Advertisment

ଡାକ୍ତରଙ୍କ ଝିଅକୁ ଘରେ ତାଲା ପକାଇ ଦେଲେ ଦୁର୍ବୃତ୍ତ, ଲୁଟିନେଲେ ସୁନା, ଟଙ୍କା

ଡାକ୍ତରଙ୍କ ୯ ବର୍ଷୟା ଝିଅ ଏକୁଟିଆ ଥିବା ଜାଣି ଘରେ ପଶିଲେ ଲୁଟେରା। ଏହାପରେ ନାବାଳିକାଙ୍କୁ ଡରାଇ, ଧମକାଇ ଏକ ରୁମ୍‌ରେ ବନ୍ଦ କରି ଲକ୍ଷାଧୀକ ଟଙ୍କାର ସୁନା ସହ ଲକ୍ଷେ ଟଙ୍କା କ୍ୟାସ୍‌ ବି ନେଇ ଫେରାର ହୋଇଗଲେ।

author-image
Niharika Rout
Loot

Loot

ଜଣେ ଡାକ୍ତରଙ୍କ ଘରେ କଳାକନା ବୁଲାଇଲେ ଲୁଟେରା। ଡାକ୍ତରଙ୍କ ୯ ବର୍ଷୟା ଝିଅ ଏକୁଟିଆ ଥିବା ଜାଣି ଘରେ ପଶିଲେ ଲୁଟେରା। ଏହାପରେ ନାବାଳିକାଙ୍କୁ ଡରାଇ, ଧମକାଇ ଏକ ରୁମ୍‌ରେ ବନ୍ଦ କରି ଲକ୍ଷାଧୀକ ଟଙ୍କାର ସୁନା ସହ ଲକ୍ଷେ ଟଙ୍କା କ୍ୟାସ୍‌ ବି ନେଇ ଫେରାର ହୋଇଗଲେ। ଏପରି ଏକ ଘଟଣା ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଘଟିଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ୍‌।

Advertisment

ଭୋପାଳର ପୁଲିସ୍‌ ହସ୍ପିଟାଲରେ କାର୍ଯ୍ୟରତ ଡା. ରବିନ୍ଦ୍ର ଯାଦବଙ୍କ ଅଭିଯୋଗ ଅନୁଯାୟୀ, ସବୁ ଦିନ ପରି ସେ ଓ ତାଙ୍କ ପତ୍ନୀ ଗତ ବୁଧବାର ସକାଳେ ନିଜ କାମରେ ବାହାରି ଯାଇଥିଲେ। ଘରେ କେବଳ ତାଙ୍କର ୯ ବର୍ଷୀୟା ଝିଅ ରହିଥିଲା। ଏହି ସମୟରେ ଜଣେ ଭିନ୍ନକ୍ଷମ ମହିଳା ସାହାଯ୍ୟ ପାଇଁ ଘର ବେଲ୍‌ ମାରିଥିଲେ। ନାବଳିକାଜଣକ କବାଟ ଖୋଲି ଦେବାରୁ କିଛି ଦୁର୍ବୃତ୍ତ ମୁହଁରେ କପଡ଼ା ବାନ୍ଧି ଘର ଭିତରେ ପଶି ଯାଇଥିଲେ।

ସେମାନେ ନାବାଳିକାଙ୍କୁ ଭୟଭୀତ କରି ଏକ ରୁମ୍‌ରେ ପଶାଇ ବାହାରୁ କବାଟ ଦେଇଦେଇଥିଲେ। ଏହାପରେ ଘରେ ଥିବା ଲକ୍ଷେ ଟଙ୍କା କ୍ୟାସ୍‌ ସାଙ୍ଗକୁ ପ୍ରାୟ ୫ ଲକ୍ଷ ଟଙ୍କାର ଅଳଙ୍କାର ଲୁଟି ନେଇଥିଲେ। ଉକ୍ତ ଟଙ୍କା, ସୁନାକୁ ସେମାନେ ଘର ବାହାରେ ଛିଡ଼ା ହୋଇଥିବା ଭିନ୍ନକ୍ଷମ ମହିଳାଙ୍କୁ ଦେଇଥିଲେ। ତାହାକୁ ନିଜ ବ୍ୟାଗରେ ଭର୍ତ୍ତି କରି ମହିଳାଜଣକ ଫେରାର ହୋଇ ଯାଇଥିଲେ। ଏହାପରେ ଦୁର୍ବୃତ୍ତମାନେ ନାବାଳିକାଙ୍କ କବାଟ ଖୋଲି ବାଇକ୍‌ରେ ଫେରାର ହୋଇ ଯାଇଥିଲେ।

Advertisment

ନାବାଳିକାଜଣକ ଫୋନ୍‌ କରି ଘଟଣା ସମ୍ପର୍କରେ ନିଜ ମାତାପିତାଙ୍କୁ ଜଣାଇଥିଲେ। ତୁରନ୍ତ ସେମାନେ ଘରେ ପହଞ୍ଚି ମୂଲ୍ୟବାନ ଆସବାବପତ୍ର ଗାଏବ ଥିବା ଦେଖି ପୁଲିସ୍‌କୁ ସୂଚନା ଦେଇଥିଲେ। ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଲୁଟେରାଙ୍କ ଟେର ପାଇପାରିନି।

Loot Madhya Pradesh