Advertisment

ଦିନକରେ କରୋନା ଆକ୍ଟିଭ କେସ୍‌ ହେଲା ଡବଲ, ଗଲା ୨ ଜୀବନ

ପୁଣି ଥରେ କଡ଼ ଲେଉଟାଇଲାଣି କରୋନା। ଦେଖାଇଲାଣି ତା’ର ଭୟଙ୍କର ରୂପ । ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ କରୋନା ଆକ୍ଟିଭ କେସ୍‌ ଡବଲ ହୋଇଛି।

Corona

Corona

Advertisment

ପୁଣି ଥରେ କଡ଼ ଲେଉଟାଇଲାଣି କରୋନା। ଦେଖାଇଲାଣି ତା’ର ଭୟଙ୍କର ରୂପ । ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ କରୋନା ଆକ୍ଟିଭ କେସ୍‌ ଡବଲ ହୋଇଛି। କେବଳ ସେତିକି ନୁହେଁ ଦିନକ ମଧ୍ୟରେ ଏହି ମହାମାରୀ ଯୋଗୁ ୨ ଜଣ ଆଖି ବୁଜିଲେଣି। ହଠାତ୍‌ କରୋନାର ଏ ପ୍ରକାର ଭୟଙ୍କର ରୂପ ଦେଖି ଆତଙ୍କିତ ହୋଇ ପଡ଼ିଛନ୍ତି ରାଜ୍ୟବାସୀ।

Advertisment

ଗତ ସୋମବାର ମହାରାଷ୍ଟ୍ରରେ କରୋନାର ୬୧ କେସ୍‌ ଚିହ୍ନଟ ହୋଇଥିଲା। ମଙ୍ଗଳବାର ଏହା ଡବଲ ହୋଇ ୧୫୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ମହାରାଷ୍ଟ୍ରରେ ଏଯାବତ ୮୧, ୩୮, ୬୫୩ କରୋନା କେସ୍‌ ମିଳି ସାରିଲାଣି। କରୋନା ଏ ଯାବତ ରାଜ୍ୟରେ ୧.୪୮ ଲକ୍ଷ ଲୋକଙ୍କ ଜୀବନ ନେଇସାରିଲାଣି।

Advertisment

ମହାରାଷ୍ଟ୍ରର ପୁଣେରେ କରୋନାର ନୂଆ ୭୫ କେସ୍‌ ମିଳିଥିବା ବେଳେ ମୁମ୍ବାଇରେ ୪୯, ନାସିକରେ ୧୩, ନାଗପୁରରେ ୮, କୋହ୍ଲାପୁରରେ ୫ ନୂଆ କେସ୍‌ ସାମନାକୁ ଆସିଛି। ମୃତ୍ୟୁମୁଖରେ ପଡ଼ିଥିବା ୨ କରୋନା ଆକ୍ରାନ୍ତ ପୁଣେରେ ରହୁଥିବା ଜଣାଯାଇଛି।

ରାଜ୍ୟରେ ଆକ୍ଟିଭ କେସ୍‌ ୬୬୨ ରହିଛି। ସବୁଠୁ ଅଧିକ ଆକ୍ଟିଭ କେସ୍‌ ପୁଣେରେ ୨୦୬ ରହିଛି। ମୁମ୍ବାଇରେ ୧୪୪, ଠାଣେରେ ୯୮ ଆକ୍ଟିଭ କେସ୍‌ ରହିଛି। ମହାରାଷ୍ଟ୍ରରେ ଏ ପର୍ଯ୍ୟନ୍ତ ୭୯,୮୯,୫୬୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ସାରିଲେଣି।

ସମଗ୍ର ଦେଶରେ ଗତ ୨୪ ଘଣ୍ଟାରେ ୪୦୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ଦେଶରେ ଆକ୍ଟିଭ କେସ୍‌ ୩୯୦୩ ରହିଛି।

Corona Report Corona Cases In India Coronavirus
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe