥିବାରୁ ଯମୁନା ଏକ୍ସପ୍ରେସ୍‌ ହାଇୱେରେ ପୁଲିସ୍‌ ପାଟ୍ରୋଲିଂକୁ ବଢ଼ାଇ ଦିଆଯାଇଛି। ପୁଲିସ୍‌ କର୍ମୀ ପ୍ରତି ୨ କିମି ଦୂରତାରେ ଜଗି ରହି ଯାତାୟତ କରୁଥିବା ଗାଡ଼ି ଉପରେ ନଜର ରଖୁଛନ୍ତି। ସେହିପରି ସିଭିଲ୍‌ ଡ୍ରେସ୍‌ରେ କିଛି ପୁଲିସ୍‌ କର୍ମୀ ରାତି ସାରା ଗଛ ଉପରେ ବସି ରହୁଛନ୍ତି। ସେମାନେ ନିଜ ପାଖରେ ବନ୍ଧୁକ ରଖୁଥିବା ବେଳେ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଦୂରରୁ ଆସୁଥିବା ଗାଡ଼ି ତଥା ଲୋକଙ୍କ ଗତିବିଧି ଉପରେ ନଜର ରଖୁଛନ୍ତି।

ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତିଙ୍କଠାରୁ ମିଳିଥିବା ସୂଚନା ଆଧାରରେ ଲୁଟେରାଙ୍କ ସ୍କେଚ ଜାରି କରାଯାଇଛି। ଅଭିଯୁକ୍ତମାନଙ୍କ ବୟସ ୨୦ରୁ ୩୫ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଥିବା ଏସ୍‌ପି ସୂଚନା ଦେଇଛନ୍ତି। ସେମାନଙ୍କୁ ଠାବ କରିବାକୁ ବହୁ ପୁଲିସ୍‌ ଟିମ୍‌ଙ୍କୁ ମୁତୟନ କରାଯାଇଥିବା ସେ ସୂଚନା ଦେଇଛନ୍ତି।

Loot Police Lootera