Advertisment

Killer Couple: ଡେଲିଭରୀ ଏଜେଣ୍ଟଙ୍କୁ କାର୍‌ ଚଢ଼ାଇ ମାରିଦେଲେ ଦମ୍ପତି

ରାତି ପ୍ରାୟ ୧୧.୩୦ରେ କାରଟି ଦ୍ରୁତଗତିରେ ଆସି ଦର୍ଶନ ଚଳାଉଥିବା ବାଇକୁ ଧକ୍କା ଦେଇଥିଲା। ଧକ୍କା ହେବା ପରେ କାର ଚାଲକ ସେଠାରେ ନ ଅଟକି ଦର୍ଶନଙ୍କ ଉପରେ ଗାଡ଼ି ଚଢ଼ାଇ ଚାଲି ଯାଇଥିଲେ।

author-image
Hemant Lenka
Killer

ଆରତୀ, ମନୋଜ ଓ ଦର୍ଶନ

ସାମାନ୍ୟ ଘଟଣାରୁ ଭୟଙ୍କର ହତ୍ୟାକାଣ୍ଡ ଘଟାଇଛନ୍ତି ଜଣେ ଦମ୍ପତି। ଜଣେ ଯୁବ ଡେଲିଭରୀ ଏଜେଣ୍ଟଙ୍କୁ ଦମ୍ପତି କାର୍‌ ଚଢ଼ାଇ ହତ୍ୟା କରିବା ପରେ ଏହାକୁ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରିଛନ୍ତି। ହେଲେ ଦକ୍ଷିଣ ବେଙ୍ଗାଲୁରୁ(Bengaluru) ପୁଲିସ୍‌ ପୂରା ଘଟଣା ଉପରକୁ ପରଦା ହଟାଇ ଦମ୍ପତିଙ୍କୁ ଗିରଫ କରିଛି। 

Advertisment

ହତ୍ୟାକାଣ୍ଡ ଅକ୍ଟୋବର ୨୫ରେ ଘଟିଥିଲା। ଡିଲେଭରୀ ଏଜେଣ୍ଟ ଦର୍ଶନ ଓ ତାଙ୍କ ବନ୍ଧୁ ବରୁଣ ବାଇକରେ ଯାଉଥିବା ବେଳେ ପଛ ପଟୁ ଗୋଟିଏ କାର ସେମାନଙ୍କ ଗାଡ଼ିକୁ ଧକ୍କା ଦେଇଥିଲା। ଶ୍ରୀ ରାମ ମନ୍ଦିର ଅଞ୍ଚଳରେ ଘଟିଥିବା ଏହି ଘଟଣାରେ ଦର୍ଶନ ପ୍ରାଣ ହରାଇଥିଲେ ଓ ବରୁଣ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ରାତି ପ୍ରାୟ ୧୧.୩୦ରେ କାରଟି ଦ୍ରୁତଗତିରେ ଆସି ଦର୍ଶନ ଚଳାଉଥିବା ବାଇକୁ ଧକ୍କା ଦେଇଥିଲା। ଧକ୍କା ହେବା ପରେ କାର ଚାଲକ ସେଠାରେ ନ ଅଟକି ଦର୍ଶନଙ୍କ ଉପରେ ଗାଡ଼ି ଚଢ଼ାଇ ଚାଲି ଯାଇଥିଲେ। ଏଥିଯୋଗୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ବାଇକର ପଛ ପଟେ ବସିଥିବା ବରୁଣ ଗୁରୁତର ଆହତ ହୋଇଥିଲେ। 

Advertisment

ପ୍ରଥମେ ଏହାକୁ ସାଧାରଣ ଦୁର୍ଘଟଣା ଭାବେ ବିବେଚନା କରିଥିବା ଜେପି ନଗର ଟ୍ରାଫିକ ପୁଲିସ୍‌। କିନ୍ତୁ ସିସିଟିଭି ଯାଞ୍ଚ କରାଯିବା ବେଳେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଥିଲା। କାର ଚାଳକ ଜାଣିଶୁଣି ଦର୍ଶନ ଓ ବରୁଣଙ୍କ ବାଇକୁ ପିଛା କରିବା ସହ ସେମାନଙ୍କୁ ପଛ ପଟୁ ଧକ୍କା ଦେଇଥିବା ପୁଲିସ୍‌ ଜାଣିବାକୁ ପାଇଥିଲା। 

ଡିସିପି(ଦକ୍ଷିଣ) ଲୋକେଶ ଜଗାଲାସୁରଙ୍କ କହିବା କଥା ଯେ ଘଟଣା ପୂର୍ବରୁ ଦର୍ଶନଙ୍କ ବାଇକ ଭୁଲବଶତଃ କାରରେ ଘସି ହୋଇ ଯାଇଥିଲା। ଏଥିଯୋଗୁ କାରର ସାଇଡ ଦର୍ପଣ ଭାଙ୍ଗି ଯାଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ କାର ଚାଳକ(Killers) ତାଙ୍କ ଗାଡ଼ିକୁ ବୁଲାଇବା ସହ ବାଇକକୁ ଜାଣିଶୁଣି ପଛ ପଟୁ ଧକ୍କା ଦେଇଥିଲେ। ଏହି ଘଟଣାରେ ଅଭିଯୁକ୍ତ ମନୋଜ ଶର୍ମା ଓ ତାଙ୍କ ପତ୍ନୀ ଆରତୀଙ୍କୁ ଗିରଫ କରାଯାଇଛି।

ଘଟଣା ବେଳେ ଉଭୟ କାର ଭିତରେ ରହିଥିଲେ। ନିଜେ ମନୋଜ କାର ଚଳାଉଥିଲେ। ପୂରା ଘଟଣା ଘଟାଇବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ଉଭୟ ମାସ୍କ ପିନ୍ଧି ଘଟଣା ସ୍ଥଳକୁ ଆସିବା ସହ ଭାଙ୍ଗି ଯାଇଥିବା କାରର ଅଂଶଗୁଡ଼ିକୁ ସଂଗ୍ରହ କରି ନେଇ ଯାଇଥିଲେ। 

ଏସବୁ ତଥ୍ୟ ସାମ୍ନାକୁ ଆସିବା ପରେ ହତ୍ୟା ମାମଲା ରୁଜୁ କରାଯାଇଛି। ସେହିପରି ପ୍ରମାଣ ନଷ୍ଟ ଭଳି ସାଂଘାତିକ ଦଫା ମଧ୍ୟ ଦମ୍ପତିଙ୍କ ବିରୋଧରେ ଲଗା ଯାଇଥିବା ଲୋକେଶ ସୂଚନା ଦେଇଛନ୍ତି। 

Bengaluru Killers