Advertisment

ଦୁଇ ମହଲା କୋଠାରେ ନିଆଁ ଲାଗି ସ୍ୱାମୀ-ସ୍ତ୍ରୀ ଜୀବନ୍ତ ଦଗ୍ଧ

ଗତକାଲି ରାତି ପ୍ରାୟ ୧୧ଟା ସମୟରେ ବିଲ୍ଡିଂରେ ନିଆଁ ଲାଗିଥିଲା।

Fire

Fire

Advertisment

ଦୁଇ ମହଲା କୋଠାରେ ନିଆଁ ଲାଗି ସ୍ୱାମୀ-ସ୍ତ୍ରୀ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ଏଥିସହ ୧୮ ବର୍ଷର ଜଣେ ଝିଅ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

Advertisment

ସୂଚନା ଅନୁସାରେ, ଏହି ଦୁଃଖଦ ଘଟଣା ତେଲାଙ୍ଗାନାର ହାଇଦ୍ରାବାଦରେ ଘଟିଛି। ଗତକାଲି ରାତି ପ୍ରାୟ ୧୧ଟା ସମୟରେ ୟାକୁଟପୁରା ରେଳ ଷ୍ଟେସନ ନିକଟ ପୂର୍ବ ଚନ୍ଦ୍ର ନଗରର ଥିବା ଏକ ଦୁଇ ମହଲା କୋଠାରେ ନିଆଁ ଲାଗି ଯାଇଥିଲା। ପ୍ରଥମ ମହଲାରେ ରୋଷେଇ ହେଉଥିବା ସମୟରେ ନିଆଁ ଲାଗିଥିଲା।

ସେହି ମହଲାରେ ବାଣ ଏବଂ କଟନ୍ (ସୂତା) ବାକ୍ସ ଥିବାରୁ ତତକ୍ଷଣାତ ଚାରି ଆଡ଼କୁ ନିଆଁ ବ୍ୟାପି ଯାଇଥିଲା। ଖବର ପାଇ ଦମକଳବାହିନ  ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏକ ଦମ୍ପତି ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି।

Advertisment

ମୃତକମାନେ ହେଉଛନ୍ତି- ଉଶାରନୋ (୫୦) ଏବଂ ମୋହଲ ଲାଲ (୫୮)। ଏଥିସହ ଗୁରୁତର ଆହତ ହୋଇଥିବା ୧୮ ବର୍ଷୀୟ ଝିଅ ହେଉଛନ୍ତି ଶ୍ରୁତି। ତାଙ୍କୁ ଓସମାନିଆ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

Fire Incident Building Catches Fire
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe