Advertisment

ପତିପତ୍ନୀ ନେଲେ ଚରମ ନିଷ୍ପତ୍ତି; ଚୁରମାର ହୋଇଗଲା ସଂସାର

ଦୁଇ ବର୍ଷ ତଳେ ପାଲଟିଥିଲେ ପରସ୍ପରର ଜୀବନସାଥୀ । ହାତକୁ ହାତ ଧରାଧରି ହୋଇ ସାରା ଜୀବନ କାଟିଦେବାକୁ ଶପଥ ନେଇଥିଲେ। ମାତ୍ର ଏହି ସବୁ ପ୍ରତିଶ୍ରୁତି ପାଣିର ଗାର ପାଲଟିଗଲା।

author-image
Niharika Rout
Couple Suicide

Couple Suicide

ମାତ୍ର ଦୁଇ ବର୍ଷ ତଳେ ପାଲଟିଥିଲେ ପରସ୍ପରର ଜୀବନସାଥୀ । ହାତକୁ ହାତ ଧରାଧରି ହୋଇ ସାରା ଜୀବନ କାଟିଦେବାକୁ ଶପଥ ନେଇଥିଲେ। ମାତ୍ର ଏହି ସବୁ ପ୍ରତିଶ୍ରୁତି ପାଣିର ଗାର ପାଲଟିଗଲା। ତେଲଲୁଣ ସଂସାର ଆରମ୍ଭ ହେବା ପରେ କମିଗଲା ପ୍ରେମ, ବଢ଼ିଗଲା କଳିଝଗଡ଼ା। ସ୍ଥିତି ଏପରି ହେଲା ଯେ ଉଭୟ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ଉଠାଇବାକୁ ପଛାଇଲେ ନାହିଁ। ମାତ୍ର ବାପାମା’ଙ୍କ ଝଗଡ଼ାରେ ବଳି ପଡ଼ିଗଲା ବର୍ଷକର ଶିଶୁ। ଦୁନିଆକୁ ଚିହ୍ନିବା ପୂର୍ବରୁ ଅନାଥ ହୋଇଗଲା ନିଷ୍କାପ ଶିଶୁ।

Advertisment

ଏପରି ଏକ ଅଘଟଣ କର୍ଣ୍ଣାଟକାର ମଧ୍ୟା ଜିଲ୍ଲାରେ ଘଟିଛି। ମୃତକଦ୍ୱୟ ହେଲେ ୨୫ ବର୍ଷୀୟ ମୋହନ ଓ ତାଙ୍କ ପତ୍ନୀ ୨୨ ବର୍ଷୀୟା ସ୍ୱାତୀ। ଗତ ମଙ୍ଗଳବାର ମହିଳାଙ୍କୁ ନିଜ ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ବହୁ ଖୋଜାଖୋଜି ପରେ ଘରଠୁ ପ୍ରାୟ ୧ କିମି ଦୂରରେ ଥିବା ପୋଖରୀରୁ ତାଙ୍କ ସ୍ୱାମୀଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ସ୍ୱାତୀଙ୍କ ଝୁଲନ୍ତା ମୃତଦେହ ଦେଖି ମୋହନ ପୋଖରୀକୁ ଡେଇଁ ଜୀବନ ହାରିଥିବା ଅନୁମାନ କରାଯାଉଛି। 

ଦୁଇ ବର୍ଷ ପୂର୍ବେ ମୋହନ ଓ ସ୍ୱାତୀ ବିବାହ କରିଥିଲେ। ବିବାହର କିଛି ଦିନ ଭଲରେ କଟିବା ପରେ ବର୍ଷେ ପରେ ଉଭୟଙ୍କ କୋଳକୁ ଏକ କନ୍ୟା ସନ୍ତାନ ଆସିଥିଲା। ମାତ୍ର ଏହାପରେ ଉଭୟଙ୍କ ସଂସାରରେ ଦେଖାଦେଇଥିଲା ଝଡ଼ । ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିବା କଳି ଦିନକୁ ଦିନ ସାଂଘାତିକ ରୂପ ନେବାକୁ ଲାଗିଲା। ଶେଷରେ ଉଭୟଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛ।

Advertisment

ମୋହନ ଝିଅକୁ ଯୌତୁକ ନିର୍ଯାତନା ଦେଇଥିବା ନେଇ ସ୍ୱାତୀଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ସେମାନଙ୍କ କହିବାନୁଯାୟୀ, ମୋହନ ତାଙ୍କ ଝିଅକୁ ହତ୍ୟା କରିବା ସହ ନିଜେ ଆତ୍ମହତ୍ୟା କରିଛନ୍ତି। ପୁଲିସ୍‌ ଏହି ମାମଲାର ତଦନ୍ତ ଆରମ୍ଭ କରିଛି।

Karnataka Suicide Family Dispute