Advertisment

କିନ୍ନରଙ୍କୁ ପ୍ରେମ ବିବାହ କରିବାକୁ ନିଷ୍ପତ୍ତି ନେଲା ପୁଅ, ଜୀବନ ହାରିଦେଲେ ବାପା-ମା’

ଘରର ଏକମାତ୍ର ପୁଅର ଏପରି କିନ୍ନର ପ୍ରେମକୁ ବାପା ମା’ ବିରୋଧ କରିଥିଲେ। ସେମାନେ ପୁଅକୁ ବୁଝାସୁଝା ମଧ୍ୟ କରିଥିଲେ।

Andhra Couple Dies By Suicide

Andhra Couple Dies By Suicide

Advertisment

ବୟସ ୨୪। ବାପା-ମା’ଙ୍କ ଗୋଟିଏ ବୋଲି ପୁଅ। ବି-ଟେକ ପାଠ ମଧ୍ୟ ପଢ଼ିଛି। ପାଠପଢ଼ା ପରେ ସେ ଅଟୋରିକ୍ସା ଡ୍ରାଇଭର ଭାବେ କାମ କରୁଥିଲା। ହେଲେ ଯୁବକ ଜଣକ ଏସବୁ ଭିତରେ ଜଣେ କିନ୍ନରଙ୍କ ପ୍ରେମ ପଡ଼ିଥିଲା।

Advertisment

ଏପରି କି ତାଙ୍କୁ ବାହା ହେବାକୁ ନିଷ୍ପତ୍ତି ମଧ୍ୟ ନେଇଥିଲା। ଘରର ଏକମାତ୍ର ପୁଅର ଏପରି କିନ୍ନର ପ୍ରେମକୁ ବାପା ମା’ ବିରୋଧ କରିଥିଲେ। ସେମାନେ ପୁଅକୁ ବୁଝାସୁଝା ମଧ୍ୟ କରିଥିଲେ। କିନ୍ତୁ ଜିଦିଆ ପୁଅ କିଛି ବି ଶୁଣି ନଥିଲା। ସେ ଭଲ ପାଉଥିବା କିନ୍ନରଙ୍କୁ ବିବାହ କରିବ ବୋଲି ନିଷ୍ପତ୍ତି ନେଇଥିଲା।

ବାସ୍‌ ଏଥିରେ ହତାଶ ହୋଇ ଓ ଲୋକଲଜ୍ଜା ସହି ନପାରି ମଧ୍ୟବୟସ୍କ ବାପା ମା’ ଜୀବନ ହାରିବା ଭଳି ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି। ଆନ୍ଧ୍ର ପ୍ରଦେଶର ନନ୍ଦୟାଲ ଜିଲ୍ଲାରୁ ଏପରି ଘଟଣା ସାମ୍ନାକୁ ଆସିଛି।

Advertisment

ନନ୍ଦୟାଲ ସବ ଡିଭିଜନନାଲ ପୁଲିସ୍‌ ଅଫିସର ପି ଶ୍ରୀନିବାସ ରେଡ୍ଡୀ କହିଛନ୍ତି ଯେ ୪୫ ବର୍ଷୀୟ ସୁବ୍ବା ରାୟୁଡୁ ଓ ତାଙ୍କ ୩୮ ବର୍ଷୀୟ ପତ୍ନୀ ସରସ୍ୱତୀ ଜୀବନ ହାରିଛନ୍ତି। ମାସେ ହେଲାଣି ପୁଅ ସୁନୀଲ କୁମାର ପ୍ରେମ ସମ୍ପର୍କକୁ ନେଇ ପରିବାରରେ ଅଶାନ୍ତି ଲାଗି ରହିଥିଲା। ସୁନୀଲ କୁମାର ବିଗତ ୩ ବର୍ଷ ହେଲାଣି ସ୍ଥାନୀୟ ତୃତୀୟ ଲିଙ୍ଗ ସଂପ୍ରଦାୟ ସହ ଜଡ଼ିତ ରହିଥିଲା। ଏହାକୁ ପରିବାର ଲୋକ ବିରୋଧ କରୁଥିଲେ।

କୁମାର ସେଠାରେ ଜଣେ କିନ୍ନରଙ୍କ ପ୍ରେମ ପଡ଼ିଥିଲା। ପରିବାର ଲୋକ ତା’ ବାହାଘର ପାଇଁ ଜଣେ ଯୁବତୀଙ୍କୁ ଠିକ କରିଥିଲେ ହେଁ ସେ ରାଜି ହୋଇ ନଥିଲା। ସେ ଭଲ ପାଉଥିବା କିନ୍ନରଙ୍କୁ ବିବାହ କରି ରହିବେ ବୋଲି ଜିଦ୍‌ କରିଥିଲା। ଦିନକୁ ଦିନ ତାଙ୍କ ଜିଦ ବଢ଼ୁଥିବା ବେଳେ ଏହାକୁ ନେଇ ପରିବାରରେ ଝଗଡ଼ା ହେଉଥିଲା।

ଏହି ଘଟଣାକୁ ନେଇ ସୁନୀଲ କୁମାର ମଧ୍ୟ ପୂର୍ବରୁ ଗୋଟିଏ ଥର ଆତ୍ମହତ୍ୟା ଉଦ୍ୟମ କରିଥିଲା। ଏହାକୁ ନେଇ ପରିବାର ଲୋକ ମାନସିକ ଚାପରେ ରହିଥିଲେ। ତଦନ୍ତରୁ ଜଣାପଡ଼ିଛି ଯେ ସୁନୀଲ କୁମାର କିନ୍ନରମାନଙ୍କ ଠାରୁ ପ୍ରାୟ ୧.୫ ଲକ୍ଷ ଟଙ୍କା ଋଣ ଆଣିଥିଲେ। କିଛି ଦିନ ତଳେ ଏକାଧିକ କିନ୍ନର ଏହି ଟଙ୍କା ମାଗିବା ପାଇଁ ସୁବ୍ବା ରାୟୁଡୁଙ୍କ ଘରେ ପହଞ୍ଚିଥିଲେ। ସେମାନେ ବାପା ସୁବ୍ବା ଓ ସରସ୍ୱତୀଙ୍କୁ ସର୍ବସମ୍ମୁଖରେ ଅପମାନିତ କରିଥିଲେ। 

ଏହି ଆର୍ଥିକ ବିବାଦ ଓ ଲୋକଲଜ୍ଜା କାରଣରୁ ସୁବ୍ବା ରେଡ୍ଡୀ ଓ ତାଙ୍କ ପତ୍ନୀ ସରସ୍ୱତୀ ଜୀବନ ହାରିଥିବା କୁହାଯାଉଛି। ତଥାପି ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Andhra Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe