Advertisment

Couple Dies By Suicide: ଦେଢ଼ ମାସର ପୁଅକୁ ଧରି ଟ୍ରେନ ଆଗକୁ ଡେଇଁ ପଡ଼ିଲେ ଦମ୍ପତି, ଖବର ପାଇ ଆଖି ବୁଜିଲେ ଜେଜେ ମା’

ପ୍ରଥମେ ଦମ୍ପତି ନିଜ ଦେଢ଼ ମାସର ପୁଅକୁ ଧରି ମାଲବାହୀ ଟ୍ରେନ ଆଗକୁ ଡେଇଁ ଜୀବନ ହାରିଥିଲେ। ଏହି ଦୁଃଖଦ ଖବର ପାଇ ବ୍ୟକ୍ତିଙ୍କ ଜେଜେ ମା’ ହୃଦଘାତରେ ଆଖି ବୁଜିଛନ୍ତି। ଏପରି ଦୁଃଖଦ ଘଟଣା ଆନ୍ଧ୍ର ପ୍ରଦେଶରୁ ଆସିଛି।

author-image
Hemant Lenka
siramulu

ଜୀବନ ହାରିଥିବା ଦମ୍ପତି

ଗୋଟିଏ ପରିବାରକୁ ନିଶ୍ଚିହ୍ନ କରିଛି ସାମାନ୍ୟ ଝଗଡ଼ା। ପାରିବାରିକ କଳହରୁ ଆଖି ବୁଜିଛନ୍ତି ଗୋଟିଏ ପରିବାରର ୪ ଜଣ ସଦସ୍ୟ। ପ୍ରଥମେ ଦମ୍ପତି ନିଜ ଦେଢ଼ ମାସର ପୁଅକୁ ଧରି ମାଲବାହୀ ଟ୍ରେନ ଆଗକୁ ଡେଇଁ ଜୀବନ ହାରିଥିଲେ। ଏହି ଦୁଃଖଦ ଖବର ପାଇ ବ୍ୟକ୍ତିଙ୍କ ଜେଜେ ମା’ ହୃଦଘାତରେ ଆଖି ବୁଜିଛନ୍ତି। ଏପରି ଦୁଃଖଦ ଘଟଣା ଆନ୍ଧ୍ର ପ୍ରଦେଶ(Andhra Pradesh)ରୁ ଆସିଛି। 

Advertisment

ରବିବାର ରାତି ପ୍ରାୟ ୧୧ଟାରେ କାଡାପ୍ପା ରେଳ ଷ୍ଟେସନ ନିକଟ ଟ୍ରାକରେ ପୂରା ଘଟଣା ଘଟିଛି। ପାରିବାରିକ ଝଗଡ଼ା ଯୋଗୁ ନିଜର ଦେଢ଼ ମାସର ଛୁଆକୁ ଧରି ଦମ୍ପତି ଏଠାରେ ଆତ୍ମହତ୍ୟା(Suicide) କରିଛନ୍ତି। ଟ୍ରାକରେ ଯାଉଥିବା ମାଲବାହୀ ଟ୍ରେନ ଆଗରେ ଛିଡ଼ା ହୋଇ ସେମାନେ ଜୀବନ ଦେଇଛନ୍ତି। ଟ୍ରାକରେ ଦମ୍ପତି ନିଜ ପିଲା ଆତ୍ମହତ୍ୟା କରିବାକୁ ଛିଡ଼ା ହୋଇଥିବା ବେଳେ ଦ୍ରୁତଗତିରେ ଆସିଥିଲା ମାଲବାହୀ ଟ୍ରେନ। ଏହାର ଧକ୍କାରେ ୩ ଜଣ ଯାକ ପ୍ରାଣ ହରାଇଛନ୍ତି।

ଟ୍ରେନର ଧକ୍କା ଏତେ ଭୟଙ୍କର ଥିଲା ଯେ ମୃତଦେହଗୁଡ଼ିକ ଖଣ୍ଡବିଖଣ୍ଡିତ ହୋଇଯାଇଛି। ଟ୍ରାକର ବିଭିନ୍ନ ସ୍ଥାନରେ ଏହା ଛିଟିକି ହୋଇ ପଡ଼ିଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଘଟଣା ସମ୍ପର୍କରେ ଖବର ପାଇ ପୁଲିସ୍‌ ପହଞ୍ଚିବା ସହ ଛିନଛତ୍ର ହୋଇ ପଡ଼ିଥିବା ଶରୀରର ବିଭିନ୍ନ ଅଂଶକୁ ଏକାଠି କରି ରିମ୍ସ ହସ୍ପିଟାଲକୁ ପଠାଇଛି। 

Advertisment

ମୃତକମାନେ ହେଲେ ୩୫ ବର୍ଷୀୟ ଶିରାମୁଲୁ, ତାଙ୍କର ୩୦ ବର୍ଷୀୟ ପତ୍ନୀ ଶିରିଶ ଓ ସେମାନଙ୍କର ଦେଢ଼ ମାସର ପୁଅ ରିତ୍ୱିକ। ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି ଯେ ରବିବାର ସନ୍ଧ୍ୟାରେ ଦମ୍ପତିଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ଏଥିରେ ଶିରାମୁଲୁର ଜେଜେ ମା’ ଏଥିରେ ହସ୍ତକ୍ଷେପ କରିଥିଲେ।

ଉଭୟଙ୍କୁ ସେ ଗାଳି ଦେଇଥିଲେ। ଏଥିରେ ରାଗି ଯାଇ ଦମ୍ପତି ନିଜର ଦେଢ଼ ମାସର ଛୁଆକୁ ଧରି ଘରୁ ବାହାରି ଯାଇଥିଲେ। ସେମାନେ ଘରୁ ବାହାରି ସିଧା କାଡାପ୍ପା ରେଳ ଷ୍ଟେସନରେ ପହଞ୍ଚିଥିଲେ। ଏହି ସମୟରେ ଟ୍ରାକରେ ଆସୁଥିବା ମାଲବାହୀ ଟ୍ରେନ ଆଗକୁ ଡେଇଁ ସେମାନେ ଜୀବନ ହାରିଛନ୍ତି। 

ଏହି ଖବର ଶିରାମୁଲୁଙ୍କ ଜେଜେ ମା’ଙ୍କ ପାଖରେ ପହଞ୍ଚିବା କ୍ଷଣି ସେ ପୂରା ସ୍ତବ୍ଧ ହୋଇଯାଇଥିଲେ। ଏହାପରେ ସେ ହୃଦଘାତର ସମ୍ମୁଖୀନ ହୋଇଥିଲେ। ଏଥିଯୋଗୁ ଶିରାମୁଲୁଙ୍କ ମୃତ୍ୟୁ ହୋଇଛି। ପୁଲିସ୍‌ ଏବେ ପୂରା ଘଟଣାରେ ଗୋଟିଏ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। 

Suicide Andhra Pradesh