Advertisment

ଦେଶ ପାଳୁଛି ପ୍ରଥମ ଜାତୀୟ ମହାକାଶ ଦିବସ, ବର୍ଷେ ତଳେ ଜହ୍ନରେ ଓହ୍ଲାଇଥିଲା ଚନ୍ଦ୍ରଯାନ-୩

ଗତବର୍ଷ ଆଜିର ଦିନରେ ଜହ୍ନ ରାଇଜରେ ଓହ୍ଲାଇଥିଲା ଚନ୍ଦ୍ରଯାନ-୩। ଭାରତର ତୃତୀୟ ମୁନ୍ ମିଶନକୁ ମିଳିଥିଲା ଐତିହାସିକ ସଫଳତା।

National Space Day

National Space Day

Advertisment

ଆଜି ସାରା ଦେଶ ପାଳୁଛି ପ୍ରଥମ ଜାତୀୟ ମହାକାଶ ଦିବସ। ଗତବର୍ଷ ଆଜିର ଦିନରେ ଜହ୍ନ ରାଇଜରେ ଓହ୍ଲାଇଥିଲା ଚନ୍ଦ୍ରଯାନ-୩। ଭାରତର ତୃତୀୟ ମୁନ୍ ମିଶନକୁ ମିଳିଥିଲା ଐତିହାସିକ ସଫଳତା।

Advertisment

ଚନ୍ଦ୍ର ଦକ୍ଷିଣ ମେରୁର ଶିବଶକ୍ତି ପଏଣ୍ଟରେ ସଫ୍ଟଲ୍ୟାଣ୍ଡିଂ କରିଥିଲା ଲ୍ୟାଣ୍ଡର ବିକ୍ରମ ଏବଂ ଜହ୍ନରାଇଜରେ ବିଚରଣ କରିଥିଲା ରୋଭର୍ ପ୍ରଜ୍ଞାନ। ଏହି ସଫଳତାର ସ୍ମୃତିକୁ ଉଜ୍ଜୀବିତ ରଖିବାକୁ ପ୍ରତିବର୍ଷ ଅଗଷ୍ଟ ୨୩କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ମହାକାଶ ଦିବସ ଭାବେ ଘୋଷଣା କରିଥିବା ବେଳେ, ଚଳିତବର୍ଷ ପାଳନ ହେଉଛି ପ୍ରଥମ ନ୍ୟାସନାଲ ସ୍ପେଶ୍ ଡେ। ଚଳିତବର୍ଷର ଥିମ୍ ରହିଛି- "Touching Lives while Touching the Moon: India's Space Saga." ।

ଏହି ଉପଲକ୍ଷେ ପ୍ରାୟ ମାସେ ଧରି ଦେଶର ବିଭିନ୍ନ ସ୍ଥାନରେ ଇସ୍ରୋ ସହଭାଗିତାରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ବେଳେ, ଆଜି ଦିଲ୍ଲୀସ୍ଥିତ ଭାରତ ମଣ୍ଡପମରେ ଆୟୋଜିତ ହେବ ବର୍ଣ୍ଣାଢ୍ୟ ଉତ୍ସବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଉପସ୍ଥିତ ରହିବେ ଇସ୍ରୋ ଅଧ୍ୟକ୍ଷ ଏସ୍. ସୋମନାଥଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି। ପ୍ରଦର୍ଶନୀ, ପୁରସ୍କାର ପ୍ରଦାନ ଉତ୍ସବ, ଆଲୋଚନା ଚକ୍ର, ଚନ୍ଦ୍ରୟାନ-୩ ଫିଲ୍ମ ପ୍ରଦର୍ଶନ ଆଦି ଆୟୋଜିତ ହେବ ଏହି ଅବସରରେ ।

Advertisment
Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe