Advertisment

ଘରେ ପହଞ୍ଚିଲା ଆମାଜନ ପାର୍ସଲ, ଭିତରୁ ବାହାରିଲା ନାଗ

ଆମାଜନରୁ ଅର୍ଡର କରିଥିଲେ Xbox କଣ୍ଟ୍ରୋଲର। ମାତ୍ର ପେଟି ଖୋଲିବା ପରେ ଦମ୍ପତି ଯାହା ଦେଖିଲେ ଉଭୟଙ୍କ ପାଦ ତଳୁ ମାଟି ଖସିଗଲା।

Cobra in amazon parcel

Cobra in amazon parcel

Advertisment

ଆମାଜନରୁ ଅର୍ଡର କରିଥିଲେ Xbox କଣ୍ଟ୍ରୋଲର। ମାତ୍ର ପେଟି ଖୋଲିବା ପରେ ଦମ୍ପତି ଯାହା ଦେଖିଲେ ଉଭୟଙ୍କ ପାଦ ତଳୁ ମାଟି ଖସିଗଲା। କାରଣ ପେଟିରୁ ନିଜ ମନ ପସନ୍ଦର ଜିନିଷ ନୁହେଁ, ବାହାରିଲା ନାଗ ସାପ । ଏପରି ଏକ ଲୋମଟାଙ୍କୁରା ଘଟଣା ବାଙ୍ଗାଲୁରରେ ଘଟିଛି।

Advertisment

ବାଙ୍ଗାଲୁରର ଏକ ଦମ୍ପତି ସଫ୍ଟୱେୟାର ଇଞ୍ଜିନିୟର ଥିବା ବେଳେ ସେମାନେ ଆମାଜନରୁ Xbox କଣ୍ଟ୍ରୋଲର ଅର୍ଡର କରିଥିଲେ। ଘରେ ପ୍ୟାକେଟ୍‌ ଡେଲିଭରି ହେବା ପରେ ସେମାନେ ବେଶ୍‌ ଉତ୍ସୁକତାର ସହ ତାହାକୁ ଖୋଲିଥିଲେ। ମାତ୍ର ତା’ ଭିତରୁ କଣ୍ଟ୍ରୋଲର ପରିବର୍ତ୍ତେ ଏକ ବିଷଧର ସାପ ବାହାରିଥିଲା। ମାତ୍ର ସୌଭାଗ୍ୟବଶଃତ ତାହା ପେଟିର ଟେପ୍‌ରେ ଗୁଡ଼ାଇ ହୋଇ ଯାଇଥିବାରୁ ବାହାରି ପାରି ନ ଥିଲା।

ଏନେଇ ଦମ୍ପତି ତୁରନ୍ତ ଆମାଜନ ସର୍ଭିସ ସେଣ୍ଟରକୁ ଯୋଗାଯୋଗ କରି ଜଣାଇଥିଲେ। ମାତ୍ର ଅପର ପାର୍ଶ୍ୱରୁ ସେମାନଙ୍କୁ ସେପରି କିଛି ସହଯୋଗ ମିଳି ନ ଥିବା ବେଳେ ସ୍ଥିତିର ମୁକାବିଲା କରିବାକୁ ଦମ୍ପତିଙ୍କୁ କୁହାଯାଇଥିଲା । ଏହାପରେ ସେମାନେ ପଡ଼ୋଶୀଙ୍କ ସହାୟତାରେ ତାହାକୁ ଦୂର ଜାଗାରେ ଛାଡ଼ିଥିଲେ।

Advertisment

ମାତ୍ର ଏଥିଯୋଗ ସେମାନେ ଖୁବ୍‌ ଭୟଭୀତ ହୋଇଥିବା ବେଳେ ମାନସିକ ସ୍ତରରେ ଖୁବ୍‌ ଆଘାତ ପାଇଛନ୍ତି। ଏଥିଯୋଗୁ ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିଲା। ମାତ୍ର ଆମାଜନ କର୍ତ୍ତୃପକ୍ଷ ଏଥିପ୍ରତି ଖାମଖିଆଲି ମନୋଭାବ ପୋଷଣ କରିବାରୁ ଦମ୍ପତି ଏହାକୁ ତୀବ୍ର ସମାଲୋଚନା କରିଛନ୍ତି। ତେବେ କମ୍ପାନୀ ତରଫରୁ ସେମାନଙ୍କୁ ସେମାନଙ୍କ ଟଙ୍କା ଫେରାଇ ଦିଆଯାଇଥିବା ଜଣାଯାଇଛି। ଏଥିନିମନ୍ତେ ସେମାନଙ୍କୁ କୌଣସି କ୍ଷତିପୂରଣ ମିଳି ନ ଥିବା ଦମ୍ପତି ଅଭିଯୋଗ କରିଛନ୍ତି।

ଏନେଇ ଆମାଜନ ପକ୍ଷରୁ କୁହାଯାଇଛି, ଗ୍ରାହକଙ୍କ ଅସୁବିଧା ଖବର ଶୁଣି ଆମେ ଖୁବ୍‌ ଦୁଃଖିତ । ଆମେ ସମ୍ପୂର୍ଣ୍ଣ ଘଟଣାର ଯାଞ୍ଚ କରିବୁ। ଆମ ଟିମ୍‌ ଆପଣଙ୍କ ସହ ଯୋଗାଯୋଗ କରିବେ।

Bangalore Amazon Dreaded Snake
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe