Advertisment

ଅନ୍ୟଠି ବାହାଘର ଠିକ କରି ଦେଲେ ଝିଅ ଘର ଲୋକ, ଝୁଲି ପଡ଼ିଲେ ପ୍ରେମପକ୍ଷୀ

ରାଜସ୍ଥାନର ବାରମେର ଅନ୍ତର୍ଗତ ମାଙ୍ଗଟା ଗାଁରେ ରହୁଥିଲେ ୧୯ ବର୍ଷୀୟ ଖୁସି ଓ ୨୧ ବର୍ଷୀୟ ଓମ ପ୍ରକାଶ।

ଅଦ୍ୟତନ ହୋଇଛି
Rajasthan

Rajasthan

Advertisment

ଏ ଦୁନିଆ ଆମକୁ ଏକାଠି ରହିବାକୁ ଦେବନି। ଏ ସମାଜ ଆମ ପ୍ରେମ ସମ୍ପର୍କକୁ ଗ୍ରହଣ କରିବନି। ଆମେ ଏ ଜନ୍ମରେ ଆଉ ଏକାଠି ବଞ୍ଚି ପାରିବା ନାହିଁ। ଆମେ ସିନା ଏକାଠି ବଞ୍ଚି ପାରିବା ନାହିଁ, ହେଲେ ଏକାଠି ମରି ତ ପାରିବା।

Advertisment

ଚାଲ ଆମେ ତାରାର ସହରକୁ ଚାଲି ଯିବା। ପୃଥିବୀରେ ଏ ଦୁନିଆ ଆମକୁ ପ୍ରେମ କରିବାକୁ ଦେବନାହିଁ। ଏମିତି କିଛି କଥା ପ୍ରେମୀ ଯୁଗଳ ପରସ୍ପରକୁ କହିବା ସହ ଏକାଠି ହାତ ଧରାଧରି ହୋଇ ପର ପାରିକୁ ଚାଲି ଯାଇଛନ୍ତି। ଜୀବନ ହାରିବା ପୂର୍ବରୁ ଉଭୟ ଏକାଠି ସେଲିଫ ମଧ୍ୟ ନେଇଥିଲେ। 

ରାଜସ୍ଥାନର ବାରମେର ଅନ୍ତର୍ଗତ ମାଙ୍ଗଟା ଗାଁରେ ରହୁଥିଲେ ୧୯ ବର୍ଷୀୟ ଖୁସି ଓ ୨୧ ବର୍ଷୀୟ ଓମ ପ୍ରକାଶ। ଏହି ଦୁଇ ପ୍ରେମପକ୍ଷୀ ପରସ୍ପରକୁ ବହୁତ ଭଲ ପାଉଥିଲେ। ବାକି ଜୀବନ ସେମାନେ ଏକାଠି ବିତାଇବାକୁ ପରସ୍ପରକୁ କଥା ମଧ୍ୟ ଦେଇଥିଲେ। ହେଲେ ନିୟତି ସେମାନଙ୍କ ଭାଗ୍ୟରେ ଆଉ କିଛି ଲେଖିଥିଲା। ଖୁସି ଓ ଓମ ପ୍ରକାଶଙ୍କ ପ୍ରେମରେ ବୋଧେ କାହା ନଜର ଲାଗି ଯାଇଥିଲା।

Advertisment

ସେମାନଙ୍କ ପ୍ରେମକୁ ଖୁସିଙ୍କ ପରିବାର ଲୋକ ସ୍ୱୀକୃତି ଦେଇ ନଥିଲେ। ଉଭୟ ସମାନ ସଂପ୍ରଦାୟର ହୋଇଥିଲେ ମଧ୍ୟ ଖୁସିଙ୍କ ପରିବାର ଲୋକ ଓମପ୍ରକାଶଙ୍କ ସହ ବାହାଘର କରିବାକୁ ରାଜି ହୋଇ ନଥିଲେ। ଖାଲି ସେତିକି ନୁହେଁ, ଖୁସିଙ୍କ ଖୁସି ଓମପ୍ରକାଶଙ୍କ ପାଖରେ ଥିଲେ ମଧ୍ୟ ତାଙ୍କର ନିର୍ବନ୍ଧ ଆଉ ଗୋଟିଏ ପୁଅ ସହ ପରିବାର ଲୋକ କରାଇ ଦେଇଥିଲେ।

ହେଲେ ଏଥିରେ ଖୁସି କିମ୍ବା ଓମପ୍ରକାଶ କେହି ବି ଖୁସି ନଥିଲେ। ସେମାନେ ବୁଧବାର ବିଳମ୍ବିତ ରାତିରେ ଘର ଛାଡ଼ି ଚାଲି ଯାଇଥିଲେ। ଏହାପରେ ବେଶ କିଛି ସମୟ ପରସ୍ପର ସହ ବିତାଇ ଥିଲେ। ହେଲେ ଏ ଦୁନିଆ କିମ୍ବା ଖୁସିଙ୍କ ପରିବାର ଲୋକ ସେମାନଙ୍କୁ ଭଲରେ ବଞ୍ଚିବାକୁ ଦେବେ ନାହିଁ ବୋଲି ସେମାନେ ଆଶଙ୍କା କରିଥିଲେ।

ସେମାନେ ଏକାଠି ବଞ୍ଚିବାର ଆଶା ନ ଥିବାରୁ ଶେଷରେ ସେମାନେ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସେମାନେ ଗାଁରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ନିକଟରେ ପହଞ୍ଚିଥିଲେ। ସେଠାରେ ଥିବା ଗୋଟିଏ ଗଛରେ ଉଭୟ ହାତ ଧରାଧରି ହୋଇ ଝୁଲି ପଡ଼ିଥିଲେ। ଆତ୍ମହତ୍ୟା କରିବା ପୂର୍ବରୁ ଉଭୟ ସେଲଫି ନେବା ସହ ଉକ୍ତ ଫଟୋକୁ ନିଜ ନିଜର ହ୍ୱାଟସଆପ୍‌ ଷ୍ଟାଟସରେ ମଧ୍ୟ ରଖିଥିଲେ।

ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇବା ପରେ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚିଥିଲା। ଏହାପରେ ଓମପ୍ରକାଶ ଓ ଖୁସିଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏବେ ପୁଲିସ୍‌ ଘଟଣାର ଅଧିକ ତଦନ୍ତ କରୁଛି।

Lover Birds Rajasthan Love Story
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe