Advertisment

ଦୁର୍ନୀତି ବିରୋଧରେ ପ୍ରହାର ପରେ ସବୁ ଦୁର୍ନୀତିଖୋର ଗୋଟିଏ ମଞ୍ଚରେ: ମୋଦି

ରାହୁଲ ଗାନ୍ଧୀ ସାଂସଦ ଭାବେ ଅଯୋଗ୍ୟ ଘୋଷିତ ହେବା ପରେ ମୋଦି ପରୋକ୍ଷରେ କହିଛନ୍ତି, କିଛି ବ୍ୟକ୍ତି କୋର୍ଟଙ୍କ ରାୟକୁ ବି ପ୍ରଶ୍ନ ଉଠାଇବାକୁ ଛାଡୁନାହାନ୍ତି।

author-image
Madhupriya Mistry
undefined

PM Modi

ଦିଲ୍ଲୀ ବିଜେପିର କାର୍ଯ୍ୟାଳୟ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ ପରୋକ୍ଷରେ କଂଗ୍ରେସକୁ ସମାଲୋଚନା କରିଛନ୍ତି। ଆଉ କିଭଳି ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲେ ସବୁ ଦୁର୍ନୀତିଖୋର ଗୋଟିଏ ମଞ୍ଚରେ ଏକାଠି ହେଉଛନ୍ତି ତା’ରା ଉଦାହରଣ ଦେଇ କଂଗ୍ରେସକୁ ସମର୍ଥନ କରି ସୋମବାର ବିଳମ୍ବିତ ରାତିରେ ବିରୋଧୀ ଦଳର ବୈଠକକୁ ସେ କଟାକ୍ଷ କରିଛନ୍ତି।

Advertisment

ରାହୁଲ ଗାନ୍ଧୀ ସାଂସଦ ଭାବେ ଅଯୋଗ୍ୟ ଘୋଷିତ ହେବା ପରେ ମୋଦି ପରୋକ୍ଷରେ କହିଛନ୍ତି, କିଛି ବ୍ୟକ୍ତି କୋର୍ଟଙ୍କ ରାୟକୁ ବି ପ୍ରଶ୍ନ ଉଠାଇବାକୁ ଛାଡୁନାହାନ୍ତି।

ଉଲ୍ଲେଖଯୋଗ୍ୟ, ରାହୁଲ ଗାନ୍ଧୀ ମାନହାନୀ ମାମଲାରେ ଦଣ୍ଡିତ ହୋଇ ସାଂସଦ ପଦ ହରାଇଛନ୍ତି। ଏହପରେ କଂଗ୍ରେସଠୁ ଦୂରେଇ ରହୁଥିବା ଦଳ ଟିଏମସି, ଆମ୍ ଆଦମୀ ପାର୍ଟି, ବିଆରଏସ ଭଳି ଦଳ ମଧ୍ୟ ରାହୁଲ ସାଂସଦ ପଦ ହରାଇବାକୁ ସମାଲୋଚନା କରିଛନ୍ତି। ଆଉ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ନେତୃତ୍ୱରେ ବସିଥିବା ବୈଠକରେ ଯୋଗ ଦେଇଥିଲା। ଏହାକୁ ନେଇ ଏବେ ମୋଦି କହିଛନ୍ତି, ସବୁ ଦୁର୍ନୀତିଖୋର ଏବେ ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି।

Advertisment

ସେ କହିଛନ୍ତି, କଂଗ୍ରେସ ଶାସନ କାଳରେ କିଛି ଲୋକ ବ୍ୟାଙ୍କଗୁଡ଼ିକୁ ଲୁଟ କରିଥିଲେ। ଆଜି ବିଜେପି ସରକାର ଏହି ଲୋକଙ୍କର ପ୍ରାୟ ୨୦ ହଜାର କୋଟି ଟଙ୍କା ସମ୍ପତ୍ତି ଜବତ କରିଛି। ବିଜେପିକୁ ପ୍ରତ୍ୟେକ କ୍ଷେତ୍ରରେ ଦୁର୍ନୀତି ବିରୋଧରେ ଲଢିବାକୁ ପଡ଼ିବ। ଦେଶ ପାଇଁ ଲଢେଇ କରିବ ଏବଂ ଦେଶ ବାହାରେ ଥିବା ଶକ୍ତି ବିରୋଧରେ ଲଢିବ ବୋଲି ସେ କହିଛନ୍ତି।

୧୯୮୪ରେ ବିଜେପିର କେବଳ ୨ ସାଂସଦ ଥିଲେ କିନ୍ତୁ ଏଥିରେ ହତାଶ ନହୋଇ ଆଗେଇ ଚାଲିଛୁ। ଯାହାର ପରିଣାମ ୨୦୧୯ରେ ବିଜେପି ୩୦୩ଟି ଆସନରେ ଏକାକୀ ନିର୍ବାଚନ ଜିତିଛି। 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କଂଗ୍ରେସ ନେତାମାନେ ଏକଦା କହୁଥିଲେ ଯେ ସେମାନେ ଜନ ସଂଘକୁ ଫିଙ୍ଗି ଦେବେ। ଆଜିର କଂଗ୍ରେସ କହୁଛି, ମୋଦି, ଆପଣଙ୍କର କବର ଖୋଳାଯିବ। ଜନସଂଘ ଏବଂ ବିଜେପିକୁ ଧ୍ୱଂସ କରିବାକୁ ଅନେକ ଚେଷ୍ଟା କରାଯାଇଥିଲା, କିନ୍ତୁ ସେମାନେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ।

ଆଜି ବିଜେପି କେବଳ ଦୁନିଆର ସବୁଠୁ ବଡ ଦଳ ନୁହେଁ, ବରଂ ବିଜେପି ହେଉଛି ଭାରତର ସବୁଠୁ ଭବିଷ୍ୟତବାଦୀ ଦଳ। ଆମର କେବଳ ଗୋଟିଏ ଲକ୍ଷ୍ୟ ଅଛି। ଭବିଷ୍ୟତର ଏକ ଆଧୁନିକ ଏବଂ ବିକଶିତ ଭାରତ ଗଠନ କରିବା।

ବିଜେପି କେବଳ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ଏବଂ ଜିତିବାରେ ସୀମିତ ନୁହେଁ। ବିଜେପି ହେଉଛି ଏକ ବ୍ୟବସ୍ଥା, ବିଜେପି ହେଉଛି ଏକ ଧାରଣା, ବିଜେପି ହେଉଛି ଏକ ସଂଗଠନ, ବିଜେପି ହେଉଛି ଏକ ଆନ୍ଦୋଳନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Bjp Congress PM Modi