Advertisment

Air Ambulance Crash: ବିମାନ ପାଇଁ ୮ ଲକ୍ଷ ଋଣ କରିଥିଲେ ପ୍ରାଣ ହରାଇଥିବା ଦମ୍ପତି

କ୍ରାଶ ହୋଇଥିବା ବିମାନ ପାଇଁ ସଞ୍ଜୟଙ୍କ ପରିବାର ୮ ଲକ୍ଷ ଟଙ୍କାର ଋଣ କରିଥିଲେ। ଋଣ କରି ସେମାନେ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଥିବା ସଞ୍ଜୟଙ୍କୁ ଅତ୍ୟାଧୁନିକ ଚିକିତ୍ସା ପାଇଁ ଦିଲ୍ଲୀ ପଠାଇବାକୁ ଚାହୁଁଥିଲେ।

author-image
Hemant Lenka
Plane

କ୍ରାଶ ହୋଇଥିବା ଏୟାର ଆମ୍ବୁଲାନ୍ସ

ଝାରଖଣ୍ଡରେ ଘଟିଥିବା ଭୟଙ୍କର ଏୟାର ଆମ୍ବୁଲାନ୍ସ କ୍ରାଶ ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ରାଞ୍ଚିରୁ ୪୧ ବର୍ଷୀୟ ସଞ୍ଜୟ ନାମକ ଜଣେ ରୋଗୀଙ୍କୁ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ନିଆଯାଉଥିବା ବେଳେ ଅଧା ବାଟରେ ହିଁ ଏହା କ୍ରାଶ(Plane Crash) ହୋଇଛି। ଏଥିରେ ସଞ୍ଜୟ ଓ ତାଙ୍କ ପତ୍ନୀଙ୍କ ସମେତ ଚାର୍ଟାର୍ଡ ବିମାନରେ ଥିବା ସମସ୍ତ ୭ ଜଣ ଆଖି ବୁଜିଛନ୍ତି। ଏହାକୁ ନେଇ ସଞ୍ଜୟଙ୍କ ପରିବାରରେ ହାହାକାର ଦେଖାଯାଇଥିବା ବେଳେ ଏବେ ଆଉ ଗୋଟିଏ ତଥ୍ୟ ସାମ୍ନାକୁ ଆସିଛି।

Advertisment

କ୍ରାଶ ହୋଇଥିବା ବିମାନ ପାଇଁ ସଞ୍ଜୟଙ୍କ ପରିବାର ୮ ଲକ୍ଷ ଟଙ୍କାର ଋଣ କରିଥିଲେ। ଋଣ କରି ସେମାନେ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଥିବା ସଞ୍ଜୟଙ୍କୁ ଅତ୍ୟାଧୁନିକ ଚିକିତ୍ସା ପାଇଁ ଦିଲ୍ଲୀ ପଠାଇବାକୁ ଚାହୁଁଥିଲେ। ଏୟାର ଆମ୍ବୁଲାନ୍ସ ରାଞ୍ଚିରୁ ଉଡ଼ାଣ ଭରିବାର କିଛି ମିନିଟ ପରେ ଛତ୍ର ଜିଲ୍ଲାରେ ହିଁ କ୍ରାଶ କରି ଯାଇଥିଲା। ଏଥିରେ ସଞ୍ଜୟ, ତାଙ୍କ ପତ୍ନୀ ଓ ଜଣେ ସମ୍ପର୍କୀୟଙ୍କ ସମେତ ୭ ଜଣ ପ୍ରାଣ ହରାଇଛନ୍ତି। 

ପ୍ରାଣ ହରାଇଥିବା ଅନ୍ୟ ୪ ଜଣ ହେଲେ- ବିମାନର ଦୁଇ ପାଇଲଟ, ଜଣେ ଡାକ୍ତର ଓ ଜଣେ ପାରାମେଡିକ। ଦିଲ୍ଲୀ ଭିତ୍ତିକ ରେଡବାର୍ଡ ଏୟାରୱେଜର Beechcraft C90ରେ ସେମାନେ ଯାଉଥିବା ବେଳେ ଦୁର୍ଘଟଣାରେ ଆଖି ବୁଜିଛନ୍ତି।

Advertisment

ମୃତକଙ୍କ ଭାଇ ଅଜୟଙ୍କ କହିବା କଥା ଯେ ସଞ୍ଜୟଙ୍କ ଚିକିତ୍ସା ପାଇଁ ପରିବାର ଲୋକ ପ୍ରଥମେ ସେମାନଙ୍କ ସମ୍ପତ୍ତି ଓ ଜମି ବିକିବାକୁ ଚିନ୍ତା କରିଥିଲେ। କିନ୍ତୁ ଏକକାଳୀନ ଜମି କିଣି ଲକ୍ଷାଧିକ ଟଙ୍କା ଦେବାକୁ କେହି ହଠାତ ରାଜି ହୋଇ ନଥିଲେ। ଏଥିପାଇଁ ସେମାନେ ସଞ୍ଜୟଙ୍କ ଚିକିତ୍ସା ପାଇଁ ଗୋଟିଏ ଋଣ କରିଥିଲେ। ଏଥିସହ ବନ୍ଧୁ ଓ ସମ୍ପର୍କୀୟଙ୍କ ଠାରୁ ଟଙ୍କା ଧାର କରିଥିଲା। କେବଳ ବିମାନ ପାଇଁ ସେମାନଙ୍କୁ ୫ରୁ ୭ ଲକ୍ଷ ଟଙ୍କା ଯୋଗାଡ଼ କରିବାକୁ ପଡ଼ିଥିଲା।

ଏଥିସହ ସେମାନେ ଋଣ ଟଙ୍କାରେ ଦିଲ୍ଲୀର ଗୋଟିଏ ଘରୋଇ ହସ୍ପିଟାଲରେ ସଞ୍ଜୟଙ୍କ ଚିକିତ୍ସା ଖର୍ଚ୍ଚ ତୁଲାଇବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ଏବେ ସଞ୍ଜୟ ଓ ତାଙ୍କ ପତ୍ନୀଙ୍କ ମୃତ୍ୟୁ ଖବର ପରେ ଝାରଖଣ୍ଡ ସ୍ଥିତ ଲାଟେହର ସ୍ଥିତ ଘରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ବନ୍ଧୁ ଓ ସମ୍ପର୍କୀୟ ପୂରା ସ୍ତବ୍ଧ ହୋଇଯାଇଛନ୍ତି। 

ଗତ ସୋମବାର ସଞ୍ଜୟଙ୍କ ଛାଣ୍ଡୱା ସ୍ଥିତ ହୋଟେଲରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ସେ ଗୁରୁତର ହୋଇଥିଲେ। ସ୍ଥାନୀୟ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଇଥିଲେ ହେଁ ଅବସ୍ଥାରେ ସୁଧାର ଆସି ନଥିଲା। ଏଥିପାଇଁ ପରିବାର ଲୋକ ଏୟାର ଆମ୍ବୁଲାନ୍ସ ଯୋଗେ ସଞ୍ଜୟଙ୍କୁ ଦିଲ୍ଲୀ ସ୍ଥିତ ସାର ଗଙ୍ଗା ରାମ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଥିଲେ।

ସୋମବାର ସନ୍ଧ୍ୟାରେ ସଞ୍ଜ, ତାଙ୍କ ପତ୍ନୀ ଅର୍ଚ୍ଚନା ଓ ସମ୍ପର୍କୀୟଙ୍କ ଧ୍ରୁବ ଏବଂ ମେଡିକାଲ କର୍ମଚାରଙ୍କୁ ଧରି ଏୟାର ଆମ୍ବୁଲାନ୍ସ ରାଞ୍ଚିରୁ ଉଡ଼ାଣ ଭରିଥିଲା। କିନ୍ତୁ ଉଡ଼ାଣ କିଛି ମିନିଟ ପରେ ବିମାନଟି ଛତ୍ର ଜିଲ୍ଲାରେ କ୍ରାଶ ହୋଇ ଯାଇଥିଲା। ଫଳରେ ବିମାନରେ ଥିବା ସଞ୍ଜୟ, ଅର୍ଚ୍ଚନା ଓ ଧ୍ରୁବଙ୍କ ବ୍ୟତୀତ କ୍ୟାପ୍ଟେନ ବିବେକ ବିକାଶ ଭଗତ, କ୍ୟାପ୍ଟେନ ସବରାଜଦୀପ ସିଂହ, ଡାକ୍ତର ବିକାଶ କୁମାର ଗୁପ୍ତା ଓ ପାରାମେଡିକ ସଚିନ କୁମାର ମିଶ୍ରା ପ୍ରାଣ ହରାଇଛନ୍ତି। 

Plane Crash