Advertisment

ନୃଶଂସ ପରିବାର: ଝିଅ ଓ ତା’ ପ୍ରେମିକକୁ ମାରି କୁମ୍ଭୀର ଭର୍ତ୍ତି ନଦୀରେ ଫୋପାଡ଼ି ଦେଲେ

ଝିଅ ପ୍ରେମ କରୁଥିଲା। କିନ୍ତୁ ତା’ ପରିବାର ଲୋକେ ଏହାକୁ ବିରୋଧ କରୁଥିଲେ।

Shivanee and Radheshyam

Shivanee and Radheshyam

Advertisment

ଝିଅ ପ୍ରେମ କରୁଥିଲା। କିନ୍ତୁ ତା’ ପରିବାର ଲୋକେ ଏହାକୁ ବିରୋଧ କରୁଥିଲେ। ତେଣୁ ସେମାନେ ଝିଅ ଓ ତା’ ପ୍ରେମିକକୁ ମାରି ମୃତଦେହକୁ ପଥରରେ ବାନ୍ଧି କୁମ୍ଭୀର ଥିବା ନଦୀରେ ପକାଇ ଦେଇଥିଲେ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ମୁରେନା ଜିଲ୍ଲାରେ।

Advertisment

ମୃତ ଯୁବତୀଙ୍କ ନାଁ ଶିବାନୀ ତୋମାର (୧୮)। ତାଙ୍କ ପ୍ରେମିକଙ୍କ ନାଁ ରାଧେଶ୍ୟାମ ତୋମାର (୨୧)। ଶିବାନୀଙ୍କ ଘର ମୁରେନା ଜିଲ୍ଲାର ରତନବସାଇ ଗାଁରେ। ରାଧେଶ୍ୟାମଙ୍କ ଗାଁ ବାଲୁପୁରାରେ। ରତନବସାଇ ଓ ବାଲୁପୁରା ଗାଁ ଦୁଇଟି ପାଖାପାଖି ରହିଛି।

ରାଧେଶ୍ୟାମଙ୍କ ବାପା ପୁଲିସରେ ଅଭିଯୋଗ କଲା ପରେ ଏହି ହତ୍ୟାକାଣ୍ଡ କଥା ସାମ୍ନାକୁ ଆସିଥିଲା। କିଛି ଦିନ ଧରି ରାଧେଶ୍ୟାମ ଓ ଶିବନୀ ନିଖୋଜ ହୋଇଯାଇଥିଲେ। ସମସ୍ତେ ଭାବୁଥିଲେ ଦୁହେଁ ଫେରାର ହୋଇଯାଇଛନ୍ତି। କାରଣ ସେମାନେ ପରସ୍ପରକୁ ଭଲ ପାଉଥିଲେ ବୋଲି ସମସ୍ତେ ଜାଣିଥିଲେ। ତେବେ ରାଧେଶ୍ୟାମଙ୍କ ଘର ଲୋକେ ସେମାନଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରିଥିଲେ। ତେଣୁ ରାଧେଶ୍ୟାମଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ।

Advertisment

ପ୍ରଥମେ ପ୍ରଥମେ ପୁଲିସ ମଧ୍ୟ ଭାବୁଥିଲା ଯେ ରାଧେଶ୍ୟାମ ଓ ଶିବାନୀ ଘରୁ ଫେରାର ହୋଇଯାଇଥିବେ। କିନ୍ତୁ ଗାଁ ଲୋକଙ୍କୁ ପଚରାଉଚରା ବେଳେ ଦୁହେଁ ଗାଁ ଛାଡ଼ି ଯିବାର କେହି ଦେଖି ନଥିବା ଜଣାପଡ଼ିଥିଲା। ଏହା ପରେ ପୁଲିସର ମଧ୍ୟ ସନ୍ଦେହ ହୋଇଥିଲା। ତେଣୁ ପୁଲିସ ଶିବାନୀଙ୍କ ବାପା ଓ ତାଙ୍କର ଆଉ କିଛି ସଂପର୍କୀୟଙ୍କ ଆଣି ଥାନାରେ ଜେରା କରିଥିଲା। ଜେରା ବେଳେ ସେମାନେ ଶିବାନୀ ଓ ରାଧେଶ୍ୟାମଙ୍କୁ ହତ୍ୟା କରିଥିବା କହିଥିଲେ।

ଜୁନ୍ ୩ ତାରିଖରେ ଗୁଳି କରି ଶିବାନୀ ଓ ରାଧେଶ୍ୟାମଙ୍କୁ ହତ୍ୟା କରାଯାଇଥିଲା। ତା’ପରେ ବଡ଼ ବଡ଼ ପଥରରେ ସେମାନଙ୍କ ମୃତଦେହକୁ ବାନ୍ଧି ଚମ୍ବଲ ନଦୀରେ ଫିଙ୍ଗି ଦିଆଯାଇଥିଲା। ଚମ୍ବଲ ନଦୀରେ କୁମ୍ଭୀର ଅଛନ୍ତି। ସେମାନେ ଭାବିଥିଲେ କୁମ୍ଭୀରମାନେ ମୃତଦେହ ଦୁଇଟିକୁ ଖାଇଦେବେ ଓ ଆଉ କିଛି ଧରାପଡ଼ିବ ନାହିଁ। ତେବେ ପୁଲିସ୍ ଉଦ୍ଧାରକରୀ ଟିମ୍ ସହାୟତାରେ ନଦୀରୁ ମୃତଦେହ ଦୁଇଟିକୁ ବାହାର କରିଥିଲା।

Crime Muder Case Honour Killing Madhya Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe