Advertisment

Couple Found Dead: ଘରୁ ମିଳିଲା ଦମ୍ପତିଙ୍କ ମୃତଦେହ: କାନ୍ଥରେ ରହିଛି ଲିପଷ୍ଟିକ ମେସେଜ

ଘରର କାନ୍ଥରେ ମହିଳା ଜଣଙ୍କ ବ୍ୟବହାର କରୁଥିବା ଲିପଷ୍ଟିକରେ କିଛି ବାର୍ତ୍ତା ମଧ୍ୟ ପୁଲିସ ଦେଖିବାକୁ ପାଇଛି। ସମ୍ଭବତଃ ବ୍ୟକ୍ତି ଜଣଙ୍କ ଫ୍ୟାନରେ ବେଡଶିଟ ବାନ୍ଧି ଝୁଲିବା ପୂର୍ବରୁ କାନ୍ଥରେ ଲିପଷ୍ଟିକ ଦ୍ୱାରା ଏହାକୁ ଲେଖିଥିଲେ ବୋଲି ପୁଲିସ୍‌ ସନ୍ଦେହ କରୁଛି।

Couple

ନେହା ଓ ରାଜ

Advertisment

ଘରୁ ଭିତରୁ ମିଳିଛି ଦମ୍ପତିଙ୍କ ମୃତଦେହ। ଛତିଶଗଡ଼(Chhatisgarh)ର ବିଳାସପୁରରେ ସଫେଇ କର୍ମଚାରୀ ଭାବେ କାମ କରୁଥିବା ଦମ୍ପତିଙ୍କ ମୃତଦେହ ସେମାନେ ରହୁଥିବା ଘରୁ ମିଳିଛି। ମହିଳାଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ବେଳେ ତାଙ୍କ ସ୍ୱାମୀଙ୍କ ମୃତଦେହ ପୁଲିସ୍ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି। 

Advertisment

ଘରର କାନ୍ଥରେ ମହିଳା ଜଣଙ୍କ ବ୍ୟବହାର କରୁଥିବା ଲିପଷ୍ଟିକରେ କିଛି ବାର୍ତ୍ତା ମଧ୍ୟ ପୁଲିସ ଦେଖିବାକୁ ପାଇଛି। ସମ୍ଭବତଃ ବ୍ୟକ୍ତି ଜଣଙ୍କ ଫ୍ୟାନରେ ବେଡଶିଟ ବାନ୍ଧି ଝୁଲିବା ପୂର୍ବରୁ କାନ୍ଥରେ ଲିପଷ୍ଟିକ ଦ୍ୱାରା ଏହାକୁ ଲେଖିଥିଲେ ବୋଲି ପୁଲିସ୍‌ ସନ୍ଦେହ କରୁଛି। 

ପୁଲିସ୍‌ର ସୂଚନା ଅନୁସାରେ, ସୋମବାର ୩୨ ବର୍ଷୀୟ ରାଜ ତାମ୍ବେ ଓ ତାଙ୍କ ପତ୍ନୀ ନେହା ଓରଫ ଶିବାନୀଙ୍କ ମୃତଦେହ ସେମାନେ ରହୁଥିବା ଘର ଭିତରୁ ମିଳିଛି। ସୋମବାର ଦିନ ତମାମ ରାଜ କିମ୍ବା ନେହା ଘର ଭିତରୁ ବାହାରକୁ ଆସି ନଥିଲେ। ସେମାନଙ୍କ କବାଟ ମଧ୍ୟ ଖୋଲି ନଥିଲା। ଏହାକୁ ନେଇ ପଡ଼ୋଶୀମାନେ ଚିନ୍ତା ପ୍ରକଟ କରିବା ସହ ପୁଲିସ୍‌କୁ ଖବର ଦେଇଥିଲେ। 

Advertisment

ପୁଲିସ୍‌ କବାଟ ଭାଙ୍ଗି ଭିତରୁ ଯିବା କ୍ଷଣି ଦୁଇ ମୃତଦେହ(Couple Death)କୁ ଦେଖି ସ୍ତବ୍ଧ ହୋଇଯାଇଥିଲା। ନେହା ନିସ୍ତେଜ ହୋଇ ବେଡରେ ପଡ଼ିଥିବା ବେଳେ ତାଙ୍କ ବେକରେ ଆଙ୍ଗୁଳି ଚିହ୍ନ ରହିଥିଲା। ସମାନ ରୁମରେ ଲାଗିଥିବା ଫ୍ୟାନ ଦ୍ୱାରା ଝୁଲି ରହିଥିଲେ ରାଜ। କାନ୍ଥରେ ଲିପଷ୍ଟିକ ଦ୍ୱାରା ଲେଖାଯାଇଥିବା ବାର୍ତ୍ତାକୁ ଦେଖି ପୁଲିସ୍‌ ଏହା ହତ୍ୟା ପରେ ଆତ୍ମହତ୍ୟା ବୋଲି ସନ୍ଦେହ କରୁଛି। ସମ୍ଭବତଃ ରାଜ ତାଙ୍କ ପତ୍ନୀଙ୍କୁ ପ୍ରଥମେ ତଣ୍ଟି ଚିପି ହତ୍ୟା କରିଥିଲେ। ଏହାପରେ ସେ ନିଜେ ଆତ୍ମହତ୍ୟା କରିଛନ୍ତି।

କାନ୍ଥରେ ରାଜ ଲେଖିଛନ୍ତି ଯେ ତାଙ୍କ ପତ୍ନୀ ନେହା ଜଣଙ୍କ ସହ ଫୋନରେ କଥା ହେଉଛନ୍ତି। ସେମାନେ ପାର୍କରେ ଏକାଠି ସମୟ କାଟୁଥିବା ବେଳେ ରାଜ ଏହାକୁ ମଧ୍ୟ ଦେଖିଥିଲେ। କାନ୍ଥରେ ରାଜେଶ ବିଶ୍ୱାସ ଲେଖା ଯାଇଥିବା ବେଳେ ଗୋଟିଏ ଫୋନ ନମ୍ବର ମଧ୍ୟ ରହିଛି।

ପୁଲିସ ଘର ଭିତରୁ ରାଜ ଲେଖିଥିବା ଗୋଟିଏ ଚିଠି ଠାବ କରିଛି। ଏଥିରେ ପୂରା ଘଟଣା ପରେ ସେ ରାଜେଶ ବିଶ୍ୱାସ ନାମକ ବ୍ୟକ୍ତିଙ୍କୁ ଦାୟୀ କରିଛନ୍ତି। ପୁଲିସ୍‌ ଏବେ ଚିଠି ଓ କାନ୍ଥରେ ଲେଖାଯାଇଥିବା କଥାକୁ ଆଧାର କରି ଘଟଣାର ଅଧିକ ତଦନ୍ତ କରୁଛି। 

ଲାୟନ୍ସ କମ୍ପାନୀରେ ରାଜ ଓ ନେହା ସଫେଇ କର୍ମଚାରୀ ଭାବେ କାମ କରୁଥିଲେ। ୧୦ ବର୍ଷ ତଳେ ଉଭୟଙ୍କ ପ୍ରେମ ବିବାହ ହୋଇଥିଲା। ସେମାନଙ୍କ ୩ ଜଣ ପିଲା ମଧ୍ୟ ରହିଛନ୍ତି। ତେବେ ଘଟଣା ବେଳେ ୩ ପିଲା ଘରେ ନଥିଲେ। ୧୦ ବର୍ଷର ବାହାଘର ପରେ ବି ନେହା ପରକୀୟା ପ୍ରୀତିରେ ମାତି ଥିବା ସନ୍ଦେହ କରୁଥିଲେ ରାଜ।

ଶନିବାର ସନ୍ଧ୍ୟାରେ ନେହା ଫୋନରେ ଆଉ ଜଣେ ବ୍ୟକ୍ତିଙ୍କ ସହ କଥା ହେଉଥିବା ଜାଣି ଦେଇଥିଲେ। ସମାନ ବ୍ୟକ୍ତିଙ୍କ ସହ ନେହା ସ୍ଥାନୀୟ ଉର୍ଜା ପାର୍କରେ ସମୟ ବିତାଉଥିବା ବେଳେ ମଧ୍ୟ ରାଜ ଦେଖିଥିଲେ ବୋଲି ଚିଠିରେ ଲେଖିଛନ୍ତି। 

ଏଥିପାଇଁ ସେ ପ୍ରଥମେ ନେହାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେ ଓ ଏହାପରେ ନିଜେ ଆତ୍ମହତ୍ୟା କରିଛନ୍ତି। ତଥାପି ପୁଲିସ୍‌ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି। ସେହିପରି ରାଜେଶ ବିଶ୍ୱାସଙ୍କୁ ଠାବ କରିବାକୁ ଉଦ୍ୟମ କରୁଛି। 

Chhatisgarh Couple Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe