Advertisment

ମୋମୋ ପାଇଁ ଘରେ ବୁଲିଲା କଳାକନା

ନାବାଳକଙ୍କ ବାପା ବିମଲେଶ ମିଶ୍ରଙ୍କ କହିବା ମୁତାବକ, ପୁଅ ମୋମୋ ଖାଇବାକୁ ବହୁତ ପସନ୍ଦ କରେ। ଏହି ଦୁର୍ବଳତାର ସୁଯୋଗ ନେଇ ଡୁମରି ଛକରେ ଏକ ମୋମୋ ଷ୍ଟଲ୍ ଚଳାଉଥିବା ତିନି ଜଣ ଯୁବକ ତାକୁ ଫସାଇ ଦେଇଥିଲେ।

author-image
OR Desk
Momo

ଆଜିକାଲି ଜଙ୍କ୍ ଫୁଡ୍ ପାଗଳ ଜେନ୍-ଜି ପିଲାଙ୍କର ଅଭାବ ନାହିଁ। ବିଶେଷକରି ମୋମୋ ଖାଇବାକୁ ପିଲାଏ ପାଗଳ। କିଏ କିଏ କୁହନ୍ତି ଏହା ହେଉଛି ଆମ ଓଡ଼ିଆ ଘରର ସିଝା ମଣ୍ଡା ପିଠା ଜୀତାୟ ଖାଦ୍ୟ। କିନ୍ତୁ ମଣ୍ଡା ପିଠା କଥା ପଡ଼ିଲେ ଆଜିକାଲିର ଯୁବପିଢି ନାକ ଟେକନ୍ତି। ଆଚ୍ଛା କହିଲେ ଆପଣଙ୍କ ଏରିଆରେ ଗୋଟିଏ ପ୍ଲେଟ ମୋମୋର ଦାମ କେତେ? ୩୦ ଟଙ୍କା କିମ୍ବା ୪୦ ଟଙ୍କା ହେଇଥିବ। ନହେଲେ ଅତି ବେଶିରେ ୫୦ ଟଙ୍କା। ହେଲେ ଯଦି ଆପଣଙ୍କୁ କୁହାଯିବ ଯେ, ମୋମୋର ଦାମ୍ ୮୫ ଲକ୍ଷ ଟଙ୍କା, ତେବେ ଆପଣଙ୍କ ଚେତା ବୁଡ଼ିଯିବା ନିଶ୍ଚିତ।

Advertisment

କିନ୍ତୁ ଉତ୍ତର ପ୍ରଦେଶର ଦେବରିଆ ଜିଲ୍ଲାର ଜଣେ ନାବାଳକର ମୋମୋ ସୌକ କଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ନହୋଇ ରହିପାରିବେ ନାହିଁ। ମିଳିଥିବା ଖବର ଅନୁଯାୟୀ, ପିଲାଟି କାଳେ ୮୫ ଲକ୍ଷ ଟଙ୍କା ଦେଇ ମୋମୋ ଖାଇଛି।ରିପୋର୍ଟ ମୁତାବକ, ଏହି ୧୪ ବର୍ଷୀୟ ପିଲାଟି ମୋମୋ ଖାଇବା ପାଇଁ ନିଜ ଘରେ ହିଁ ବୁଲାଇ ଦେଇଛି କଳାକନା। ଘରୁ ୮୫ ଲକ୍ଷ ଟଙ୍କାର ସୁନା ଗହଣା ଚୋରି କରି ମୋମୋ ଦୋକାନୀକୁ ଦେଇଦେଇଥିଲା। 

ନାବାଳକଙ୍କ ବାପା ବିମଲେଶ ମିଶ୍ରଙ୍କ କହିବା ମୁତାବକ, ପୁଅ ମୋମୋ ଖାଇବାକୁ ବହୁତ ପସନ୍ଦ କରେ। ଏହି ଦୁର୍ବଳତାର ସୁଯୋଗ ନେଇ ଡୁମରି ଛକରେ ଏକ ମୋମୋ ଷ୍ଟଲ୍ ଚଳାଉଥିବା ତିନି ଜଣ ଯୁବକ ତାକୁ ଫସାଇ ଦେଇଥିଲେ। ତାକୁ କହିଥିଲେ, ତୁ ଯଦି ଘରୁ ସୁନା ଗହଣା ଆଣି ଆମକୁ ଦବୁ, ତେବେ ଫ୍ରୀରେ ମୋମୋ ଦିଆଯିବ। ତାଙ୍କ କଥାରେ ପଡ଼ି ପିଲାଟି ଘରୁ ୮୫ ଲକ୍ଷ ଟଙ୍କାର ସୁନା ଗହଣା ଚୋରି କରି ମୋମୋ ଦୋକାନୀଙ୍କୁ ଦେଇଦେଇଥିଲା। ପରିବାର ଲୋକ ଏକଥା ଜାଣିବା ପରେ ତାଙ୍କ ମୁଣ୍ଡରେ ଚଡ଼କ ପଡ଼ିଥିଲା। ପରେ ଏ ସମ୍ପର୍କରେ ପରିବାର ଲୋକେ ରାମପୁର ପୋଲିସ ଷ୍ଟେସନରେ ସେଇ ତିନି ଜଣ ମୋମୋ ଦୋକାନୀଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଛନ୍ତି।

Advertisment