Advertisment

ପ୍ରସବ ଯନ୍ତ୍ରଣା ପରେ ହସ୍ପିଟାଲ ଯାଉଥିଲେ, ଅଧା ବାଟରେ ଜୀବନ୍ତ ଦଗ୍ଧ ହୋଇଗଲେ ଦମ୍ପତି

ଜଣେ ଗର୍ଭବତୀ ପ୍ରସବ ଯନ୍ତ୍ରଣା ପରେ ସ୍ୱାମୀଙ୍କ ସହ କାର୍‌ରେ ହସ୍ପିଟାଲ ଯାଉଥିଲେ। କିନ୍ତୁ ଅଧା ରାସ୍ତାରେ ହିଁ ଉଭୟ କାର୍‌ ଭିତରେ ଜୀବନ୍ତ ଦଗ୍ଧ ହୋଇ ପ୍ରାଣ ହରାଇଛନ୍ତି।

author-image
Hemant Lenka
car

Car

ଅତ୍ୟନ୍ତ ଦୁଃଖଦ ଓ ଲୋମହର୍ଷକାରୀ ଘଟଣା ସାମ୍ନାକୁ ଆସିଛି। ଜଣେ ଗର୍ଭବତୀ ପ୍ରସବ ଯନ୍ତ୍ରଣା ପରେ ସ୍ୱାମୀଙ୍କ ସହ କାର୍‌ରେ ହସ୍ପିଟାଲ ଯାଉଥିଲେ। କିନ୍ତୁ ଅଧା ରାସ୍ତାରେ ହିଁ ଉଭୟ କାର୍‌ ଭିତରେ ଜୀବନ୍ତ ଦଗ୍ଧ ହୋଇ ପ୍ରାଣ ହରାଇଛନ୍ତି। କେରଳର କନ୍ନୁର ଜିଲ୍ଲାରେ ଆଜି ସକାଳେ ଏପରି ଘଟଣା ଘଟିଛି।

Advertisment

୨୬ ବର୍ଷୀୟ ରୀଶା ଆଜି ସକାଳେ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ। ଏଥିପାଇଁ ତାଙ୍କୁ କାର୍‌ରେ ଧରି ୩୫ ବର୍ଷୀୟ ସ୍ୱାମୀ ପ୍ରୀଜିତ ସ୍ଥାନୀୟ ଜିଲ୍ଲା ହସ୍ପିଟାଲକୁ ନେଉଥିଲେ। କାର୍‌ରେ ଦମ୍ପତିଙ୍କୁ ମିଶାଇ ମୋଟ ୬ ଜଣ ଥିଲେ। ରୀଶା ଓ ପ୍ରୀଜିତ କାର୍‌ ଆଗରେ ବସିଥିବା ଜଣେ ଛୋଟ ପିଲାକୁ ମିଶାଇ ୪ ଜଣ ବ୍ୟାକ୍‌ ସିଟ୍‌ରେ ବସିଥିଲେ।

ତେବେ କାର ଚାଲୁଥିବା ବେଳେ ହଠାତ୍‌ ଏଥିରେ ନିଆଁ ଲାଗି ଯାଇଥିଲା। ବ୍ୟାକ୍‌ ସିଟ୍‌ରେ ବସିଥିବା ୪ ଜଣ ସୁରକ୍ଷିତ ଭାବେ ବାହାରକୁ ଚାଲି ଆସିଥିଲେ ହେଁ ଦମ୍ପତି ଆଉ ବାହାରି ପାରି ନଥିଲେ। ସେମାନଙ୍କ ଡୋର୍‌ ମଧ୍ୟ ଲକ୍‌ ହୋଇଯାଇଥିଲା। ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚିଲା ବେଳକୁ ସେମାନେ ନିଆଁରେ ପୋଡ଼ି ହୋଇ ପ୍ରାଣ ହରାଇ ସାରିଥିଲେ।

Advertisment

ସେହିପରି ଉଦ୍ଧାରକାରୀ ଦଳ ଆସିବା ପୂର୍ବରୁ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ଦମ୍ପତିଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ତେବେ ସେମାନେ ମଧ୍ୟ ଫେଲ ମାରିଥିଲେ। ଜଣେ ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି, “ଆମେ ସବୁ କିଛି ଦେଖି ବି କିଛି କରିପାରି ନଥିଲୁ। କାର୍‌ର ଆଗ ପାର୍ଶ୍ୱରେ ହଠାତ୍‌ ନିଆଁ ଲାଗିବା ସହ ସବୁ କିଛି ଶେଷ କରି ଦେଇଛି। କାର୍‌ରେ ଥିବା ତେଲ ଟାଙ୍କି କାଳେ ବିସ୍ଫୋରଣ ହେବ, ସେଥିପାଇଁ ଭୟର କେହି ଗାଡ଼ି ପାଖକୁ ଯିବାକୁ ସାହାସ କରି ନଥିଲେ।”

ତେବେ କାର୍‌ରେ କେମିତି ନିଆଁ ଲାଗିଲା, ସେକଥା ଏଯାଏ ଜଣାପଡ଼ିନି।

Fire Mishap