Advertisment

ପତ୍ନୀ ଓ ଦୁଇ ପିଲାଙ୍କ ସହ କେନାଲକୁ ଡେଇଁଲେ ଯୁବକ; ଜୀବନ ନ ଯିବାରୁ ଟ୍ରେନ୍‌ ଆଗରେ ଛିଡ଼ା ହେଲେ

ପାରିବାରିକ ମାମଲା ନେଲା ସାଂଘାତିକ ରୂପ । ଏଥିରେ ଅତିଷ୍ଠ ହୋଇ ନିଜ ହାତରେ ହିଁ ଛାରଖାର କରିଦେଲେ ନିଜ ହସଖୁସିର ସଂସାର ।

Couple Dead

Couple Dead

Advertisment

ପାରିବାରିକ ମାମଲା ନେଲା ସାଂଘାତିକ ରୂପ । ଏଥିରେ ଅତିଷ୍ଠ ହୋଇ ନିଜ ହାତରେ ହିଁ ଛାରଖାର କରିଦେଲେ ନିଜ ହସଖୁସିର ସଂସାର । ପରିବାର ସହ ମିଶି ବ୍ୟକ୍ତିଜଣକ କେନାଲକୁ ଡେଇଁ ପଡ଼ିଲେ। ପତ୍ନୀ ଓ ଦୁଇ ପିଲା କେନାଲରେ ବୁଡ଼ି ଆଖି ବୁଜିଥିବା ବେଳେ ବ୍ୟକ୍ତିଜଣକ କେନାଲରୁ ବାହାରି ଟ୍ରେନ୍‌ ଆଗକୁ ଡେଇଁ ଜୀବନ ଦେଇଛନ୍ତି। ଏପରି ଏକ ସାଂଘାତିକ ଘଟଣା ରାଜସ୍ଥାନର ଜୋଧପୁରରେ ଘଟିଛି।

Advertisment

ଜୋଧପୁରର ସ୍ଥାନୀୟ ଅଞ୍ଚଳର ରେଲୱେ ଟ୍ରାକ୍‌ରେ ଏକ ମୃତଦେହ ପଡ଼ିଥିବା ନେଇ ଅଞ୍ଚଳବାସୀ ପୁଲିସ୍‌କୁ ଖବର ଦେଇଥିଲେ। ଉକ୍ତ ସମୟରେ ରାଜୀବ ଗାନ୍ଧି ନଗରରେ ଦୁଇ ଛୁଆଙ୍କ ସହ ଜଣେ ମହିଳାଙ୍କ ମୃତଦେହ ବି ଉଦ୍ଧାର ହେଲା । ପୁଲିସ୍‌ ଖୋଳତାଡ଼ରୁ ଉଭୟ ଏକ ପରିବାରର ସଦସ୍ୟ ବୋଲି ଜଣା ପଡ଼ିଥିଲା।

ମୃତକମାନେ କୱରପାଲ ଆଚାର୍ଯ୍ୟ ତାଙ୍କ ପତ୍ନୀ ଓ ଦୁଇ ଛୁଆ ବୋଲି ଜଣାଯାଇଛି। କୱରପାଲ ସ୍ଥାନୀୟ ଅଞ୍ଚଳରେ ଶ୍ରମିକ ଭାବେ କାମ କରୁଥିଲେ। ଗତକାଲି ପୂର୍ବାହ୍ନ ପ୍ରାୟ୧୧ଟା ବେଳେ କୱରପାଲ ପତ୍ନୀ ଓ ଛୁଆଙ୍କ ସହ ଘରୁ ବାହାରିଥିଲେ। ଅପରାହ୍ନରେ ଉଭୟ ଟ୍ରେନ୍‌ ଟ୍ରାକ୍‌ରେ ଓ କେନାଲରେ ମୃତଦେହ ପଡ଼ିଥିବା ଖବର ପ୍ରଚାରିତ ହୋଇଥିଲା।

Advertisment

ପୁଲିସ୍‌ର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, କୱରପାଲ ନିଜ ପତ୍ନୀ ଓ ଦୁଇ ପିଲାଙ୍କୁ ବାଇକ୍‌ରେ ନେଇ କେନାଲ ନିକଟରେ ପହଞ୍ଚିଥିଲେ। ସେଠାରେ ଉଭୟ ପତିପତ୍ନୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହା ଶୁଣି ସ୍ଥାନୀୟ ଲୋକେ ପହଞ୍ଚିବା ବେଳକୁ ସମସ୍ତେ କେନାଲକୁ ଡେଇଁ ପଡ଼ିଥିଲେ।

ମାତ୍ର, କୱରପାଲ କେନାଲ ପାଣିରେ ନ ବୁଡ଼ିବାରୁ ସେଠାରୁ ବାହାରି ଆସି ନିଜ ବାଇକ୍‌ ଧରି ଟ୍ରେନ୍‌ ଲାଇନ୍‌କୁ ଯାଇଥିଲେ। ସେଠାରେ ଟ୍ରେନ୍‌ ଆଗକୁ ଡେଇଁ ସେ ନିଜ ଜୀବନ ହାରିଛନ୍ତି।

ପୁଲିସ୍‌ ସମସ୍ତ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ କୱରପାଲଙ୍କ ପରିବାର ଏପରି ଚରମ ପଦକ୍ଷେପ ଉଠାଇବା ପଛର କାରଣ କ’ଣ ତାହା ଜଣା ପଡ଼ି ନ ଥିବା ବେଳେ ପୁଲିସ୍‌ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।

Rajasthan Family Dead
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe