/odisha-reporter/media/post_attachments/uploadimage/library/16_9/16_9_0/Covid19_1679287483.jpg)
Covid19
ବେଶ୍ କିଛି ଦିନର ବ୍ୟବଧାନ ପରେ ଦେଶରେ ପୁଣି ମୁଣ୍ଡ ଟେକିଲାଣି ମହାମାରୀ। ଦିନକରେ ଦେଶରେ ପାଖାପାଖି ଏକ ହଜାର ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ଦୈନିକ ପଜିଟିଭ ରେଟ୍ ୨.୦୮%ରେ ପହଞ୍ଚିଛି । ସେହିରପି କରୋନା ସକ୍ରିୟ ମାମଲା ସଂଖ୍ୟା୬.୩୫୦ ହୋଇଛି।
୧୨୯ ଦିନ ପରେ ପୁଣି ଦେଶରେ ହଜାରେ ଟପିଛି ଦୈନିକ କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ଦେଶରେ ୯୧୮ଟି ନୂଆ ମାମଲା ସାମ୍ନାକୁ ଆସିଛି। ସେହିପରି ଗତକାଲି ଏହି ସଂଖ୍ୟା ହଜାରେ ଟପିଥିଲା। ଦିନକରେ ୧୦୭୨ ନୂଆ ମାମଲା ଚିହ୍ନଟ ହୋଇଥିଲା।
ସେପଟେ ପୁଣି ବଢ଼ୁଥିବା ସଂକ୍ରମଣ ହାରକୁ ଦେଖି ଦେଶବାସୀଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସତର୍କ କରାଯାଇଛି। ସଂଶୋଧିତ ଗାଇଡଲାଇନ୍ସ ମଧ୍ୟ ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ବୟସ୍କ ଆକ୍ରାନ୍ତଙ୍କ ପାଇଁ ସଂଶୋଧିତ କରୋନା କ୍ଲିନିକାଲ ଗାଇଡଲାଇନ୍ସ ଜାରି କରାଯାଇଛି।
H3N2 ଭୂତାଣୁ ଭୟ ଭିତରେ ଧିରେ ଧିରେ କରୋନା ମଧ୍ୟ କାୟା ମେଲାଉଥିବାରୁ ଚିନ୍ତା ବଢ଼ିଛି। ବୟସ୍କ ଆକ୍ରାନ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଂଶୋଧିତ ଗାଇଡଲାଇନ୍ସରେ କୁହାଯାଇଛି, ସ୍ୱଳ୍ପ ଲକ୍ଷଣ ଥିବା ରୋଗୀ ଘରୋଇ ସଙ୍ଗରୋଧରେ ରୁହନ୍ତୁ। ସାମାଜିକ ଦୂରତା, ମାସ୍କ ପିନ୍ଧିବା ସହ ବାରମ୍ବାର ହାତ ଧୁଅନ୍ତୁ। ଶରୀରର ତାପମାତ୍ରା, ଅକ୍ସିଜେନ୍ ସ୍ତର ଯାଞ୍ଚ କରନ୍ତୁ। ବାକ୍ଟେରିଆ ସଂକ୍ରମଣ ହୋଇନଥିଲେ ଆଣ୍ଟି-ବାଓଟିକ୍ସ ନଖାଇବା ପାଇଁ ପରାମର୍ଶ ଦେଇଛି ଆଇସିଏମଆର।
ଅକ୍ସିଜେନ୍ ସ୍ତର ୯୩ ପ୍ରତିଶତକୁ ହ୍ରାସ ଓ ଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟି ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଅକ୍ସିଜେନ୍ ସ୍ତର ୯୦ ପ୍ରତିଶତରୁ ୯୩ ପ୍ରତିଶତ ମଧ୍ୟରେ ରହିଲେ ଆକ୍ରାନ୍ତଙ୍କୁ ଡାକ୍ତରଖାନାରେ ଅକ୍ସିଜେନ୍ ଦେବା ଆବଶ୍ୟକ ହୋଇପାରେ। ଅକ୍ସିଜେନ ସ୍ତରକୁ ୯୪ରୁ ୯୬ ପ୍ରତିଶତ ମଧ୍ୟରେ ରଖିବାକୁ ଉଦ୍ୟମ କରାଯିବା ଉଚିତ। ଯଦି ଅକ୍ସିଜେନ ସ୍ତର ୯୦ ପ୍ରତିଶତରୁ କମ୍ ରହିବ ତେବେ ଆକ୍ରାନ୍ତଙ୍କୁ ଆଇସିୟୁ ଆବଶ୍ୟକ ହୋଇପାରେ ବୋଲି କରୋନାର ନୂଆ ଗାଇଡଲାଇନ୍ସରେ କୁହାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
