ଟଙ୍କା ମାୟା ବାୟା କଲା; ଲକ୍ଷେ ଟଙ୍କାରେ ୫ ଦିନର ଛୁଆକୁ ବିକି ଦେଲେ ଦମ୍ପତି

ଜନ୍ମ କଲା ଛୁଆର ମୋହଠୁ ବଢ଼ିଗଲା ଟଙ୍କାର ଲୋଭ । ନିଜ ଛୁଆଠୁ ଅଧିକ ଆପଣାର ଲାଗିଲା ବିଡ଼ାବିଡ଼ା ଟଙ୍କା । ଟଙ୍କା ମାୟାରେ ବାୟା ହୋଇ ଶେଷରେ ଏକ ଦମ୍ପତି ନିଜ ୫ ଦିନର ଛୁଆକୁ ଅନ୍ୟ ଏକ ନିସନ୍ତାନ ଦମ୍ପତିଙ୍କୁ ଲକ୍ଷେ ଟଙ୍କାରେ ବିକିଦେଲେ।

Representational Image

  • Published: Wednesday, 28 August 2024
  • , Updated: 28 August 2024, 11:43 AM IST

ଜନ୍ମ କଲା ଛୁଆର ମୋହଠୁ ବଢ଼ିଗଲା ଟଙ୍କାର ଲୋଭ । ନିଜ ଛୁଆଠୁ ଅଧିକ ଆପଣାର ଲାଗିଲା ବିଡ଼ାବିଡ଼ା ଟଙ୍କା । ଟଙ୍କା ମାୟାରେ ବାୟା ହୋଇ ଶେଷରେ ଏକ ଦମ୍ପତି ନିଜ ୫ ଦିନର ଛୁଆକୁ ଅନ୍ୟ ଏକ ନିସନ୍ତାନ ଦମ୍ପତିଙ୍କୁ ଲକ୍ଷେ ଟଙ୍କାରେ ବିକିଦେଲେ। ଏପରି ଏକ ଚାଞ୍ଚଲ୍ୟକର ଘଟଣାର ତଦନ୍ତ କରି ମହାରାଷ୍ଟ୍ରର ନାଗପୁର ପୁଲିସ୍‌ ୬ ଜଣଙ୍କୁ ବାନ୍ଧିଛି।

ଭୋଦୁ ଦୟାରାମଙ୍କ ପତ୍ନୀ ଶ୍ୱେତା କିଛି ଦିନ ପୂର୍ବେ ମା’ ହୋଇଥିଲେ। ମାତ୍ର ଏହି ସମୟରେ ଛୁଆ ବିକ୍ରି କଲେ ଲକ୍ଷେ ଟଙ୍କା ମିଳିବ ବୋଲି ସେମାନଙ୍କୁ ପ୍ରମୋଦ ଇଙ୍ଗଲ ଓ ତାଙ୍କ ପତ୍ନୀ କିରଣ ଇଙ୍ଗଲ ଲୋଭ ଦେଖାଇଲେ। ସେମାନେ ମଧ୍ୟସ୍ଥତା କରି ନିସନ୍ତାନ ଦମ୍ପତି ସ୍ନେହଦୀପ ଧରମଦାସ ଓ ତାଙ୍କ ପତ୍ନୀ ପୂର୍ଣ୍ଣିମାଙ୍କୁ ନବଜାତକୁ ବିକ୍ରି କରିଦେବାକୁ ପ୍ରବର୍ତ୍ତାଇଲେ। ଫଳରେ ରାତାରାତି ଲକ୍ଷପତି ହେବାର ମୋହରେ ଦୟାରାମ ଓ ଶ୍ୱେତା ନିଜ ଛୁଆକୁ ଭୁଲିଗଲେ।

ଏପରିକି ଆଗପଛ ବିଚାର ନ କରି ସେମାନେ ଲକ୍ଷେ ଟଙ୍କା ବଦଳରେ ୨୨ ଅଗଷ୍ଟରେ ନିଜ ପିଲାଟିକୁ ବିକ୍ରି କରିଦେଲେ। ମାତ୍ର ଏଥିନିମନ୍ତେ ସେମାନେ କୌଣସି ଆଇନଗତ ପ୍ରକ୍ରିୟାର ଅନୁସରଣ କରି ନ ଥିବା ଜରାଯାଇଥିଲା।

ଏନେଇ ସୂଚନା ପାଇ ପୁଲିସ୍‌ ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲା। ଏହାପରେ ପୁଲିସ୍‌ ଗତକାଲି ୬ ଜଣଙ୍କୁ ଗିରଫ କରି ନବଜାତକୁ ଉଦ୍ଧାର କରିଛି। ପିଲାଟିକୁ ଏବେ ଅସ୍ଥାୟୀ ରୂପେ ସ୍ଥାନୀୟ ଏକ ଅନାଥାଳୟରେ ରଖାଯାଇଥିବା ଜଣାଯାଇଛି।

Related story