Advertisment

ଦୁଆର ମୁହଁରେ ଚପଲ ରଖିବା କାଳ ହେଲା; ପଡ଼ୋଶୀଙ୍କୁ ହତ୍ୟା କଲେ ଦମ୍ପତି

ଶନିବାର ଅପରାହ୍ନରେ ଅଫସାର ଖାତରୀ ନିଜ ଘରେ ଥିବା ବେଳେ ତାଙ୍କ ଚପଲ ପଡ଼ୋଶୀଙ୍କ ଦୁଆର ମୁହଁରେ ରହି ଯାଇଥିଲା। ଏହାକୁ ନେଇ ପଡ଼ୋଶୀ ପତିପତ୍ନୀ ଅଫସାର ଖାତରୀଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ।

ଅଦ୍ୟତନ ହୋଇଛି
Slipper

Slipper

Advertisment

ଦୁଆର ମୁହଁରେ ଚପଲ ରଖିବା କାରଣରୁ ପଡ଼ୋଶୀଙ୍କ ଜୀବନ ନେଇଗଲେ ଦମ୍ପତି। ଏପରି ଏକ ଅଭାବନୀୟ ଘଟଣା ମହାରାଷ୍ଟ୍ରର ଥାନେ ଅଞ୍ଚଳର ନୟାନଗରରେ ଘଟିଛି। ଅଫସାର ଖାତରୀ ନାମକ ୫୪ ବର୍ଷୀୟ ବ୍ୟକ୍ତିଙ୍କୁ ତାଙ୍କ ପଡ଼ୋଶୀ ଦମ୍ପତି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ୍ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଥିବା ବେଳେ ତାଙ୍କ ସ୍ୱାମୀ ଫେରାର ହୋଇ ଯାଇଛନ୍ତି।

Advertisment

ଶନିବାର ଅପରାହ୍ନରେ ଅଫସାର ଖାତରୀ ନିଜ ଘରେ ଥିବା ବେଳେ ତାଙ୍କ ଚପଲ ପଡ଼ୋଶୀଙ୍କ ଦୁଆର ମୁହଁରେ ରହି ଯାଇଥିଲା। ଏହାକୁ ନେଇ ପଡ଼ୋଶୀ ପତିପତ୍ନୀ ଅଫସାର ଖାତରୀଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ। କେବଳ ସେତିକି ନୁହେଁ, ତାଙ୍କୁ ସେମାନେ ମରଣାତ୍ନକ ଆକ୍ରମଣ ମଧ୍ୟ କରିଥିଲେ।

ଏଥିରେ ଗୁରୁତର ହୋଇ ପଡ଼ିଥିବା ଅଫସାରଙ୍କୁ ପରିବାର ଲୋକେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି। ଅ ଗଭୀର କ୍ଷତ କାରଣରୁ ଅଫସାର ଖାତରୀଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି। ଏହାକୁ ଆଧାର କରି ପୁଲିସ୍‌ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।  

Advertisment

ଏହାପରେ ପୁଲିସ୍‌ ସମ୍ପୃକ୍ତ ବିଲ୍ଡିଂରେ ପହଞ୍ଚି ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଥିବା ବେଳେ ତାଙ୍କ ସ୍ୱାମୀ ଫେରାର ହୋଇ ଯାଇଛନ୍ତି। ଚପଲ ରଖିବାକୁ ନେଇ ପ୍ରାୟତଃ ସବୁ ସମୟରେ ଉଭୟ ପରିବାର ମଧ୍ୟରେ ଝଗଡ଼ା ହୋଇଥାଏ ବୋଲି ପଡ଼ୋଶୀ କହିଛନ୍ତି।

Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe