Advertisment

ଭଙ୍ଗା ହୃଦୟକୁ ଯୋଡ଼ି ଦେଲା ହୃଦଘାତ; ବିଚ୍ଛେଦ ପରେ ପୁଣି ଥରେ ହେଲା ବିବାହ

ଗତ ଅଗଷ୍ଟରେ ବିନୟଙ୍କର ହୃଦଘାତ ହୋଇଥିବା ବେଳେ ତାଙ୍କର ଓପନ ସର୍ଜରୀ କରାଯାଇଥିଲା। ଏହି ଖବର ପାଇ ପୂଜା କିନ୍ତୁ ନିଜକୁ ସମ୍ଭାଳି ପାରିଲେନି।

Couple

Couple

Advertisment

ବିବାହର ମାତ୍ର ବର୍ଷେ ପରେ ସମ୍ପର୍କରେ ଦେଖାଦେଲା ଫାଟ, ଭାଙ୍ଗିଗଲା ହୃଦୟ। ଫଳରେ ସଂସାର ଆରମ୍ଭ କରୁ କରୁ ନିଜ ପାଇଁ ଅଲଗା ଅଲଗା ରାସ୍ତା ବାଛିନେଲେ ଦମ୍ପତି । ଏପରିକି ଉଭୟଙ୍କ ବିବାହ ବିଚ୍ଛେଦ ବି ହୋଇଗଲା।

Advertisment

ମାତ୍ର ସ୍ୱାମୀଙ୍କ ହୃଦଘାତ ଖବର ପୁଣି ଥରେ ଅଲଗା ହୋଇ ଯାଇଥିବା ଏହି ଯୋଡ଼ିକୁ ଏକାଠି କରି ଦେଇଛି। ଭଙ୍ଗା ହୃଦୟରେ ପୁଣି ଥରେ ଉଙ୍କି ମାରିଲା ପ୍ରେମ, ଆଉ ପୁଣି ଥରେ ଉଭୟ ପରସ୍ପରର ଜୀବନସାଥୀ ପାଲଟି ଯାଇଛନ୍ତି। ଏପରି ଏକ ରୋଚନ ଘଟଣା ଉତ୍ତରପ୍ରଦେଶର ଗାଜିଆବାଦରେ ଘଟିଛି।

ଗାଜିଆବାଦ କୋସମ୍ବି ଅଞ୍ଚଳର ବିନୟ ଓ ପୂଜା ୨୦୧୨ ମସିହାରେ ବିବାହ କରିଥିଲେ। ମାତ୍ର ବିବାହର ବର୍ଷେ ପରେ ଉଭୟଙ୍କ ମଧ୍ୟରେ ମତାନ୍ତର, ମନାନ୍ତର ଆରମ୍ଭ ହୋଇଗଲା। ଫଳରେ ସେମାନେ ପରସ୍ପରଠୁ ବିଚ୍ଛେଦ ହେବାକୁ ନିଷ୍ପତ୍ତି ନେଇ କୋର୍ଟଙ୍କ ଦ୍ୱାରସ୍ଥ ହେଲେ।

Advertisment

ଏହାପରେ ମାମଲା ଗାଜିଆବାଦର ଫ୍ୟାମିଲି କୋର୍ଟର ଆରମ୍ଭ ହୋଇ ହାଇକୋର୍ଟ ଓ ଶେଷରେ ସୁପ୍ରିମ କୋର୍ଟରେ ପହଞ୍ଚିଲା। ଦୀର୍ଘ ୫ ବର୍ଷର ଆଇନଗତ ଲଢ଼େଇ ପରେ ଉଭୟ ଉକ୍ତ ନିଜ ବୈବାହିକ ସମ୍ପର୍କକୁ ତୁଟାଇଦେଲେ। ଏହାପରେ ଉଭୟ ଅଲଗା ଅଲଗା ରହିବାକୁ ଲାଗିଲେ।

ମାତ୍ର ଗତ ଅଗଷ୍ଟରେ ବିନୟଙ୍କର ହୃଦଘାତ ହୋଇଥିବା ବେଳେ ତାଙ୍କର ଓପନ ସର୍ଜରୀ କରାଯାଇଥିଲା। ଏହି ଖବର ପାଇ ପୂଜା କିନ୍ତୁ ନିଜକୁ ସମ୍ଭାଳି ପାରିଲେନି। ନିଜ ପୁରୁଣା ସମ୍ପର୍କକୁ ପୁଣି ଥରେ ସଜାଡ଼ିବାକୁ ସେ ହସ୍ପିଟାଲ ଦୌଡ଼ିଗଲେ।

ଏପରିକି ସବୁ ରାଗରୁଷା ଭୁଲି ସେ ବିନୟଙ୍କ ସେବା ସୁଶ୍ରୁଷା କରି ତାଙ୍କୁ ସୁସ୍ଥ କଲେ। ଇତି ମଧ୍ୟରେ ପୁଣି ଥରେ ଉଭୟଙ୍କ ଭାଙ୍ଗି ଯାଇଥିବା ମନ ଯୋଡ଼ି ହେଲା । ଉଭୟଙ୍କ ମଧ୍ୟରେ ପୁଣି ଥରେ ଆରମ୍ଭ ହେଲା ପ୍ରେମ । ଏହାପରେ ଗତ ୨୩ ତାରିଖରେ ଉଭୟ ପୁଣି ଥରେ ମନ୍ଦିରରେ ବିବାହ କରି ଦ୍ୱିତୀୟ ଥର ପାଇଁ ପାଲଟି ଯାଇଛନ୍ତି ପତିପତ୍ନୀ ।

ବିନୟ SAILରେ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ କାମ କରୁଥିବା ବେଳେ ତାଙ୍କ ପତ୍ନୀ ପୂଜା ଶିକ୍ଷକତା କରୁଛନ୍ତି।

Uttar Pradesh Marriage
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe