Advertisment

ଖଡ଼ଗେଙ୍କ ବିଷାକ୍ତ ସାପ ମନ୍ତବ୍ୟ ପରେ ବିଜେପି କହିଲା- ସୋନିଆ ହେଉଛନ୍ତି ବିଷ କନ୍ୟା

ବିଜେପି ବିଧାୟକ ବାସନ ଗୌଡ଼ା ଆଜି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ‘ବିଷ କନ୍ୟା’ ବୋଲି ସମ୍ବୋଧନ କରିଛନ୍ତି।

BJP & Congress

BJP & Congress

Advertisment

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବିଜେପି- କଂଗ୍ରେସ ମଧ୍ୟରେ ବାକ୍‌ ଯୁଦ୍ଧ ତୀବ୍ରତର ହେବାରେ ଲାଗିଛି। ଉଭୟ ଦଳର ନେତା ପରସ୍ପର ବିରୋଧରେ ଭାଷଣବାଜି କରିବାର ମଉକାକୁ ହାତ ଛଡ଼ା କରୁ ନାହାନ୍ତି। ଗତକାଲି ଏକ ନିର୍ବାଚନ ରାଲିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ‘ବିଷାକ୍ତ ସାପ’ କହିଥିଲେ। ଏଥିରେ ରାଗି ନିଆଁ ବାଣ ହୋଇ ଯାଇଥିବା ଜଣେ ବିଜେପି ବିଧାୟକ ଆଜି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ‘ବିଷ କନ୍ୟା’ ବୋଲି ସମ୍ବୋଧନ କରିଛନ୍ତି। ଏହାକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି।

Advertisment

ଆସନ୍ତା ୧୦ ତାରିଖରେ କର୍ଣ୍ଣାଟକରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ବିଜେପି ବିଧାୟକ ବାସନ ଗୌଡ଼ା କୌପ୍ପଲରେ ଆଜି ଏକ ଜନସଭାକୁ ସମ୍ବୋଧନ କରୁଥିଲେ। ଏହି ସମୟରେ ସେ ସୋନିଆ ଗାନ୍ଧିଙ୍କୁ ବିଷ କନ୍ୟା ବୋଲି ସମ୍ବୋଧନ କରିବାକୁ ପଛାଇ ନାହାନ୍ତି।

ଏ ନେଇ ସେ କହିଛନ୍ତି, ସମଗ୍ର ବିଶ୍ୱ ମୋଦିଙ୍କୁ ସମ୍ମାନ ଦେଉଛି। ଯେଉଁ ଆମେରିକା ଦିନେ ମୋଦିଙ୍କୁ ଭିସା ଦେବାକୁ ମନା କରିଥିଲା, ପରେ ସେ ତାଙ୍କ ସମ୍ମାନରେ ରେଡ କାର୍ପେଟ ବିଛାଇ ଦେଇଥିଲା।

Advertisment

ହେଲେ ଏବେ ଖଡଗେ ମୋଦିଙ୍କୁ କୋବ୍ରା ସାପ ସହ ତୁଳନା କରୁଛନ୍ତି ଓ ସେ ବିଷ ବାହାର କରିବେ ବୋଲି କହୁଛନ୍ତି। କିନ୍ତୁ ଯେଉଁ ପାର୍ଟିରେ ଆପଣ ନାଚୁଛନ୍ତି, ସେ ପାର୍ଟିର ସୋନିଆ ଗାନ୍ଧି ବିଷ କନ୍ୟା ନୁହନ୍ତି କି? ଚୀନ୍‌ ଓ ପାକିସ୍ତାନ ସହ ସେ ଏଜେଣ୍ଟ ରୂପେ କାମ କରୁ ନ ଥିଲେ କି?

ସୂଚନାଯୋଗ୍ୟ, ଗତକାଲି ଖଡଗେ କର୍ଣ୍ଣାଟକରେ ଏକ ଜନସଭାକୁ ସମ୍ବୋଧନ କରି କହିଥିଲେ, ମୋଦି ବିଷାକ୍ତ ସାପ ଭଳି। ଆପଣ ଏହାକୁ ବିଷ ଭାବନ୍ତୁ କି ନ ଭାବନ୍ତୁ, କିନ୍ତୁ ଆପଣ ଏହାକୁ ଚାଟିବା ମାତ୍ରେ ମରିଯିବେ। ଆପଣ ଭାବିପାରନ୍ତି ଯେ କ’ଣ ଏହା ସତରେ ବିଷ? ମୋଦି ଜଣେ ଭଲ ଲୋକ। ସେ ଯାହା ଦେଇଛନ୍ତି, ସେଗୁଡ଼ିକୁ ଆମେ ଦେଖିବା। ଆପଣ ତା’କୁ ଯେମିତି ଚାଟିଦେବେ ସେମିତି ପୂରା ଶୋଇଯିବେ।”

ବିଜେପି ଏହାର ତୀବ୍ର ସମାଲୋଚନା କରିବା ସହ ଖାଡଗେଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛି। ଏହାକୁ ନେଇ ବିବାଦ ତୀବ୍ରତର ହେବାକୁ ଲାଗୁଥିବା ବେଳେ ଖଡଗେ ନିଜ ସଫେଇରେ କହିଛନ୍ତି, ବିଜେପି ସବୁବେଳେ ବିଭାଜନକାରୀ ଭାଷଣ ଦେବା ସହ ଗରୀବ ତଥା ଦଳିତଙ୍କ ପ୍ରତି ଅସହିଷ୍ଣୁ ଭାବନା ପ୍ରକଟ କରିଥାଏ। ମୁଁ ଏହି ଅସହିଷ୍ଣୁ ଭାବନା ସମ୍ବଳିତ ରାଜନୀତିକୁ ସମାଲୋଚନା କରିଛି। ମୁଁ ବ୍ୟକ୍ତିଗତ ଭାବେ ମୋଦିଙ୍କୁ ଟାର୍ଗେଟ କରି ଏପରି କହିନି। ତାଙ୍କ ବିଚାରଧାରା ସାପ ଭଳି ବୋଲି ମୁଁ କହିଛି। ଯଦି ଆପଣ ତାହାକୁ ଚାଟିବାକୁ ବା ଚାଖିବାକୁ ଚେଷ୍ଟା କରିବେ ମୃତ୍ୟୁ ସୁନିଶ୍ଚିତ।

Bjp PM Modi Sonia Gandhi Congress Karnataka
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe