ଦୁଇ ମହଲା କୋଠାରେ ନିଆଁ ଲାଗି ସ୍ୱାମୀ-ସ୍ତ୍ରୀ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ଏଥିସହ ୧୮ ବର୍ଷର ଜଣେ ଝିଅ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।
ସୂଚନା ଅନୁସାରେ, ଏହି ଦୁଃଖଦ ଘଟଣା ତେଲାଙ୍ଗାନାର ହାଇଦ୍ରାବାଦରେ ଘଟିଛି। ଗତକାଲି ରାତି ପ୍ରାୟ ୧୧ଟା ସମୟରେ ୟାକୁଟପୁରା ରେଳ ଷ୍ଟେସନ ନିକଟ ପୂର୍ବ ଚନ୍ଦ୍ର ନଗରର ଥିବା ଏକ ଦୁଇ ମହଲା କୋଠାରେ ନିଆଁ ଲାଗି ଯାଇଥିଲା। ପ୍ରଥମ ମହଲାରେ ରୋଷେଇ ହେଉଥିବା ସମୟରେ ନିଆଁ ଲାଗିଥିଲା।
Also Read
ସେହି ମହଲାରେ ବାଣ ଏବଂ କଟନ୍ (ସୂତା) ବାକ୍ସ ଥିବାରୁ ତତକ୍ଷଣାତ ଚାରି ଆଡ଼କୁ ନିଆଁ ବ୍ୟାପି ଯାଇଥିଲା। ଖବର ପାଇ ଦମକଳବାହିନ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏକ ଦମ୍ପତି ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି।
ମୃତକମାନେ ହେଉଛନ୍ତି- ଉଶାରନୋ (୫୦) ଏବଂ ମୋହଲ ଲାଲ (୫୮)। ଏଥିସହ ଗୁରୁତର ଆହତ ହୋଇଥିବା ୧୮ ବର୍ଷୀୟ ଝିଅ ହେଉଛନ୍ତି ଶ୍ରୁତି। ତାଙ୍କୁ ଓସମାନିଆ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Guest Column
କଂଗ୍ରେସ ପାଇଁ ସଂଗଠନ ଚାଲେଞ୍ଜ
କଂଗ୍ରେସ ଏବେ ଠାରୁ କେଉଁ ରାସ୍ତାରେ ଯିବ ସେଥିପାଇଁ ଗୁଜୁରାଟ ଅଧିବେଶନର ବାର୍ତ୍ତା ଭାବରେ ନ୍ୟାୟପଥ: ସଂକଳ୍ପ, ସମର୍ପଣ ଓ ସଂଘର୍ଷ ରଖାଯାଇଛି। ଆଉ ରାଜ୍ୟ ମୁଖ୍ୟଙ୍କ ଉପରେ ପୂରା ଦାୟିତ୍ୱ ନଦେଇ ଜିଲ୍ଲା କଂଗ୍ରେସ ସଂଗଠନକୁ କ୍ଷମତାଶାଳୀ କରିବା ଦିଗରେ ସାଙ୍ଗଠନିକ ପ୍ରସ୍ତାବ ଗୃହୀତ ହେବା କଂଗ୍ରେସକୁ କେତେଦୂର ବଂଚାଇବ ସେଥିପାଇଁ ଅପେକ୍ଷା କରିବାକୁ ପଡ଼ିବ।

National
ଏକାଠି ହେବେ ହାତୀ ଓ ଡ୍ରାଗନ! ଭାରତ ଶରଣକୁ କାହିଁକି ଆସିଲା ଚାଇନା?
ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଚାଇନା ଉପରେ ଲଗାଇଥିବା ଟାରିଫ ସବୁ ରେକର୍ଡ ଭାଙ୍ଗି ଦେଇଛି। ଏବେ ଚାଇନା ପକ୍ଷରୁ ଆମେରିକାକୁ ରପ୍ତାନୀ ହେଉଥିବା ବସ୍ତୁ ଉପରେ ୧୦୪% ଟିକସ ଲାଗିବ।

Business
ରେପୋ ରେଟ୍କୁ ଦ୍ୱିତୀୟ ଥର ପାଇଁ ହ୍ରାସ କଲା RBI, ସାଧାରଣ ଲୋକଙ୍କ ଉପରେ କି ପ୍ରଭାବ ପକାଇବ?
୨୦୨୫-୨୬ ଆର୍ଥିକ ବର୍ଷରେ ଦେଶର ଜିଡିପି ବା ଅଭିବୃଦ୍ଧି ହାର ୬.୫% ରହିବ।

National
ୱାକଫ ଆଇନକୁ କାହିଁକି ଲାଗୁ କରିବନି ପଶ୍ଚିମବଙ୍ଗ?
ରାଜ୍ୟରେ ୱାକଫ ଆଇନ ଲାଗୁ ହେବ ନାହିଁ ଓ ସଂଖ୍ୟାଲଘୁ ସଂପ୍ରଦାୟଙ୍କ ସମ୍ପତ୍ତିର ସୁରକ୍ଷା ବେଙ୍ଗଲ ସରକାର କରିବେ ବୋଲି ମମତା କହିଛନ୍ତି।

National
ଉପ ମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କ ପାଇଁ JEE(ମେନ୍ସ)ରୁ ବଞ୍ଚିତ ହେଲେ କି ୨୦ରୁ ଅଧିକ ଶିକ୍ଷାର୍ଥୀ!
ପବନ କଲ୍ୟାଣଙ୍କ ଜନ ସେନା ପାର୍ଟି ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଓ ବିଜେପି ସହ ମିଶି ଆନ୍ଧ୍ରରେ ସରକାର ଗଠନ କରିଛି।