Advertisment

ପୁଣି ଚିନ୍ତା ବଢ଼ାଇଲା ଭାଇରସ୍‌, ୩ ହଜାର ଟପିଲା ଦୈନିକ ସଂକ୍ରମଣ

ସଂକ୍ରମଣ ବଢୁଥିବା ରାଜ୍ୟଗୁଡିକୁ ସତର୍କ ରହିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Corona

Corona

Advertisment

ପୁଣି ମୁଣ୍ଡ ଟେକିଲାଣି ମହାମାରୀ। କରୋନା ଭୂତାଣୁକୁ ନେଇ ବଢ଼ିଲା ଚିନ୍ତା। ପୁଣି ଥରେ ଦିନକୁ ଦିନ ବଢ଼ିବାରେ ଲାଗିଲାଣି ସଂକ୍ରମିତଙ୍କ ସଂଖ୍ୟ। ଦୈନିକ ସଂକ୍ରମଣ ଏବେ ଉପର ମୁହାଁ ହେବାରେ ଲାଗିଛି। ୪୦ ପ୍ରତିଶତ ବଢ଼ିଗଲାଣି ଦୈନିକ ସଂକ୍ରମଣ। ଏବେ ଦୈନିକ ସଂକ୍ରମଣ ସଂଖ୍ୟା ୩ ହଜାର ଟପିଛି।

Advertisment

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ୩ ହଜାର ୧୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ସକ୍ରିୟ ଆକାନ୍ତଙ୍କ ସଂଖ୍ୟ ମଧ୍ୟ ୧୩ ହଜାର ୫୦୯ ଛୁଇଁଛି। ଲଗାତାର କିଛି ଦିନ ହେଲା ଦୈନିକ ସଂକ୍ରମଣ ହଜାର ଉପରେ ରହୁଥିବା ବେଳେ ଏବେ ଏହା ୩ ହଜାର ଛୁଇଁଛି। ଗତବର୍ଷ ଅକ୍ଟୋବର ୩ ତାରିଖ ପରଠାରୁ ଏତେ ସଂଖ୍ୟକ ସୈନିକ ସଂକ୍ରମଣ ମାମଲା ସାମ୍ନାକୁ ଆସିନଥିଲା। ସଂକ୍ରମଣ ବଢୁଥିବା ରାଜ୍ୟଗୁଡିକୁ ସତର୍କ ରହିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଏପଟେ ରାଜଧାନୀ ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୩୦୦ ମାମଲା ଚିହ୍ନଟ ହୋଇଛି। ଏତେ ସଂଖ୍ୟକ ମାମଲା ସାମ୍ନାକୁ ଆସିବା ପରେ ଜରୁରୀକାଳୀନ ବୈଠକ ଡାକିଛନ୍ତି ଦିଲ୍ଲୀ ସରକାର। ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ୱାଜଙ୍କ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ବୈଠକ ଡକାଇଛନ୍ତି।

Advertisment

ସଂକ୍ରମଣ ବଢୁଥିବାରୁ ସତର୍କ ରହିବାକୁ ବିଶେଷଜ୍ଞ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। ଥଣ୍ଡା, କାଶ ହେଲେ ନିଜର କୋଭିଡ ପରୀକ୍ଷା କରାଇନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ଭିଡ ସ୍ଥାନକୁ ନଯିବାକୁ ପରାମର୍ଶ ଦେବା ସହ ଜନଗହଳୀ ପୂର୍ଣ୍ଣ ସ୍ଥାନକୁ ଗଲେ ମାସ୍କ ପିନ୍ଧିବାକୁ କୁହାଯାଇଛି।

Covid19
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe