Advertisment

ସଦଗୁରୁଙ୍କୁ ଆଶ୍ୱସ୍ଥି; ଆଶ୍ରମରେ ପୁଲିସର ତଦନ୍ତକୁ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ

କୋଏମ୍ବାଟୁରର ଏକ ଆଶ୍ରମରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମାଡ୍ରାସ ହାଇକୋର୍ଟ।

author-image
Debibandita Barick
ଅଦ୍ୟତନ ହୋଇଛି
Sadhuguru

Sadhuguru

ସଦଗୁରୁ ଜାଗି ବାସୁଦେବଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ଥି ମିଳିଛି। ତାଙ୍କ ନେତୃତ୍ୱାଧୀନ ଈଶା ଫାଉଣ୍ଡେସନରେ ମାଡ୍ରାସ ହାଇକୋର୍ଟ ଦେଇଥିବା ତଦନ୍ତ ନିର୍ଦ୍ଦେଶକୁ ସ୍ଥଗିତ ରଖିଛନ୍ତି ସୁପ୍ରିମକୋର୍ଟ। ପରବର୍ତ୍ତୀ ଶୁଣାଣି ନ ହେବା ପର୍ଯ୍ୟନ୍ତ ପୁଲିସ ଈଶା ଫାଉଣ୍ଡେସନରେ କୌଣସି ପ୍ରକାର ତଦନ୍ତ କରିପାରିବ ନାହିଁ। 

Advertisment

ପ୍ରକାଶ ଥାଉକି, ଅବସରପ୍ରାପ୍ତ ପ୍ରଫେସର ଏସ କାମରାଜ ମାଡ୍ରାସ ହାଇକୋର୍ଟରେ ଈଶା ଫାଉଣ୍ଡେସନ ବିରୋଧରେ ଏକ ଆବେଦନ ଦାଖଲ କରିଥିଲେ। ତାଙ୍କ ଝିଅ ଲତା ଏବଂ ଗୀତାଙ୍କୁ ବିଭିନ୍ନ ପ୍ରକାର କଥାରେ ଭୁଲାଇ ସେମାନଙ୍କୁ କୋଏମ୍ବାଟୁର ଆଶ୍ରମରେ ବନ୍ଧକ ରଖାଯାଇଥିବା ସେ ଅଭିଯୋଗ କରିଥିଲେ। ସେପ୍ଟେମ୍ବର 30ରେ ମାଡ୍ରାସ ହାଇକୋର୍ଟ ଏ ଉପରେ ଶୁଣାଣି କରି ତାମିଲନାଡୁ ପୁଲିସକୁ  ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଏହା ପରଦିନ ଅକ୍ଟୋବର 1ରେ ପ୍ରାୟ 150ରୁ ଅଧିକ ପୁଲିସ ଆଶ୍ରମ ନିକଟରେ ପହଞ୍ଚି ଯାଞ୍ଚ କରିଥିଲେ। ଏହାକୁ ନେଇ ସଦଗୁରୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଆଜି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ ମାମଲାର ଶୁଣାଣି କରି ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ରୋକ୍ ଲଗାଇଛନ୍ତି।

Advertisment

ପରବର୍ତ୍ତୀ ଶୁଣାଣି ନ ହେବା ପର୍ଯ୍ୟନ୍ତ ଈଶା ଫାଉଣ୍ଡେସନରେ ପୁଲିସ କୌଣସି ପ୍ରକାର ତଦନ୍ତ କରିପାରିବ ନାହିଁ। କୋର୍ଟ ପୁଲିସ କିମ୍ବା ସେନାକୁ ଏପରି ସ୍ଥାନକୁ ପ୍ରବେଶ କରିବାକୁ ଅନୁମତି ଦେଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ତେବେ ଏହି ମାମଲା ଉପରେ ଆସନ୍ତା 18ରେ ପରବର୍ତ୍ତୀ ଶୁଣାଣି କରାଯବି।

ସେପଟେ ଈଶା ଫାଉଣ୍ଡେସନ ଆବେଦନକାରୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ତାଙ୍କ ଝିଅଙ୍କୁ ବଳପୂର୍ବକ ଆଶ୍ରମରେ ରଖାଯାଇ ନାହିଁ, ବରଂ 2019ରେ ସେମାନେ ନିଜ ଇଚ୍ଛାରେ ଆଶ୍ରମରେ ରହୁଥିବା କହିଛନ୍ତି। 

Supreme Court Madras High Court Sadhguru